ସ୍କୁଲ ଛୁଟି ଅବଧି ବଢ଼ିବା ଖବର ଗୁଜବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ସ୍କୁଲ ଛୁଟି ବଢ଼ିନି। ଛୁଟି ଅବଧି ବଢ଼ିବା ନେଇ ଗଣଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ଖବର ଗୁଜବ ବୋଲି କୁହାଯାଇଛି। ସୋମବାର କିମ୍ବା ମଙ୍ଗଳବାର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। କିଛିଦିନ ହେବ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଅବଧି ଘୁଞ୍ଚାଯାଇଥିବା ସୋସିଆଲ ମିଡିଆରେ ଗୁଜବ ହୋଇଥିଲା। ଏହାକୁ ନେଇ ଦ୍ୱନ୍ଦ୍ୱ ବଢ଼ିଥିଲା। ପ୍ରକୃତରେ ସ୍କୁଲ ଛୁଟି ବଢ଼ିଛି କି ନାହିଁ ତାହା ସ୍ପଷ୍ଟ ଜଣା ପଡ଼ି ନ ଥିଲା। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଏହି ଖବରକୁ ସତ ବୋଲି ଭାବି ନେଇଥିଲେ। ତେବେ ଏହି ଖବର ଗୁଜବ ବୋଲି ସଚିବ କହିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ। ଗୁଜବ ଖବର ଶୁଣି ଛାତ୍ରୀଛାତ୍ର ତଥା ଅଭିଭାବକ ପ୍ରଭାବିତ ହେବା ଆବଶ୍ୟକ ନାହିଁ। ପୂର୍ବରୁ ୧୯ ଯାଏ ସ୍କୁଲ ଛୁଟି ରହିବ ବୋଲି ଘୋଷଣା ହୋଇଥିଲା। ସୂଚନାଯୋଗ୍ୟ ଗତବର୍ଷ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କିଛିଦିନ ପାଇଁ ଛୁଟି ବଢ଼ାଇ ଦିଆଯାଇଥିଲା। କିନ୍ତୁ ଚଳିତବର୍ଷ ତାତି ଓ ଗୁଳୁଗୁଳି ଜୋର ଥିଲେ ମଧ୍ୟ କିଛି ସ୍ଥାନରେ ପାଗ ଏବେ ଭଲ ରହିଛି। ତେଣୁ ଛୁଟି ବଢ଼ିବା ନେଇ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ।


All Right Reserved By Dharitri.Com

ବଟି ନ ଦେବାରୁ ଘରେ ପଶି ଦମ୍ପତିଙ୍କୁ ହାଣିବା ଘଟଣା: ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର, କନ୍‌ଷ୍ଟେବଳ ନିଲମ୍ବିତ

ପୁରୀ ଅଫିସ, ୧୦ା୧୦: ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ ଅଭିଯୋଗରେ ପୋଲିସ ହେଲ୍‌ପ ଲାଇନ୍‌ର କନ୍‌ଷ୍ଟେବଳ ସୁଶାନ୍ତ ଭୁଜବଳଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ...

ବିଶ୍ୱସ୍ତରୀୟ ହେବ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ପୁରୀ ଜିଲାରେ ପ୍ରସ୍ତାବିତ ଶାମୁକା ପର୍ଯ୍ୟଟନ ପ୍ରକଳ୍ପ ଏକ ବିଶ୍ୱସ୍ତରୀୟ ପ୍ରକଳ୍ପ ହେବ। ଏହି ପ୍ରକଳ୍ପ ସମ୍ପର୍କିତ ଏକ ସମୀକ୍ଷା ବୈଠକ ମୁଖ୍ୟ ଶାସନ...

‘ନିରପେକ୍ଷତାକୁ ବାଚସ୍ପତି ଗୁରୁତ୍ୱ ଦେବା ଆବଶ୍ୟକ’

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ପାର୍ଲାମେଣ୍ଟ ଓ ବିଧାନସଭାର ବାଚସ୍ପତିମାନେ ଦଳବଦଳ ନିରୋଧ ଆଇନକୁ କାର୍ଯ୍ୟକାରୀ କରିବା ଏବଂ ସଦସ୍ୟମାନଙ୍କୁ ଅଯୋଗ୍ୟ ଘୋଷଣା କରିବାବେଳେ ବାଚସ୍ପତିମାନେ ନିରପେକ୍ଷ ରହିବା ନିହାତି ଆବଶ୍ୟକ।...

ମରଣଯନ୍ତା ପାଲଟିଛି ୫୫ନଂ ଜାତୀୟ ରାଜପଥ: ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ ଆଣିଲେ ଏମ୍‌ପି, ସମାଧାନ ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ,୧୬।୮: ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ପ୍ରତ୍ୟକ ଦିନ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ...

୩୨ ଓଇଏସ୍‌ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର, ୧୫-୧(ବ୍ୟୁରୋ): ଓଡ଼ିଶା ଏଜୁକେଶନ ସର୍ଭିସ(ଓଇଏସ୍‌)ର ୩୨ ଅଧିକାରୀଙ୍କ ପଦୋନ୍ନତି କରାଯାଇଛି। ମଙ୍ଗଳବାର ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି...

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ଚମ୍ପୁଆ/ଯୋଡା/ଝୁମ୍ପୁରା, ୨୯।୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇ ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ନଷ୍ଟ ହୋଇଯାଇଛି। କରୋନା ଲାଗି ଚାଷୀମାନେ...

ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ, ଅଭିଯୁକ୍ତ ଫେରାର

ନୂଆପଡା ଅଫିସ,୩ା୭: ନୂଆପଡା ଅବକାରୀ ବିଭାଗ ସ୍ଥାନୀୟ ଲଖନା ଥାନା ଅନ୍ତର୍ଗତ ବରପଦରପଡା (ବାଞ୍ଜିବାହାଲ)ରୁ ଲକ୍ଷାଧିକ ଟଙ୍କାର କୋରେକ୍ସ ଜବତ କରିଥିବା ବେଳେ ଅଭିଯୁକ୍ତ ଫେରାର...

ନନ୍ଦନକାନନକୁ ଆସିଲେ ୨ ନୂଆ ପ୍ରଜାତିର ୪ମାଙ୍କଡ଼

ବାରଙ୍ଗ,୪।୧୦(ଡି.ଏନ୍‌.ଏ.) : ନନ୍ଦନକାନନକୁ ଗୁରୁବାର ୪ଟି କ୍ୟାପଚୁନ୍‌ ଓ ଛୋଟ ଗୁଣ୍ଡୁଚିମାଙ୍କଡ ଅଣାଯାଇଛି। ଏହି ମାଙ୍କଡ ଆଗରୁ ନନ୍ଦନକାନନରେ ଥିବାବେଳେ ଏମାନଙ୍କ ବଂଶ ଲୋପପାଇଯାଇଥିଲା। ପଶୁପକ୍ଷୀ...

Leave a comment

Your email address will not be published. Required fields are marked *