Posted inଜାତୀୟ

ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା କଲେ ବିବାହ

ଭୋପାଳ, ୧୬।୬: ମଧ୍ୟପ୍ରଦେଶରେ ଘଟିଛି ଏକ ନିଆରା ଘଟଣା। ଏଠାରେ ଝିଅ ବିବାହର ଗୋଟିଏ ଦିନ ପୂର୍ବରୁ ୨୫ ବର୍ଷ ଧରି ଲିଭ୍‌ଇନ୍‌ରେ ରହୁଥିବା ମାତାପିତା ବିବାହ କରିଛନ୍ତି। ଏହାକୁ ନେଇ ଏବେ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ ମୁଙ୍ଗାବଳୀର ଅଶୋକ ନଗରର ରୁହାନା ଗାଁରେ ବାସ କରୁଥିବା ୫୫ ବର୍ଷ ବୟସ୍କ ପରମାଲ ସିଂ ଲୋଧି ୫୦ ବର୍ଷ ବୟସ୍କା ସୁନୀତା ବାଈ ଲୋଧିଙ୍କୁ ବିବାହ କରିଛନ୍ତି। ଅର୍ଥ ଅଭାବରୁ ଦୁହେଁ ବିବାହ କରି ନ ପାରି ଦୀର୍ଘ ୨୫ ବର୍ଷ ଲିଭ୍‌ଇନ୍‌ରେ ରହୁଥିଲେ। ଉଭୟଙ୍କର ୨ ଝିଅ ଏବଂ ୨ ପୁଅ ଅଛନ୍ତି। ବଡ ଝିଅ କଲ୍ଲୋର ବିବାହର ଗୋଟିଏ ଦିନ ପୂର୍ବରୁ ମାତାପିତାଙ୍କ ବିବାହ ସମ୍ପନ୍ନ ହୋଇଛି। ଏଠାରେ ଅନେକ ଜନଜାତି ସମ୍ପ୍ରଦାୟ ଆବଶ୍ୟକ ଟଙ୍କା ଅଭାବରୁ ବିବାହ ନ କରି ଦୀର୍ଘ ବର୍ଷ ଧରି ଲିଭ୍‌ଇନ୍‌ରେ ରହିଥାନ୍ତି। କେତେକ ପରିଣତ ବୟସରେ ଝିଅ ପୁଅ ଏବଂ ନାତୁଣୀ ନାତିଙ୍କ ମେଳରେ ମଧ୍ୟ ବିବାହ କରୁଥିବା ଘଟଣା ଦେଖିବାକୁ ମିଳିଥାଏ।


All Right Reserved By

ଇଭିଏମ୍‌ରେ ଜନାଦେଶ, ୨୩କୁ ଅପେକ୍ଷା

ନୂଆଦିଲ୍ଲୀ,୨୦।୫(ପି.ଟି.): ପଶ୍ଚିମବଙ୍ଗ ଏବଂ ପଞ୍ଜାବର କେତେକ ସ୍ଥାନରେ ହିଂସାକାଣ୍ଡକୁ ବାଦ୍‌ ଦେଲେ ରବିବାର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।...

ତାମିଲନାଡୁର ୬ ରାଜ୍ୟ ସଭା ଆସନ: ଜୁଲାଇ ୧୮ରେ ନିର୍ବାଚନ

ନୂଆଦିଲ୍ଲୀ,୨୬ା୬(ପି.ଟି.): ତାମିଲନାଡୁର ୬ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ଏଥିଲାଗି ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ...

କଶ୍ମୀର ଭାରତର ଅଭିନ୍ନ ଅଙ୍ଗ; ସେଥିପାଇଁ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ: ଶାହ

ନୂଆଦିଲ୍ଲୀ,୬।୮: କଶ୍ମୀର ଭାରତର ଅଭିନ୍ନ ଅଙ୍ଗ। ସେଥିପାଇଁ ଆବଶ୍ୟକ ପଡ଼ିଲେ ଜୀବନ ଦେବାକୁ ମଧ୍ୟ ପଛାଇବୁ ନାହିଁ। ମଙ୍ଗଳବାର ଲୋକ ସଭାରେ ଏଭଳି କହିଛନ୍ତି ସ୍ବରାଷ୍ଟ୍ର...

ବଡଗାମ୍‌ରେ ସୁରକ୍ଷାର୍କମୀଙ୍କ ସର୍ଚ୍ଚ ଅପରେଶନ

ଶ୍ରୀନଗର,୩୦।୬: ଜମ୍ମୁ-କଶ୍ମୀର ବଡଗାମ୍‌ ଜିଲାରେ ରବିବାର ସକାଳେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ଚଦୁରା...

ପ୍ରତି ଘରେ ପାଣି ପାଇପ୍‌ ଲାଇନ୍‌ ପହଞ୍ଚାଇବେ ମୋଦି ସରକାର

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ପାଳିରେ ‘ସ୍ବଚ୍ଛ ଭାରତ ମିଶନ’କୁ ଫ୍ଲାଗସିପ୍‌ ସ୍କିମ କରିଥିଲେ। ଏବେ ଦ୍ୱିତୀୟ ପାଳିରେ ଗଁା ଗହଳିର ପ୍ରତି...

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି...

‘ଜୟ ଶ୍ରୀରାମ’ ନାରାବାଜି ଉପରେ ଭଡ଼କିଲେ ମମତା: ଚିତ୍କାର କରି କହିଲେ, ଛାଲ ଉତାରିଦେବି

କୋଲକାତା୩୧।୫: ଲୋକ ସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି।...

ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ: ପ୍ରଥମେ ଭାରତୀୟ ସେନା ଉପରେ କରିବାକୁ ହେବ ଆକ୍ରମଣ

ଶ୍ରୀନଗର,୨୦।୬: ଆତଙ୍କବାଦୀ ସଂଗଠନ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ରେ ଭର୍ତ୍ତି ପାଇଁ ନୂଆ ସର୍ତ୍ତ ରଖାଯାଇଛି। ଆତଙ୍କବାଦୀ ସଂଗଠନରେ ଯୋଗଦେବା ଲାଗି ଆବେଦନକାରୀଙ୍କ ଆଗ୍ରହ ପ୍ରଥମେ ପ୍ରମାଣ କରିବାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *