ଇରାନ ତେଲ କଟକଣା;ଅର୍ଥନୀତି ଉପରେ ପଡ଼ିବ ପ୍ରତିକୂଳ ପ୍ରଭାବ

ନୂଆଦିଲ୍ଲୀ,୨୪-୪: ଇରାନଠାରୁ ତେଲ ଆମଦାନି ବନ୍ଦ କରିବାକୁ ଭାରତ ସମେତ ୮ ଦେଶକୁ ଆମେରିକା ନିର୍ଦ୍ଦେଶ ଦେବା ପରେ ଏହାର ପ୍ରଭାବ ଅନ୍ତର୍ଜାତୀୟ ବଜାର ଉପରେ ପଡିଛି। ମଙ୍ଗଳବାର ଅଶୋଧିତ ତେଲ ପାଞ୍ଚ ମାସର ସର୍ବୋଚ୍ଚ ସ୍ତର ଛୁଇଁଛି। ଆମେରିକାର ଏଭଳି ନିଷ୍ପତ୍ତି ଭାରତୀୟ ଅର୍ଥ ବ୍ୟବସ୍ଥା ଏବଂ ବିତ୍ତୀୟ ଶୃଙ୍ଖଳା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜୁନ୍‌ ମାସର ଡେଲିଭରି ଲାଗି ଥିବା ବ୍ରେଣ୍ଟ ଫ୍ୟୁଚର ଅଶୋଧିତ ତୈଳ ଦର ୦.୬% ବୃଦ୍ଧି ଘଟି ବ୍ୟାରେଲ ପିଛା ୭୪.୫୧ ଡଲାର ଛୁଇଁଛି। ୩୧ ଡିସେମ୍ବରରେ ଏହା ବ୍ୟାରେଲ ପିଛା ୫୪.୫୭ ଡଲାର ଥିଲା। ଏହାବାଦ ବ୍ରେଣ୍ଟ ନର୍ଥ ଅଶୋଧିତ ତୈଳ ମଙ୍ଗଳବାର ବ୍ୟାରେଲ ପିଛା ୭୪.୭୦ ଡଲାର ରହିଛି। ଏହା ନଭେମ୍ବର ପରଠାରୁ ସର୍ବୋଚ୍ଚ ସ୍ତର। ଅପରପକ୍ଷରେ ଡବ୍ଲ୍ୟୁଟିଆଇ ମଧ୍ୟ ୬ ମାସର ସର୍ବୋଚ୍ଚ ସ୍ତର ୬୬.୧୯ ଡଲାର ଛୁଇଁଥିବା ଜଣାଯାଇଛି। ଏହାର ପ୍ରଭାବ ଭାରତ ବଜାରର ଅନ୍ୟ କ୍ଷେତ୍ର ଉପରେ ମଧ୍ୟ ଦେଖିବାକୁ ମିଳିଛି।

ଶେୟାର ବଜାର

ସୋମବାର ଆମେରିକାର ଏଭଳି ନିଷ୍ପତ୍ତି ଶେୟାର ବଜାର ଉପରେ ତତ୍କାଳ ପ୍ରଭାବ ପକାଇଛି। ଚଳିତ ବର୍ଷ ଦେଶର ପୁଞ୍ଜିବଜାରରେ ବିଦେଶୀ ନିବେଶକମାନେ ମୋଟ ୬୩,୦୦୦ କୋଟି ଟଙ୍କାର ନିବେଶ କରିଛନ୍ତି। ଅଶୋଧିତ ତୈଳ ଲଗାତର ବୃଦ୍ଧି ଘଟିଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ପ୍ରଭାବିତ ହେବ। ଏହା ଦ୍ୱାରା ବିଦେଶୀ ନିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି।

ବିଦେଶୀ ନିବେଶ

ଭାରତ ଏହାର ବ୍ୟବହାର ଲାଗି ୮୦% ତୈଳ ଆମଦାନୀ  କରିଥାଏ। ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଡଲାର ଚାହିଦା ବୃଦ୍ଧି ଘଟିବ। ଟଙ୍କାର ମୂଲ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। ଟଙ୍କା ଦୁର୍ବଳ ହେବା ଯୋଗୁ ବିଦେଶୀ ନିବେଶକଙ୍କୁ ଡଲାରର ରିଟର୍ନ କମିବ। ଏହା ଯୋଗୁ ନିବେଶ କ୍ଷେତ୍ରରେ ଭାରତ ଏକ ଆକର୍ଷଣୀୟ ବଜାର ହୋଇ ରହିବ ନାହିଁ।

ଚଳନ୍ତି ଖାତା ନିଅଣ୍ଟ

ଆକଳନ ମୁତାବକ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦ ଡଲାର ବଢିଲେ ଏହା ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଉପରେ ପ୍ରତିକୂଳ ସ୍ଥିତି ଉପୁଯାଇବ। ଏହାଯୋଗୁ ସିଏଡି ଦେଶର ଜିଡିପି ତୁଳନାରେ ୦.୪% ବୃଦ୍ଧି ଘଟିପାରେ। ଏହା ଦରଦାମ ଉପରେ ମଧ୍ୟ ୦.୨୦% ପ୍ରଭାବ ପକାଇବ ବୋଲି ଆକଳନ କରାଯାଇଛି।

ରିଜର୍ଭ ବ୍ୟାଙ୍କ ସୁଧହାର

ସିଏଡି ଏବଂ ଦରଦାମ ପ୍ରଭାବିତ ହେଲେ ଏହା ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ଉପରେ ପ୍ରଭାବ ପକାଇପାରେ। ଏଭଳି ସ୍ଥିତିକୁ ଦେଖି ରିଜର୍ଭ ବ୍ୟାଙ୍କ ସୁଧହାର ବଢାଇପାରେ। ଫଳରେ ଘରୋଇ ବଜାରର ଅସୁବିଧା ଆହୁରି ବଢିପାରେ। ଜୁନରେ ସୁଧହାର ହ୍ରାସ ହେବା ନେଇ ବଜାର ଆଶା ରଖିଥିବା ବେଳେ ଏହା ଉପରେ ବର୍ତ୍ତମାନର ସ୍ଥିତି କ’ଣ ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

ଶିଳ୍ପଗୁଡିକର ଖର୍ଚ୍ଚ

ଆମେରିକାର ନିଷ୍ପତ୍ତି ଦ୍ୱାରା ରସାୟନ, ଅଟୋମୋବାଇଲ, କଞ୍ଜ୍ୟୁମର ଷ୍ଟେପଲ୍ସ, ପେଣ୍ଟ ଏବଂ ଲୁବ୍ରିକାଣ୍ଟ ଭଳି ଶିଳ୍ପର ପରିଚାଳନା ପୁଞ୍ଜି, କଞ୍ଚାମାଲ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବଢିବ। ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ରୁ ୮୫ ଡଲାର ଛୁଇଁପାରେ। ଏହା ହେଲେ ଶିଳ୍ପଗୁଡିକ କେତେକ ତ୍ୱରିତ ସମସ୍ୟା ସାମ୍ନା କରିବେ।


All Right Reserved By

ୟୁନିୟନ ବ୍ୟାଙ୍କ ଅଧିକାରୀ ସଂଘ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୮-୮: ଅଲ୍‌ ଇଣ୍ଡିଆ ୟୁନିୟନ ବ୍ୟାଙ୍କ ଅଫିସର୍ସ ଫେଡେରେଶନ (ଏଆଇୟୁବିଓଏଫ୍‌) ପକ୍ଷରୁ ଫନୀ ପ୍ରଭାବିତଙ୍କ ଲାଗି ୩.୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।...

ଭାରତ ଉପରେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

ନୂଆଦିଲ୍ଲୀ,୧୦-୧୦: ମାନ୍ଦାବସ୍ଥାର ପ୍ରଭାବ ସାରା ବିଶ୍ୱର ଦେଶଗୁଡିକ ଉପରେ ଏବେ ପରିଲକ୍ଷିତ ହେଉଛି। ଏହାର ପ୍ରଭାବରେ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଭିବୃଦ୍ଧି ହାର ଏକ ଦଶନ୍ଧିର...

ମାନ୍ଦାବସ୍ଥାକୁ ନେଇ ଟ୍ରମ୍ପ ଭୟଭୀତ;ଟିକସ ହ୍ରାସ, ଟାରିଫ ପ୍ରତ୍ୟାହାର ବିଚାର

ନୂଆଦିଲ୍ଲୀ,୨୧-୮: ଚାଇନା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ ଯୋଗୁ ଆସନ୍ତା ୨ ବର୍ଷ ଭିତରେ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଗ୍ରାସ କରିବ ବୋଲି ବିଶ୍ୱର ଅର୍ଥନୀତିଜ୍ଞମାନେ...

ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଜାରି;ଅଗଷ୍ଟରେ ସର୍ବାଧିକ ଗାଡ଼ି ବିକ୍ରି ହ୍ରାସ

ନୂଆଦିଲ୍ଲୀ,୧୦-୯: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ଼ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତିକୁ ତଳିତଳାନ୍ତ କଲାଣି। କ୍ରମାଗତ ଦଶମ ମାସ ହେଲା ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି।...

ପିଆଜିଓ ଆଣିଲା ନୂଆ ଆପେ ସିଟି ପ୍ଲସ

ଭୁବନେଶ୍ୱର,୧୭-୭(ବ୍ୟୁରୋ): ପିଆଜିଓ ଭେଇକିଲ ପ୍ରାଇଭେଟ ଲିମିଟେଡ(ପିଭିପିଏଲ୍‌) ପକ୍ଷରୁ ନୂଆ ଆପେ ସିଟି ପ୍ଲସ ତିନିଚକିଆ ଯାନ ବଜାରକୁ ଓଡିଶା ଆସିଛି। ମିଡ୍‌ ବଡି ସେଗ୍‌ମେଣ୍ଟରେ କମ୍ପାନୀ...

ଟିଡିଏସ୍‌ ସାର୍ଟିଫିକେଟ ଫର୍ମାଟରେ ସଂଶୋଧନ

ନୂଆଦିଲ୍ଲୀ,୧୭-୪: ଆୟକର ବିଭାଗ ଟିଡିଏସ୍‌ ସାର୍ଟିଫିକେଟ ଅର୍ଥାତ୍‌ ଫର୍ମ ୧୬ରେ ସଂଶୋଧନ କରିଛି। ଏଥିରେ ଘରଭଡ଼ାରୁ ହେଉଥିବା ଆୟ ତଥା ଅନ୍ୟ ନିଯୁକ୍ତିଦାତାଙ୍କଠାରୁ ପ୍ରାପ୍ତ ଦରମା...

ଏପ୍ରିଲରେ ପାଇକାରୀ ମୁଦ୍ରାସ୍ଫୀତି ୩.୦୭%: ପନିପରିବା ଦର ଆକାଶଛୁଆଁ

ନୂଆଦିଲ୍ଲୀ,୧୫-୫: ଏପ୍ରିଲରେ ଖୁଚୁରା ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇଥିବା ବେଳେ ପାଇକାରୀ ମୁଦ୍ରାସ୍ଫୀତି ହାର ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ) ଦ୍ୱାରା ଜାରି...

ପ୍ରଥମ ୨ ମାସରେ ବିତ୍ତୀୟ ନିଅଣ୍ଟ ୫୨% ଛୁଇଁଲା

ନୂଆଦିଲ୍ଲୀ,୨୯-୬: କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ପରିମାଣ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୨ ମାସରେ ବଜେଟ ଅନୁମାନର ୫୨%ରେ ପହଞ୍ଚତ୍ୟାଇଛି। ମହାଲେଖା ନିୟନ୍ତ୍ରକ(ସିଜିଏ) ଦ୍ୱାରା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *