Posted inଫୁରସତ

ପବିତ୍ର ପୀଠ ସାଗର ଶ୍ରୀକ୍ଷେତ୍ର

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ବଡ଼ ବିଚିତ୍ର। ସେ ହିଁ ସର୍ବତ୍ର ବିଦ୍ୟମାନ। ନୀଳକନ୍ଦରର ଅନତି ଦୂରରେ ମହାପ୍ରଭୁଙ୍କର ଚରଣାରବିନ୍ଦକୁ ଧୋଇ ନାଚି ଉଠୁଥିବା ମହୋଦଧି(ବଙ୍ଗୋପସାଗର) ତା’ର ବେଳାଭୂମିରେ ଅଙ୍କିତ କରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏତିହ୍ୟ। ତେବେ ସାଗର ପରି ନୀଳାମ୍ବୁ ଚିଲିକା ବି ବାଦ ପଡ଼ିନାହିଁ ମହାପ୍ରଭୁଙ୍କ ସେବାରୁ । ତା’ର ନୀଳ ଜଳରାଶିରେ ମହାପ୍ରଭୁଙ୍କ ଗୋପନ ଆଶ୍ରୟସ୍ଥଳୀ ରହିଥିବାରୁ ଚିଲିକାର ନୀଳ ଜଳରାଶି ହୋଇପାରିଛି ଶୁଚିମନ୍ତ। ଅତୀତରେ ବିଭିନ୍ନ ସମୟରେ ବିଦେଶୀ ଶତ୍ରୁ ଓ ବିଧର୍ମୀଙ୍କ ଆକ୍ରମଣ ଆଶଙ୍କାରେ ମହାପ୍ରଭୁଙ୍କ ଦାରୁବ୍ରହ୍ମର ଅନିଷ୍ଟ ଚିନ୍ତା କରି ସେବକ, ଭକ୍ତମାନଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଚିଲିକାର ଏକାଧିକ ସ୍ଥାନରେ ଲୁଚାଇ ରଖାଯାଇଥିଲା। ସେହି ପବିତ୍ର ସ୍ଥାନମାନଙ୍କ ମଧ୍ୟରେ ମହିଷା-ବରହମପୁର ନାସି ଅନ୍ୟତମ। ଏହା ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଚିଲିକା ମଧ୍ୟରେ ଅବସ୍ଥିତ। ବରହମପୁର ଗ୍ରାମର ଅନତି ଦୂରରେ ରହିଛି ଏହି ପବିତ୍ର ପୀଠ। ଯାହା ସାଗର ଶ୍ରୀକ୍ଷେତ୍ର ଭାବେ ପରିଚିତ।ଏହି ସ୍ଥାନ ସମ୍ପର୍କରେ ଗବେଷକ ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ଦାରୁଦିଅଁ ଆଠଥର ଚିଲିକାକୁ ଏବଂ ଚିଲିକା ମଧ୍ୟଦେଇ ଅନ୍ୟ ସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ପାଞ୍ଚଥର ଚିଲିକା ମଧ୍ୟରେ ଲୀଳା କରିଥିବାବେଳେ ତିନିଥର ଚିଲିକା ବକ୍ଷଦେଇ ଅନ୍ୟସ୍ଥାନକୁ ଲୀଳା କରିବାକୁ ଯାଇଥିଲେ। ଇତିହାସରୁ ଜଣାପଡ଼େ-ଅତୀତରେ ବିଧର୍ମୀ କଲ୍ୟାଣମଲ୍ଲର ପ୍ରଥମ ଆକ୍ରମଣ କାଳରେ ଗଜପତି ଶ୍ରୀ ପୁରୁଷୋତ୍ତମ ଦେବଙ୍କ ନିର୍ଦ୍ଦେଶରେ ସେବାୟତ ଓ ରାଜ କର୍ମଚାରୀମାନେ ମହାପ୍ରଭୁଙ୍କ ସୁରକ୍ଷା ନିମନ୍ତେ ଚିଲିକାକୁ ଗୋପନ ବିଜେ କରାଇଥିବା ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। କଲ୍ୟାଣମଲ୍ଲର ଦ୍ୱିତୀୟ ଆକ୍ରମଣ ସମୟରେ ଦାରୁଦିଅଁ ଚିଲିକା ମହିଷାରେ ସିପନାସିକୁ ଯାଇଥିଲେ। ସେଠାରେ ନବଦିନାତ୍ମକ ଗୁଣ୍ଡିଚାଯାତ୍ରା ସମ୍ପନ୍ନ ହୋଇଥିବାର ଜଣାପଡ଼େ। ଏଠାରେଥିବା ସର୍ବେଶ୍ୱର ମନ୍ଦିର ହିଁ ସେତେବେଳେ ଶ୍ରୀଗୁଣ୍ଡିଚା ଘରଭାବେ ବ୍ୟବହୃତ ହୋଇଥିଲା। ଚିଲିକାର ଏହି ମହିଷା ନାସିରେ ତିନିଚକକୁ ରଖାଯାଇ ଦାରୁ ବିଗ୍ରହଙ୍କୁ ରଖାଯାଇଥିଲା। ଏହାକୁ ଚକାନାସି ବୋଲି କୁହାଯାଉଥିବା ବେଳେ ସେହି ପୁରରେ ବ୍ରହ୍ମ ରଖା ଯାଇଥିବାରୁ ଏହି ଗ୍ରାମର ନାମ ବରହମପୁର ନାମିତ ହୋଇଥିବା ଜନଶ୍ରୁତି ରହିଛି। ୧୬୧୧ରୁ ୧୬୧୨ମସିହା ପର୍ଯ୍ୟନ୍ତ ଏହି ସ୍ଥାନରେ ଦାରୁବିଗ୍ରହଙ୍କୁ ସ୍ଥାନିତ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଶିବପ୍ରସାଦ ପାତ୍ର କୁହନ୍ତି ସମୟ କ୍ରମେ ଏଠାରେ ମନ୍ଦିରଭାବେ ଏକ ଚାଳଛପର ଓ ଆଜବେଷ୍ଟ ଛପରଗୃହ ନିର୍ମାଣ କରାଯାଇଛିି। ପ୍ରତ୍ୟହ ସକାଳୁ ସନ୍ଧ୍ୟା ଓ ରାତିରେ ପହଡ଼ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତିବର୍ଷ କାର୍ତ୍ତିକ ମାସରେ ପଞ୍ଚୁକ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ ସ୍ବତନ୍ତ୍ର ଭାବେ ପାଳିତ ହୋଇଥାଏ। ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । କୃଷ୍ଣଚନ୍ଦ୍ର ଜେନା କୁହନ୍ତି ଏହି ପବିତ୍ର ପୀଠକୁ ଆସିବାକୁ ହେଲେ ସାତପଡ଼ା ଓ ଜହ୍ନିକୁଦରୁ ଡଙ୍ଗାରେ ଚିଲିକା ମଧ୍ୟରେ ଆସିବାକୁ ପଡ଼ିଥାଏ। ଏହି ଅଞ୍ଚଳରେ ମାଟି ଖନନ କଲେ ବାଲିତଳୁ ବିଭିନ୍ନ ଭଙ୍ଗା ମାଟିପାତ୍ର ବାହାରୁ ଥିବାର ନଜିର ରହିଛି । ପୂର୍ବକାଳରେ ଏହି ଅଞ୍ଚଳରେ କମା ବ୍ରାହ୍ମଣମାନଙ୍କ ଏକ ଜନବସତି ଥିଲା। କେତେକ ପୂଜକ ମଧ୍ୟ ଥିଲେ। ଗଜପତି ଅମୃତ ମଣୋହୀ ଜମି ଖଞ୍ଜା ଦେଇଥିଲେ। ଚଳିତ ୨୦୧୯ମସିହା ଫନୀ ବାତ୍ୟାରେ ପବିତ୍ର ସାଗରକ୍ଷେତ୍ରରେ ଥିବା ବହୁସଂଖ୍ୟକ ଗଛ ଭାଙ୍ଗି ଯାଇଛି। ଅନ୍ୟପକ୍ଷେ ଗୁରୁବାଇ ନାସିରେ ଥିବା ଲୋଟଣୀବର ମଧ୍ୟ ଭାଙ୍ଗି ଯାଇଛି। ଦିନଥିଲା ଏଠାରେ ମହାପ୍ରଭୁଙ୍କ ଦାରୁବ୍ରହ୍ମଙ୍କୁ ଗୋପନ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହି ପବିତ୍ର ଲୋଟଣୀବର ପୀଠସମ୍ପର୍କରେ ଅନେକ ପୁରାଣ, ସାହିତ୍ୟରେ ଅଲୌକିକ କଥା ସ୍ଥାନ ପାଇଛି।
-ବନବିହାରୀ ବେହେରା,କୈଳାସ ପଟ୍ଟନାୟକ


All Right Reserved By Dharitri.Com

ଏହି ମନ୍ଦିରରେ ଶୋଇବା ଅବସ୍ଥାରେଥିବା ହନୁମାନଙ୍କୁ କରାଯାଏ ପୂଜା…

ଆହ୍ଲାବାଦରେ ଥିବା ହନୁମାନ ମନ୍ଦିର ଏହାର ସ୍ବତନ୍ତ୍ର ନିର୍ମାଣଶୈଳୀ ପାଇଁ ପ୍ରସିଦ୍ଧ । ଏହା ପୃଥିବୀର ଏକମାତ୍ର ଏପରି ମନ୍ଦିର ଯେଉଁଠି ହନୁମାନଙ୍କ ମୂର୍ତ୍ତି ଶୋଇରହିଥିବା...

ପୁରସ୍କାର ପରେ କେମିତି ଥାଆନ୍ତି ପ୍ରତିଭାମାନେ, କ’ଣ କରନ୍ତି…

ଅନେକ ସମୟରେ ଦେଖିବାକୁ ମିଳିଥାଏ, ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଦେଖି କେହି କେହି ବାଟଭାଙ୍ଗି ଚାଲି ନ ଯାଇ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ...

୨ବର୍ଷର ପିଲା ପାଇଁ ହାରୀ ପୋଟରଙ୍କ କାହାଣୀରେ ଥିବା ଘର ତିଆରି କଲେ ଅଭିଭାବକ

ପିଲାମାନଙ୍କୁ ଭଗବାନଙ୍କ ରୂପ କୁହାଯାଇଥାଏ। ପ୍ରାୟ ଅଧିକାଂଶ ଘରର ବୟୋଜ୍ୟେଷ୍ଠମାନେ ପିଲାମାନଙ୍କ ଇଚ୍ଛା ପୂରଣ କରିଥାନ୍ତି। ସେମିତି ଏକ ଘଟଣା କାନାଡ଼ା ସହରରେ ଦେଖିବାକୁ ମିିଳିଛି।...

୪୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି

ଜୋତା ପୁରୁଣା ହୋଇଗଲା ପରେ ତା’ର ସ୍ଥାନ ଅଳିଆଗଦା ହୋଇଥାଏ। ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି...

ଜେଏନୟୁରେ ୫ ବର୍ଷ ଥିଲେ ସିକ୍ୟୁରିଟି ଗାର୍ଡ, ଏବେ ସେଠି ପାଠ ପଢିବାକୁ ଯୋଗ୍ୟ ବିବେଚିତ ହେଲେ

ନୂଆଦିଲ୍ଲୀ, ୧୫।୭: କଥାରେ ଅଛି ଯଦି ଧୈର୍ଯ୍ୟ, ସାହସ, ପରିଶ୍ରମ ଏବଂ ଇଚ୍ଛାଶକ୍ତି ଅଛି ତେବେ ସଫଳତା ପାଇବା ଆଦୌ କଷ୍ଟକର ନୁହେଁ। ଏହି ୪...

ବିରଳ ମାଛ: ଡାଇନୋସର୍‌ ସହ ରହିଛି ସାମଞ୍ଜସ୍ୟ, ଫଟୋ ଭାଇରାଲ

ନର୍‌ଓ୍ବେର ଅକ୍ସର ନାମକ ଜଣେ ୧୯ ବର୍ଷୀୟ ନୌଯବାନ ଏକ ବିରଳ ମାଛ ଧରିଛନ୍ତି। ଏବେ ଏହି ମାଛର ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ...

ଗୁମ୍ଫାରେ ରହିଛି ସୁନା ଭଣ୍ଡାର: ଇଂରେଜଙ୍କ ତୋପ ବି ଖୋଲି ପାରି ନ ଥିଲା ପଥର ଫାଟକ

ପାଟନା,୨୩।୨: ଭାରତର କେତେକ ସ୍ଥାନରେ କିଛି ରହସ୍ୟ ରହିଛି ତାହାର ସମାଧାନ ବର୍ତ୍ତମାନ ସୁଦ୍ଧା ଆଧୁନିକ ବିଜ୍ଞାନ ଦ୍ୱାରା ବି ସମ୍ଭବ ହୋଇ ପାରିନି। ଏଭଳି...

୧୭ ଶହ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ରୋମାନ ସମୟର ଶହେ ପାତ୍ର ରହିଛି ସୁରକ୍ଷିତ

ମାଦ୍ରିଦ୍‌,୨୯।୯: ସ୍ପେନ୍‌ର ବେଲେରିକ୍‌ ଦ୍ୱୀପ ନିକଟରେ ସମୁଦ୍ରରେ ୧୭ ଶହ ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ଏଥିରେ ରୋମାନ୍‌ ସମୟର ୨ଶହଟି...

Leave a comment

Your email address will not be published. Required fields are marked *