ଆତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡ ହାତୀ

ସଜନାଗଡ଼, ୧୭ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୨୮ ଝାଡ଼ଖଣ୍ଡ ହାତୀ ଓ ୫ ଛୁଆ ହାତୀ ଆତଙ୍କ ଖେଳାଉଛନ୍ତି। ୬ଦିନ ହେଲେ ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଦେଉଛନ୍ତି। ଶନିବାର ରାତିରେ ହାତୀପଲ କୁଲଡିହା ରେଞ୍ଜ ଅଧୀନ ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗ୍ରାମ ପାଖ ସାତଘାଟି ଏବଂ ମୁଣ୍ଡଘୁରା ଗ୍ରାମରେ ପଶି ରାମଚନ୍ଦ୍ର ସିଂ, ବୁଧୁ ସିଂ, ସୋମବାରୀ ସିଂ, ହାଡ଼ିବନ୍ଧୁ ସିଂ, ଗୁରୁବା ସିଂ, ପୁନିଆ ସିଂ, ଶ୍ୟାମସୁନ୍ଦର ସିଂ, ଦୁର୍ଗା ସିଂ, ଶ୍ୟାମସୁନ୍ଦର ସିଂଙ୍କ ଘର ଭାଙ୍ଗିଦେଇଛନ୍ତି। ଏହାସହ ଘରେ ଥିବା ଧାନ, ଚାଉଳ ଖାଇବା ସହ ତା’ଠାରୁ ଅଧିକ ପରିମାଣରେ ନଷ୍ଟ କରିଥିଲେ। ଏହାସହ ଘରବାଡ଼ିରେ ଥିବା ପଣସ, ସପୁରୀ, କିମ୍ବା କଦଳୀ ଗଛ ମଧ୍ୟ ଭାଙ୍ଗି ପକାଇଥିଲେ। ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ୍‌କାଟ ଅନ୍ୟ ପଟେ ଅନ୍ଧାର ରାତିର ସୁଯୋଗ ନେଇ ଖାଦ୍ୟ ନ ପାଇ ଗ୍ରାମମୁହାଁ ହେଉଥିବା ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଉଜାଗର ରହୁଛନ୍ତି। ରବିବାର ସକାଳେ ଗ୍ରାମବାସୀ ନୀଳଗିରି ବିଧାୟକଙ୍କୁ ଡାକି କ୍ଷତି ହୋଇଥିବା ଘର ଦେଖାଇବା ସହ ପ୍ରଶାସନ ଓ ବନ ବିଭାଗ ବିରୋଧରେ ଅଭିଯୋଗ କରିଥିଲେ।
୨୦୧୦ ମସିହାରୁ ହାତୀ ନୀଳଗିରିକୁ ଆସୁଥିବା ବେଳେ ପ୍ରତିବର୍ଷ ହାତୀପଲ ଆସିବାର ପୂର୍ବରୁ କିମ୍ବା ହାତୀ ଆସିବାର ଦିନେ କିମ୍ବା ଦୁଇଦିନ ଭିତରେ ପ୍ରସ୍ତୁତି ବୈଠକ ହୁଏ। ପ୍ରସ୍ତୁତି ବୈଠକର ମୁଖ୍ୟ ବିଷୟ ହାତୀ ଉପଦ୍ରବ୍ୟ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା । ହାତୀ ଘଉଡ଼ାଇବାରେ ଲୋକଙ୍କ ସାହାଯ୍ୟ ନେବା, ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ହାତୀ ଉପଦ୍ରବ କରୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖି ଖାଦ୍ୟ ଯୋଗାଣ ବିଷୟରେ ଆଲୋଚନା ହୁଏ। ଏହି ଆଲୋଚନାରେ ବନବିଭାଗ, ବିଦ୍ୟୁତ୍‌ ବିଭାଗ, ଜଙ୍ଗଲ କମିଟି, ଖାଦ୍ୟଯୋଗାଣ ବିଭାଗ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ୍‌ ଉପସ୍ଥିତ ରହିଥାନ୍ତି। ମାତ୍ର ଏଥର ହାତୀ ଆସିବାର ୬ଦିନ ବିତିଯାଇଥିଲେ ମଧ୍ୟ ପ୍ରସ୍ତୁତି ବୈଠକ ନ ହେବା ଯୋଗୁ କୌଣସି ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ । ଫଳରେ ଲୋକେ ନିଜକୁ ଅସୁରକ୍ଷତି ମନେ କରୁଛନ୍ତି। ବିଧାୟକ ଗ୍ରାମବାସୀଙ୍କ ଦୁଃଖ ଶୁଣିବା ପରେ ଏ ବିଷୟରେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାଇଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।


All Right Reserved By Dharitri.Com

‘ବରିଷ୍ଠ ନାଗରିକ ବୋଝ ନୁହନ୍ତି’

ଔପଦା, ୧୯।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ହାଇସ୍କୁଲ ପଡ଼ିଆରେ ରମାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ବରିଷ୍ଠ ନାଗରିକ ମଞ୍ଚର ୭ତମ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ...

ଆଖୁବାଡ଼ିରେ ନିଆଁ ଲଗାଇବା ସମୟରେ ଜୀବନ୍ତ ଦଗ୍ଧ

ବସ୍ତା,୫।୮(ସ୍ବ.ପ୍ର) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ରଘୁନାଥପୁର ପଞ୍ଚାୟତ ଗିଲାଜୋଡ଼ି ଗ୍ରାମରେ ସୋମବାର ପୂର୍ବାହ୍ନରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଏହି ଗ୍ରାମର...

ପୋଲିସ ହେପାଜତ୍‌ରୁ ଅଭିଯୁକ୍ତଙ୍କୁ ଛଡାଇନେଲେ

ସଜନାଗଡ, ୩୦।୧୦(ଡି.ଏନ.ଏ.)-ଏକ ଠକେଇ ମାମଲାରେ ଅଭିଯୁକ୍ତ ଥିବା ଜଣେ ଯୁବକଙ୍କୁ ବାଲେଶ୍ୱର ଜିଲା ନୀଳଗିରି ଥାନା ପୋଲିସ ମଙ୍ଗଳବାର ଗିରଫ କରି ନେଉଥିବା ବେଳେ ଶ୍ୟାମସୁନ୍ଦରପୁର...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷା

ଭଦ୍ରକ ଅଫିସ,୨୩ା୫: ଗୁରୁବାର ୪୭ ପ୍ରତିଦ୍ୱନ୍ଦୀଙ୍କ ଭାଗ୍ୟ ପରୀକ୍ଷାର ଫଳାଫଳ ନିର୍ଣ୍ଣୟ ହେବ। ୫ ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଚୂଡାନ୍ତ ହେବ।...

ଅଙ୍ଗନୱାଡ଼ି ଶିଶୁଙ୍କ ଜଳଖିଆରେ ପୋକ

ରୂପ୍‌ସା, ୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକ ସାନଖୁଡ଼ି ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ଶନିବାର ଶିଶୁଙ୍କୁ ଦିଆଯାଇଥିବା ଜଳଖିଆରେ ପୋକ ବାହାରିବାରୁ ଉତ୍ତେଜନା ଦେଖାଦେଇଛି। ଏହି ଖବର ପ୍ରଚାରିତ...

ଦୁଇ ଟନ୍‌ରୁ ଊର୍ଦ୍ଧ୍ୱ ଚୋରା କୋଇଲା ଜବତ: ଜଣେ ଗିରଫ

ପଦ୍ମପୁର,୬।୬(ଡି.ଏନ.ଏ): ଭଦ୍ରକ ଜିଲା ଧାମରା ବନ୍ଦରରୁ କୋଇଲା ପରିବହନ ହେଉଥିବା ବେଳେ ବ୍ୟାପକ ଚୋରା ଚାଲାଣ ହୋଇଛି। ଗୁରୁବାର ସକାଳୁ ତିହିଡି ଅଞ୍ଚଚଳର ଏକ ପିକ୍‌ଅପ୍‌...

କନ୍ୟାଶ୍ରମ ଦେଇଛି ସାହାରା

ସୋର,୧୯।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ସୋରସ୍ଥିତ ଗାନ୍ଧୀ ପୁରୁବାଇ କନ୍ୟାଶ୍ରମର ଅନ୍ତେବାସୀ ମାହେଶ୍ୱରୀ ରଣା (୧୭) ଚିତ୍ର ମାଧ୍ୟମରେ ସାମାଜିକ ସଚେତନତାର ବାର୍ତ୍ତା ଦେଇ ବେଶ୍‌ ଚର୍ଚ୍ଚାକୁ...

Leave a comment

Your email address will not be published. Required fields are marked *