ବ୍ଲକସ୍ତରୀୟ ରଜମଉଜ ଉଦ୍‌ଯାପିତ

ଗଣିଆ,୧୭ା୬(ଡି.ଏନ.ଏ.)- ପୂର୍ବବର୍ଷ ଭଳି ରଜ ଉପଲକ୍ଷେ ଗଣିଆ ପାଟଣାସାହିର ଜଗନ୍ନାଥ ମନ୍ଦିରଠାରେ ଆୟୋଜିତ ବ୍ଲକସ୍ତରୀୟ ରଜ ମଉଜ ଉତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉତ୍ସବର ୨ୟ ଦିବସରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଓ ଜିଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା, ଗଣିଆ ସରପଞ୍ଚ ସସ୍ମିତା ଲେଙ୍କା, ଗଣିଆ ବ୍ଲକ ଉପାଧ୍ୟକ୍ଷା ଶାନ୍ତିଲତା ଦାଶ, ଶିକ୍ଷକ ଗିରିଶ କୁମାର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର କୁନି କୁନି ପଲାମାନଙ୍କ ମଧ୍ୟରେ ଲୁଚରହିଥିବା ପ୍ରତିଭାର ବିକାଶ ତଥା ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଗଣିଆ ସରପଞ୍ଚ ଲେଙ୍କାଙ୍କ ଦ୍ୱାରା ଏହା ଆୟୋଜନ କରାଯାଇଛି ା ବିଶେଷକରି ନୃତ୍ୟ, ସଂଗୀତ ଓ ହାସ୍ୟ ଅଭିନୟ ଉପରେ ପିଲାମାନେ କଳା ପ୍ରଦର୍ଶନ କରିଥିଲେ। ୨ୟ ଦିବସରେ ୧୩ରୁ ୨୦ବର୍ଷର ୪୫ଜଣ କଳାକାର ଏଥିରେ ଭାଗ ନେଇଥିଲେ। ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଶୁ କଳାକାରଙ୍କୁ ଟ୍ରଫି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ସରପଞ୍ଚଙ୍କ ଦ୍ୱାରା ଆୟୋଜିତ ଉତ୍ସବକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଥିଲା।


All Right Reserved By Dharitri.Com

ପଲିଥିନ୍‌ ବଣ୍ଟନରେ ଅନିୟମିତତା : ତହସିଲ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ନିଶ୍ଚିନ୍ତକୋଇଲି,୨୦ା୬(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଶାନ୍ତପୁର ପଞ୍ଚାୟତରେ ଫନି ବାତ୍ୟା କ୍ଷତିଗ୍ରସ୍ତକୁ ପଲିଥିନ୍‌ ବଣ୍ଟନରେ ଅନିୟମିତତା ହୋଇଥିବା ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ନିଶ୍ଚିନ୍ତକୋଇଲି ତହସିଲ...

ଶରଣକୁଳର ନିଆରା ମୁଣ୍ଡ ରାମଲୀଳା

ନୟାଗଡ଼ ଅଫିସ,୧୭।୫(ରଞ୍ଜନ କୁମାର ପ୍ରଧାନ)-ରାଜ୍ୟ ତଥା ଜିଲାର ବିଭିନ୍ନ ସ୍ଥାନରେ ରାମଲୀଳା ଯାତ୍ରା ଭିନ୍ନ ଭିନ୍ନ ସମୟରେ ଅନୁଷ୍ଠିତ ହୁଏ। ହେଲେ ନୟାଗଡ଼ ଜିଲା ଶରଣକୁଳ...

ସମୁଦ୍ରରେ ଚାଲିଛି ଚୋରା ତେଲ ବ୍ୟବସାୟ

ପାରାଦୀପ,୧୮ା୬(ସ୍ବ.ପ୍ର.): ଦୀର୍ଘ ୨ ମାସ ଧରି ଜାରି ହୋଇଥିବା ସାମୁଦ୍ରିକ କଟକଣା ଗତ ୧୪ ତାରିଖ ରାତିରେ ହଟିବା ପରେ ଏବେ ସମୁଦ୍ରରେ ଜୋରଦାର ମାଛଧରା...

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ...

ବାଲୁଗାଁରେ ନାକରେ ଲୁହାରଡ୍‌ ପୂରାଇ ବ୍ୟକ୍ତିଙ୍କୁ ହତ୍ୟା ଘଟଣା: ୫୦ଦିନ ପରେ ବି ପୋଲିସ ହାତ ଖାଲି

ନୟାଗଡ଼ ଅଫିସ,୧୬ା୬- ଗତ ୨୫ ଏପ୍ରିଲରେ ନୟାଗଡ଼ ସଦର ବ୍ଲକ ବାଲୁଗାଁଠାରେ ନିଶା ସେବନ କରିଥିବା ଜଣେ ବ୍ୟକ୍ତିଙ୍କ ନାକରେ କେହି ଲୁହା ରଡ୍‌ ପୂରାଇଦେବାରୁ...

ବିଡିଓ ଅନୁପସ୍ଥିତ: ଅଭିଯୋଗ ପାଇଁ ଆସି ଲୋକେ ନିରାଶ

ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ...

ଧାନଚାଷ ନିମନ୍ତେ ମୌସୁମୀ ବର୍ଷାକୁ ଭରସା: ବିଳମ୍ବ ହେବାରୁ ଚାଷ କାର୍ଯ୍ୟରେ ବାଧା

ବୋଲଗଡ଼,୩ା୭(ଡି.ଏନ.ଏ.)-ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଞ୍ଚଳର ଚାଷୀ ମାନେ ଖରିଫ ଧାନ ଚାଷ ନିମନ୍ତେ ବିଶେଷ ଭାବେ ମୌସୁମୀ ବର୍ଷା ଉପରେ ନିର୍ଭର ବା ଭରସା...

ବିଞ୍ଝାରପୁରରେ ନବବଧୂଙ୍କୁ ତଣ୍ଟିକାଟି ହତ୍ୟା: ପୋଲିସର ତଦନ୍ତ ଆରମ୍ଭ

ଯାଜପୁର ଅଫିସ,୨୨।୭: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ଗ୍ରାମ ଗୁଣ୍ଡିରିପଡ଼ା(ବିଲସାହି)ରେ ରବିବାର ବିଳମ୍ବିତ ରାତିରେ ଜଣେ ନବବଧୂଙ୍କୁ ଧାରୁଆ ଅସ୍ତ୍ରରେ ତଣ୍ଟିକାଟି ହତ୍ୟା...

Leave a comment

Your email address will not be published. Required fields are marked *