ସୀତା ଠାକୁରାଣୀଙ୍କ ଦର୍ଶନ ଲାଗି ଭକ୍ତଙ୍କ ଭିଡ଼

ଢେଙ୍କିକୋଟ, ୧୭।୬(ଡି.ଏନ୍‌.ଏ.)- ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ସୀତାବିଞ୍ଜଠାରେ ଶନିବାରଠାରୁ ଆରମ୍ଭ ହୋଇଛି ୩ ଦିନିଆ ରଜମେଳା। ପ୍ରତିବର୍ଷ ପରି ରଜମେଳାର ପ୍ରଥମ ଦିନରେ ମା’ ସୀତା ଠାକୁରାଣୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସି ପହଞ୍ଚିଥିଲେ। ମେଳାରେ ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଲୋକମାନେ ଧାଡ଼ିରେ ଯାଇ ଠାକୁରାଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ରଜ ସଂକ୍ରାନ୍ତୀରେ ସୀତାବିଞ୍ଜ ପାଦ ଦେଶରେ ପ୍ରବାହିତ ସୀତାନଦୀରେ ବୁଡ଼ ପକାଇ ମା’ସୀତାଠାକୁରାଣୀ ଓ ତାଙ୍କ ଜମଜ ପୁତ୍ର ଲବକୁଶଙ୍କୁ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ମୁଖ୍ୟ ପୂଜକ ନାଥ ଦେହୁରୀ ଭୋର ୫ଟାରୁ ମା’ଙ୍କ ସ୍ନାନାଦି ପୂଜାବିଧି ସମ୍ପନ୍ନ କରିବାପରେ ସକାଳ ୬ଟାରେ ଆଳତୀ କରାଯାଇଥିଲା। ଏହା ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ସୁଯୋଗ ମିଳିଥିଲା। ତ୍ରେତୟା ଯୁଗର କିମ୍ବଦନ୍ତୀ ବହନ କରୁଥିବା ସୀତାବିଞ୍ଜରେ ପଡ଼ିଥିବା ରଜମେଳାରେ ବିଭିନ୍ନ ପସରା ଆକର୍ଷଣ ସାଜିଛି। ମେଳାର ପ୍ରଥମ ଦିନରେ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଉକ୍ତ ମା’ଙ୍କୁ ଦର୍ଶନ କରିଥିବା କୁହାଯାଇଛି। ସୀତାବିଞ୍ଜ ଗ୍ରାମବାସୀଙ୍କ ସମେତ ଟ୍ରଷ୍ଟି ଏବଂ ଗ୍ରାମର ମହିଳା ମଣ୍ଡଳ ମେଳା ପରିଚାଳନାରେ ସହଯୋଗ କରିଥିଲେ। ଟ୍ରଷ୍ଟି ପକ୍ଷରୁ ମାଘ ଦେହୁରୀ, ନାରଣ ଦେହୁରୀ, ରବୀନ୍ଦ୍ର ଦେହୁରୀ ଏବଂ ବିକାଶ ଦେହୁରୀ କାର୍ଯ୍ୟ ତଦାରଖ କରିଥିବା ସଭାପତି ଦୁଃଶାସନ ନାୟକ ପ୍ରକାଶ କରିଛନ୍ତି। ଢେଙ୍କିକୋଟ ଫାଣ୍ଡି ଓ ଘଟଗାଁ ଥାନା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏଥିସହ କେନ୍ଦୁଝର ଜିଲା ସଦର ମହକୁମାରୁ ଆସିଥିବା ପୋଲିସ ଫୋର୍ସ ମୁତୟନ ରହିଥିଲେ। ସୀତାବିଞ୍ଜରେ ପୁରାତନ ଯୁଗର ଶିଳାଲିପି, ରାବଣ ଛାୟା ଭଣ୍ଡାରଘର ଓ ଚତୁର୍ମୁଖୀ ବ୍ରହ୍ମା ସବୁବେଳେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିଛି।


All Right Reserved By Dharitri.Com

ପାଟଣା ବିଧାନସଭାରେ ବିଜେଡିର ବାଜିମାତ: ପ୍ରାର୍ଥୀ ଜଗନ୍ନାଥ ନାଏକ ୭୭୯୬ ଖଣ୍ଡ ଭୋଟରେ ବିଜୟୀ

ପାଟଣା, ୨୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୩ ନମ୍ବର ପାଟଣା ଏସ୍‌ଟି ସଂରକ୍ଷିତ ନିର୍ବାଚନମଣ୍ଡଳୀ ପାଇଁ ଚମ୍ପୁଆସ୍ଥିତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଜେଲ ଗଲେ ଅଭିଯୁକ୍ତ

ରୂପ୍‌ସା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଚ୍ଛମନଖୁଣ୍ଟା ଗ୍ରାମର ଅଭିଯୁକ୍ତ ମକରା ଦେହୁରୀଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି ା ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ...

କମ୍‌ ପିଲା ଯୋଗୁ ବନ୍ଦ ହେଲା ୪ ସ୍କୁଲ

ବନ୍ତ, ୪।୭ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକରେ ପିଲା ସଂଖ୍ୟା କମ୍‌ ଯୋଗୁ ୨ ବର୍ଷ ମଧ୍ୟରେ ୪ ସ୍କୁଲ ବନ୍ଦ ହୋଇଯାଇଛି।...

ବିଳମ୍ବିତ ବର୍ଷା, ବଢାଇଛି ଦୁର୍ଦ୍ଦଶା: ସହାୟତା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ, ୧୨।୧୦-ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ଖରିଫ ଚାଷରେ ବ୍ୟାପକ କ୍ଷତି ହୋଇଛି। କୃଷି ଋଣ ଶୁଝି ନ ପାରି ଚାଷୀଙ୍କ ମେରୁଦଣ୍ଡ ଦୋହଲିଯାଇଛି।...

ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଅଚଳ:ପାଣି ପାଉ ନାହାନ୍ତି ଗ୍ରାମବାସୀ

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତ ଅଧିନର ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଯୋଜନା ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୫ଦିନ ହେବ...

ମନ୍ଦିରରେ ଜଳାଭିଷେକକୁ ବିରୋଧ, ଉତ୍ତେଜନା

ଜଳେଶ୍ୱର, ୩୦ା୭ (ଡି.ଏନ୍‌.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ନାମ୍ପୋ ଗ୍ରାମସ୍ଥିତ ଶ୍ରୀ ତ୍ରିଲୋଚନେଶ୍ୱରଙ୍କ ଶିବ ମନ୍ଦିରରେ ଜଳାଭିଷେକ ଲାଗି ସୋମବାର...

ରାଇବଣିଆରେ ହାତୀ ଉପଦ୍ରବ, ଭାଙ୍ଗିଲେ ବହୁ ଘର

ବାଲେଶ୍ୱର ଅଫିସ, ୯।୧୧-ଜଳେଶ୍ୱର ବ୍ଲକ ରାଇବଣିଆ ଅଞ୍ଚଳରେ ଚଳିତବର୍ଷ ବାରମ୍ବାର ହାତୀ ପ୍ରବେଶ କରି ବହୁ ଧନଜୀବନ ନଷ୍ଟ ହୋଇଛି। ସ୍ଥାନୀୟ ବାସିନ୍ଦା ଏକପ୍ରକାର ଭୟ...

ଖରାଦିନ ହେଲେ ମନେ ପଡେ ତାଳସଜର ମଜା

କେନ୍ଦୁଝର, ୧୫ା୫(ଡି.ଏନ୍‌.ଏ.)-ଖରାଦିନ ଆସିଗଲେ କେନ୍ଦୁଝରରେ ପ୍ରତିବର୍ଷ ପରି ବାହାର ବ୍ୟବସାୟୀମାନେ ଆସି ରାସ୍ତାକଡରେ ତାଳସଜର ପସରା ମେଲି ବ୍ୟବସାୟ କରି ବେଶ କିଛି ରୋଜଗାର କରିଥାନ୍ତି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *