୨୪ ଘଣ୍ଟା ବନ୍ଦ ରହିବ ଏସ୍‌ସିବି ଆଉଟଡୋର

କଟକ ଅଫିସ, ୧୭ା୬ : ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ)ର ଆହ୍ବାନକ୍ରମେ ରାଜ୍ୟରେ ଚିକିତ୍ସା ସେବା ୨୪ ଘଣ୍ଟିଆ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ଏସ୍‌ସିବି ମେଡିକାଲର ଆଉଟଡୋର ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଡାକ୍ତରମାନେ। ଘରୋଇ ମେଡିକାଲଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏ ନେଇ ରବିବାର ସନ୍ଧ୍ୟାରେ ମେଡ଼ିକାଲ ନିକଟସ୍ଥ ଆଇଏମ୍‌ଏ ହାଉସରେ ଏକ ଖବରଦାତା ସମ୍ମିଳନୀ ଡକାଯାଇଥିଲା। ପିଏଚଏଓ ସଭାପତି ଡା. କୃପାସିନ୍ଧୁ ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ କିଛି ଦାବି ଉପସ୍ଥାପନ କରାଯାଇଥିଲା। ମେଡ଼ିକାଲରେ ରୋଗୀଙ୍କ ସମ୍ପର୍କୀୟମାନେ ହୁଅନ୍ତୁ କିମ୍ବା କୌଣସି ବ୍ୟକ୍ତି ଭଙ୍ଗାରୁଜା କରିବା ଘଟଣା ନିନ୍ଦନୀୟ। ଡାକ୍ତର ଏବଂ ସମସ୍ତ ଚିକିତ୍ସା କର୍ମୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ। ଏଥି ନିମନ୍ତେ ଜାତୀୟ ସ୍ତରରେ ଆଇନ ପ୍ରଣୟନ କରାଯିବାକୁ ଦାବି ହୋଇଛି। ଆଇଏମଏ ଓଡ଼ିଶା ଶାଖା ସମ୍ପାଦକ ଡା. ଜନ୍ମେଜୟ ମହାପାତ୍ର, ଆଇଏମ କଟକ ଶାଖା ସଭାପତି ଡା. ବନବିହାରୀ ମିଶ୍ର, ସମ୍ପାଦକ ଡା. ଶକ୍ତିପ୍ରସାଦ ଦାସ, ଆଇଏମ ରାଜ୍ୟ ସଭାପତି ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଡା. ବ୍ରଜ ଦାଶ, ଡା. ପୁଣ୍ୟଶ୍ଲୋକ ଦାସ, ଡା. ଜ୍ୟୋତିର୍ମୟ ନାୟକ, ଏସ୍‌ସିବି ଜୁନିୟର ଡାକ୍ତର ସଂଘ ସଭାପତି ଡା. ପ୍ରଭାତ ରାଉତ ଏବଂ ଘରୋଇ ଚିକିତ୍ସକ ସଂଘର ସମସ୍ତ କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ। ସୂଚନାଥାଉ କି, କୋଲକତାର ଏନଆର୍‌ଏସ ମେଡ଼ିକାଲ କଲେଜର ହାଉସ ସର୍ଜନ ଡା. ପରିବାହ ବାନାର୍ଜୀ ଓ ଅନ୍ୟ ଛାତ୍ରୀଛାତ୍ରମାନଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି ।


All Right Reserved By

ରଜ ବୁଲା ସାରି ଚନ୍ଦ୍ରଭାଗାରେ ଗାଧୋଇବା କାଳ ହେଲା: ଭାସି ଯାଇ ଯୁବକ ମୃତ

ଗୋପ,୧୬।୬(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଉଥିବା ବେଳେ ରବିବାର ମଧ୍ୟାହ୍ନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କଟକ ଜିଲା ନିଆଳି ଥାନା ଅନ୍ତର୍ଗତ ପୋଲସରା...

ରାଜ୍ୟରେ ୮୫ ଲକ୍ଷ ବେକାରି, ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଯୁବଗୋଷ୍ଠୀ : ନରସିଂହ

ଭୁବନେଶ୍ୱର,୨୬ା୭(ବ୍ୟୁରୋ) : ରାଜ୍ୟରେ ଉତ୍କଟ ହେଉଛି ବେକାରି ସମସ୍ୟା। ନିଯୁକ୍ତି ନ ପାଇ ବେକାର ଯୁବକ ଡ୍ରଗ ଆଡିକ୍ଟେଡ ହେବା ସହ ବ୍ରାଉନସୁଗାର ଚୋରା ବେପାରରେ...

ସମବାୟ ସମିତିରୁ ୫ ଲକ୍ଷ ହଡ଼ପ ଅଭିଯୋଗ: ପୂର୍ବତନ ସମ୍ପାଦକ ଗିରଫ

ତିହିଡ଼ି, ୧୨।୭ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ସେବା ସମବାୟ ସମିତିରୁ ୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ସମିତିର ଉପସଭାନେତ୍ରୀ...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨୨ ପ୍ରକଳ୍ପ ଉଦ୍‌ଘାଟିତ: ‘ପୁଞ୍ଜିନିବେଶରେ ଶୀର୍ଷ ୩ କ୍ଷେତ୍ରରେ ସ୍ଥାନ ପାଇବ ଓଡ଼ିଶା’

ଭୁବନେଶ୍ୱର, ୮ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୨ ନୂତନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସଚିବାଳୟରୁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ୧୦ଟି...

ମନୋଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ୍‌: ସୁଲ୍‌ତାନ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬ା୬: ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ବ୍ରହ୍ମପୁର ପୋଲିସ। ଏଥିରେ ସାମିଲ ଥିବା ୨ ଅଭିଯୁକ୍ତ...

ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ଭାଜପା ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ତାଙ୍କୁ ଏହି ନିଯୁକ୍ତି ପ୍ରଦାନ...

ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ...

ବସନ୍ତପୁର ପ୍ରାଥମିକ ବିଦ୍ୟାଳୟ: ଶିକ୍ଷକ ନ ଥିବାରୁ ତାଲା ପକାଇଲେ ଗ୍ରାମବାସୀ

ପୁରୁଣା ଭୁବନେଶ୍ୱର,୧୧।୮(ଡି.ଏନ.ଏ.): ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର ଶାସନର ଗ୍ରାମବାସୀ ବସନ୍ତପୁର ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପାଠ ପଢାଇବାକୁ ଶିକ୍ଷକଙ୍କ ସଂଖ୍ୟା କମ୍‌ ଥିବାରୁ ଶନିବାର ତାଲା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *