ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲା;ରେଟିଂ ଏଜେନ୍ସି, ଅଡିଟର ସେବିର ଯାଞ୍ଚ ଘେରରେ

ନୂଆଦିଲ୍ଲୀ,୧୭-୬: ଇନଫ୍ରାଷ୍ଟ୍ରକ୍‌ଚର ଲିଜିଂ ଆଣ୍ଡ୍‌ ଫାଇନାନ୍ସିଆଲ ସର୍ଭିସେସ୍‌(ଆଇଏଲ୍‌ଆଣ୍ଡଏଫ୍‌ଏସ୍‌)ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ କମ୍ପାନୀର ମ୍ୟାନେଜମେଣ୍ଟ, ରେଟିଂ ଏଜେନ୍ସି, ଅଡିଟରଙ୍କ ସମ୍ପର୍କରେ ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ(ସେବି) ଯାଞ୍ଚ କରୁଛି। ଏମାନଙ୍କ ବିରୋଧରେ ସେବି ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଉପରୋକ୍ତ ଅଧିକାରୀମାନେ ଆର୍ଥିକ ଅନିୟମିତତାରେ ସମ୍ପୃକ୍ତ ଥିବା ପ୍ରମାଣ ମିଳିଛି। ସେମାନେ କ୍ଷୁଦ୍ର ଶେୟାରଧାରୀଙ୍କ ହିତକୁ ଅଣଦେଖା କରି ନିୟମ ବହିର୍ଭୂତ କାର୍ଯ୍ୟ କରିଥିବା ଜଣାପଡିଛି। ନିୟାମକଙ୍କ ପକ୍ଷରୁ ତାଲିକାଭୁକ୍ତ କେତେକ କମ୍ପାନୀର ଭୂମିକା ସମ୍ପର୍କରେ ଯାଞ୍ଚ କରାଯାଉଛି। ପୂର୍ବରୁ ଋଣ ଫେରସ୍ତ କରି ନଥିବା କମ୍ପାନୀଗୁଡ଼ିକୁ ପୁନରାୟ ଋଣ ଦିଆଯାଇଥିବାର ପ୍ରମାଣ ମିଳିଛି। ଫଳରେ ଆଇଏଲ୍‌ଆଣ୍ଡଏଫ୍‌ଏସ ସଙ୍କଟଗ୍ରସ୍ତ ହେଲା ବୋଲି ସେ କହିଛନ୍ତି।


All Right Reserved By

ସଭରେନ ବଣ୍ଡ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା ହେବ: ଶକ୍ତିକାନ୍ତ

ନୂଆଦିଲ୍ଲୀ,୯-୭: କେନ୍ଦ୍ର ସରକାର ସଭରେନ ବଣ୍ଡ ମାଧ୍ୟମରେ ବିଦେଶରୁ ଋଣ କରିବେ। ଏଥିଲାଗି ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର...

ଜିଓ ଇଣ୍ଟରକନେକ୍ସନ ମାମଲା;ଏୟାରଟେଲ୍‌, ଭୋଡାଫୋନ ଦେଇପାରନ୍ତି ୩୦୫୦ କୋଟି ପେନାଲ୍ଟି

ନୂଆଦିଲ୍ଲୀ,୧୮-୬: ଟେଲିକମ୍‌ ଡିପାର୍ଟମେଣ୍ଟର ସମସ୍ତ ନିଷ୍ପତ୍ତି ନେଉଥିବା ସଂସ୍ଥା ଡିଜିଟାଲ କମ୍ୟୁନିକେଶନ୍ସ କମିଶନ(ଡିସିସି) ସୋମବାର ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ଠାରୁ ପେନାଲ୍ଟି ଆଦାୟ...

ଭୁବନେଶ୍ୱରରେ ବିକ୍ରି ହୋଇଛି ୩୧୫.୭୬ କୋଟିର ନିର୍ବାଚନୀ ବଣ୍ଡ୍‌

ନୂଆଦିଲ୍ଲୀ,୨୨ା୭: ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ଦେବା ଲାଗି ୨୦୧୮ ମେ’ରୁ ୨୦୧୯ ମେ’ ମଧ୍ୟରେ ମୋଟ ୫୮୫୧.୪୧ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍‌ ବିକ୍ରି କରାଯାଇଛି ବୋଲି...

ପିଏନ୍‌ବି ସହ ମିଶିପାରେ ୟୁବିଆଇ, ବିଓଆଇ

ନୂଆଦିଲ୍ଲୀ,୧-୫: କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ସେକ୍ଟରରେ ଦ୍ୱିତୀୟ ପର୍ଯ୍ୟାୟ ମିଶ୍ରଣ ପର୍ବ ଆରମ୍ଭ କରିବାକୁ ଯାଉଛନ୍ତି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ସହ ୟୁନିୟନ ବ୍ୟାଙ୍କ  ଅଫ...

ସିମ୍‌ ଭଳି ପୋର୍ଟେବଲ ହେବ ସେଟ୍‌ ଟପ୍‌ ବକ୍ସ

ନୂଆଦିଲ୍ଲୀ,୧୩।୫: ଗ୍ରାହକଙ୍କୁ ଭଲ ତଥା ଅଧିକ ସେବା ଯୋଗାଣ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ଭାରତୀୟ ଟେଲିକମ ରେଗୁଲେଟୋରୀ ଅଥରିଟି(ଟ୍ରାଇ) ବର୍ଷ ଶେଷରେ ଏକ ନୂଆ ନିୟମ...

୮୪ ଏୟାରପୋର୍ଟରେ ଲାଗିବ ବଡି ସ୍କାନର

ନୂଆଦିଲ୍ଲୀ,୩-୬: ସିଭିଲ ଏଭିଏଶନ ସିକ୍ୟୁରିଟି ବ୍ୟୁରୋ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟକୁ ଏପ୍ରିଲରେ ଏକ ସର୍କୁଲାର ପଠାଯାଇଛି। ସାରା ଦେଶର ୮୪ ଏୟାରପୋର୍ଟରେ ୨୦୨୦ ମାର୍ଚ୍ଚ...

ସୀତାରାମନ୍‌ଙ୍କ ଯୁକ୍ତି ସହ ଏକମତ ନୁହେଁ ମାରୁତି

ନୂଆଦିଲ୍ଲୀ,୧୩-୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓଲା ଓ ଉବର ଭଳି ଟ୍ୟାକ୍ସି ଏଗ୍ରିଗେଟର୍ସକୁ ଦାୟୀ କରିଛନ୍ତି। କିନ୍ତୁ...

ଡାବର ଇଣ୍ଡିଆ ଅଧ୍ୟକ୍ଷ ହେଲେ ଅମିତ ବର୍ମନ

ନୂଆଦିଲ୍ଲୀ,୨୦-୭: ଦୈନନ୍ଦିନ ବ୍ୟବହାରରେ ଲାଗୁଥିବା ସାମଗ୍ରୀ ଉତ୍ପାଦକ ଡାବର ଇଣ୍ଡିଆର ଅଧ୍ୟକ୍ଷ ଭାବେ ଅମିତ ବର୍ମନଙ୍କୁ ନିଯୁକ୍ତ କରାଯାଇଛି। ଉତ୍ତରାଧିକାରୀ ପରମ୍ପରା ଅନୁଯାୟୀ ତାଙ୍କୁ ଏହି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *