ସୁମନ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ

ମୁମ୍ବାଇ: ରାଜସ୍ଥାନର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଛାତ୍ରୀ ସୁମନ ରାଓ ମିସ୍‌ ଇଣ୍ଡିଆ ଓ୍ବାର୍ଲଡ-୨୦୧୯ ମୁକୁଟ ବିଜୟିନୀ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ୨୦୧୮ର ମିସ୍‌ ଇଣ୍ଡିଆ ଅନୁକୃତି ତାଙ୍କୁ ଏହି ମୁକୁଟ ପିନ୍ଧାଇଛନ୍ତି। ରାତି ପ୍ରାୟ ୮ଟାରେ ଆରମ୍ଭ ହୋଇଥିବା ଏହି ଉତ୍ସବରେ ବଲିଉଡ୍‌ର ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ। ଛତିଶଗଡର ଶିବାନୀ ଯାଦବ(ଯୋଗ୍ୟତାରେ ଇଞ୍ଜିନିୟର) ମିସ୍‌ ଗ୍ରାଣ୍ଡ ଇଣ୍ଡିଆ ମୁକୁଟ ପରିଧାନ କରିଥିବାବେଳେ ବିହାରର ମ୍ୟାନେଜମେଣ୍ଟ ଛାତ୍ରୀ ଶ୍ରେୟା ଶଙ୍କର ମିସ୍‌ ଇଣ୍ଡିଆ ୟୁନାଇଟେଡ୍‌ କଣ୍ଟିନେଣ୍ଟ୍‌ସ ଟାଇଟଲ୍‌ ହାସଲ କରିଛନ୍ତି। ତେଲେଙ୍ଗାନାର ସଞ୍ଜନା ଭିଜ୍‌ଙ୍କୁ ମିସ୍‌ ଇଣ୍ଡିଆ ରନର୍ସ ଅପ୍‌-୨୦୧୯ ଟାଇଟଲ୍‌ ପ୍ରଦାନ କରାଯାଇଛି। ୨୦ ବର୍ଷୀୟା ସୁମନ ଥାଇଲାଣ୍ଡରେ ମିସ୍‌ ଓ୍ବାର୍ଲଡ ୨୦୧୯ରେ ଭାରତର ପ୍ରତିନିଧିତ୍ୱ କରିବେ। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟପଥରେ ପ୍ରତିଜ୍ଞାବଦ୍ଧ ହୋଇ ଆଗେଇ ଚାଲିଲେ ଦେହର ପ୍ରତିଟି ସ୍ନାୟୁ ଓ ତନ୍ତୁ ବିଜୟ ପାଇଁ ସେଇ ଦିଗରେ ଆଗେଇ ଯାଆନ୍ତି ବୋଲି ସୁମନ ଏକ ସାକ୍ଷାତ୍‌କାରରେ ପ୍ରକାଶ କରିଛନ୍ତି। ବିଜେତାମାନଙ୍କୁ ଏକ ବିଚାରକ ମଣ୍ଡଳୀ ଚୟନ କରିଥିଲା। ଏଥିରେ ସାମିଲ ଥିଲେ ପ୍ରସିଦ୍ଧ ଡିଜାଇନର ଫାଲ୍‌ଗୁନୀ ଶାନେ ପିକକ୍‌, ମିସ୍‌ ଓ୍ବାର୍ଲଡ-୨୦୧୮ ବିଜୟିନୀ ଭାନେସା ପୋନ୍‌କା ଡି’ ଲିଓନ, ଅଭିନେତ୍ରୀ ହୁମା କୁରେଶୀ, ଚିତ୍ରାଙ୍ଗଦା ସିଂ, ଆୟୁଷ ଶର୍ମା, କୋରିଓଗ୍ରାଫର-ଫିଲ୍ମ ନିର୍ମାତା ରେମୋ ଡି’ସୁଜା, ଧାବିକା ଦୂତୀ ଚାନ୍ଦ ଏବଂ ଫୁଟବଲ୍‌ କ୍ୟାପଟେନ୍‌ ସୁନୀଲ ଛେତ୍ରୀ। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ କାଟ୍ରିନା କୈଫ୍‌, ଭିକି କୌଶଲ, ନୋରା ଫତେ ଏବଂ ମୌନୀ ରଏ। ବଲିଉଡ ଫିଲ୍ମ ନିର୍ମାତା କରନ୍‌ ଜୋହର, ଅଭିନେତା ତଥା ଆଙ୍କର ମନୀଷ୍‌ ପଲ୍‌ ଏବଂ ମିସ୍‌ ଓ୍ବାର୍ଲଡ ୨୦୧୭ ବିଜୟିନୀ ମାନୁଷୀ ଛିଲ୍ଲାର ଯୋଗଦେଇଥିଲେ।


All Right Reserved By Dharitri.Com

ଅର୍ପିତାଙ୍କ ପାଇଁ ଏଥର ଜନ୍ମଦିନ ପାଳନ କରିବେ ନାହିଁ ସଲମାନ!

ମୁମ୍ବାଇ: ବଲିଉଡ୍‌ ଭାଇଜାନ ସଲମାନ ଖାଁ ଆସନ୍ତା ୨୭ତାରିଖରେ ତାଙ୍କର ୫୪ ତମ ଜନ୍ମଦିନ ପାଳନ କରି ଥାଆନ୍ତେ। ସବୁଥର ସେ ତାଙ୍କ ଫାର୍ମ ହାଉସରେ...

ବ୍ୟାକ୍‌ଗ୍ରାଉଣ୍ଡ ଭଏସ୍‌ରେ ପିତାଙ୍କ ସହ ତାଳ ଦେବେ ଆର୍ୟନ

ମୁମ୍ବାଇ: ବଡ଼ ପରଦାରେ ବାପା ଶାହରୁଖ ଖାଁଙ୍କ ସହ ନିଜର ପ୍ରଚ୍ଛଦ ସ୍ବର ଦେବାକୁ ଯାଉଛନ୍ତି ପୁଅ ଆର୍ୟନ। ଅନ୍ତରାଷ୍ଟ୍ରୀୟ କମ୍ପାନୀ ଡିଜନୀର ଅପ୍‌ କମିଂ...

ଜୋତା ପଲିସ କରୁଥିବା ବ୍ୟକ୍ତିଙ୍କ ଗୀତଶୁଣି ଭାବୁକ ହେଲେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌

ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା କମ୍ପାନୀର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ଗୀତ ଶୁଣି ଭାବୁକ ହୋଇପଡ଼ିଛନ୍ତି। ଏହି...

ଫିଟ୍‌ନେସ ପାଇଁ ୨୩ ଘଣ୍ଟା ଉପାସରେ ରହିଲେ ହ୍ରିତିକ

ସାରାଦେଶରେ ଜାରି ରହିଛି ଲକଡାଉନ। ସାଧାରଣ ଲୋକଙ୍କ ପରି ବଲିଉଡ କଳାକାରମାନେ ମଧ୍ୟ ଲକଡାଉନରେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ଅଧିକାଂଶ କଳାକାର...

ଭଲ ବ୍ୟବସାୟ କରୁଛି ‘ଜଜ୍‌ମେଣ୍ଟାଲ ହେ କ୍ୟା’: ଗୋଟିଏ ସପ୍ତାହରେ କମାଇଲା ୩୧କୋଟି

ମୁମ୍ବାଇ: ଗତ ଶୁକ୍ରବାର ପରଦାକୁ ଆସିଛି ବାଲାଜି ମୋଶନ୍‌ ପିକ୍ଚର୍ସର ଫିଲ୍ମ ‘ଜଜ୍‌ମେଣ୍ଟାଲ ହେ କ୍ୟା’। ତେବେ ରିଲିଜର ଏକ ସପ୍ତାହରେ ଏହା ୩୧ କୋଟି...

ପରଦାକୁ ଆସିବ ‘ସତ୍ୟମେବ ଜୟତେ’ର ସିକ୍ୱେଲ, ପ୍ରଥମ ପୋଷ୍ଟର ରିଲିଜ୍‌

ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଆକ୍ସନ, ଡ୍ରାମା ଧର୍ମୀ ଫିଲ୍ମ ‘ସତ୍ୟମେବ ଜୟତେ’ ୨୦୧୮ରେ ମୁକ୍ତିଲାଭ କରିଥିଲା। ଫିଲ୍ମଟି ବକ୍ସ ଅଫିସରେ ସଫଳ ମଧ୍ୟ ହୋଇଥିଲା। ଏବେ...

ବିବାହର ୧୪ ମାସ ପରେ ପ୍ରେମକାହାଣୀ କହିଲେ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ବିବାହର ୧୪ ମାସ ପରେ ନିଜ ପ୍ରେମକାହାଣୀ ଫ୍ୟାନମାନଙ୍କୁ ଜଣାଇଛନ୍ତି। ୮ ମେ ୨୦୧୮ରେ ସୋନମ ଆନନ୍ଦ ଆହୁଜାଙ୍କୁ ପ୍ରେମ...

୭୨ ବର୍ଷରେ ମୌସୁମୀ: ପ୍ରକୃତ ନାମ ଥିଲା ଇନ୍ଦିରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ରବିବାର ୭୨ ବର୍ଷରେ ପାଦ ଦେଇଛନ୍ତି। ୧୯୪୮ ଏପ୍ରିଲ୍‌ ୨୬ରେ କୋଲକାତାଠାରେ ସେ ଜନ୍ମଗ୍ରହଣ କରିଥିଲେ। ଅତି କମ୍‌...

Leave a comment

Your email address will not be published. Required fields are marked *