Posted inଜାତୀୟ

ମୁଣ୍ଡ ନେଉଛି ମସ୍ତିଷ୍କ ଜ୍ୱର

ପାଟନା,୧୬ା୬(ପି.ଟି./ଆଇଏଏନ୍‌ଏସ୍‌): ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ୍‌ ଏନ୍‌ସେଫାଲାଇଟିସ୍‌ ସିଣ୍ଡ୍ରୋମ୍‌ (ଏଇଏସ୍‌) ଏବଂ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ରୋଗରେ ଆକ୍ରାନ୍ତ ହୋଇ ମୁଜାଫରପୁର ଜିଲାର ଦୁଇଟି ସରକାରୀ ହସ୍ପିଟାଲରେ ଶନିବାର ୧୨ ଚିକିତ୍ସାଧୀନ ଶିଶୁଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଶିଶୁଙ୍କ ମୃତ୍ୟୁସଂଖ୍ୟା ୮୦ରେ ପହଞ୍ଚତ୍ଛି। ସ୍ଥିତି ଉଦ୍‌ବେଗଜନକ ଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲକୁ ପରିଦର୍ଶନରେ ଯିବେ।
ବିହାର ରାଜଧାନୀ ପାଟନାରୁ ୭୫ କି.ମି. ଦୂର ମୁଜାଫରପୁରସ୍ଥିତ ଶ୍ରୀକ୍ରିଷ୍ଣା ମେଡିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲ (ଏସ୍‌କେଏମ୍‌ସିଏଚ୍‌)ରେ ଅନୂନ ୫୮ ଏବଂ କେଜ୍‌ରିଓ୍ବାଲ ହସ୍ପିଟାଲରେ ୧୧ ଶିଶୁ ମସ୍ତିଷ୍କ ଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସିଭିଲ ସର୍ଜନ ଡାକ୍ତର ଶୈଳେଶ ପ୍ରସାଦ ସିଂ ଶନିବାର ସୂଚନା ଦେଇଛନ୍ତି। ଜୁନ୍‌ ୧ରୁ ୧୭୮ ଶିଶୁ ଏସ୍‌କେଏମ୍‌ସିଏଚ୍‌ରେ ଏବଂ ୭୨ ଶିଶୁ କେଜ୍‌ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍ତିଷ୍କଜ୍ୱରରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସରକାରୀ ସ୍ତରରେ ମୃତ୍ୟୁସଂଖ୍ୟା ୬୯ ବୋଲି ଘୋଷଣା କରାଯାଇଥିଲେ ହେଁ ପ୍ରକୃତରେ ୮୦ ଶିଶୁଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଆଉ କେତେଜଣ ଶିଶୁ ଗାଁରେ ପ୍ରାଣ ହରାଇବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ଦେଖିବାକୁ ମିଳିଛି।
ଶିଶୁଙ୍କ ମୃତ୍ୟୁର ମୁଖ୍ୟ କାରଣ ହେଉଛି ରକ୍ତରେ ଶର୍କରାର ମାତ୍ରା ଅତ୍ୟନ୍ତ ହ୍ରାସ ପାଇବା, ଯାହାକୁ ହାଇପୋଗ୍ଲାଇସିମିଆ ବୋଲି କୁହାଯାଉଛି। ସ୍ବାସ୍ଥ୍ୟସେବାରେ ଉନ୍ନତି ଅଣାଯାଇ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲେ ଅନେକ ଶିଶୁ ମୃତ୍ୟୁମୁଖରୁ ବର୍ତ୍ତିଯାଇଥାନ୍ତେ ବୋଲି ମୃତକଙ୍କ ପରିବାର ଲୋକେ କହିଛନ୍ତି। ତେବେ ସ୍ଥିତି ଏତେ ସଙ୍ଗିନ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଏବଂ ବିଭାଗୀୟ ପ୍ରଧାନ ସଚିବ ସଞ୍ଜୟ କୁମାର ହସ୍ପିଟାଲ ପରିଦର୍ଶନ କରି ସତ ସ୍ବୀକାର କରିଛନ୍ତି। ସେହିପରି କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଶନିବାର ଶ୍ରୀକ୍ରିଷ୍ଣା ହସ୍ପିଟାଲ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ରବିବାର ଦୁଇ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବେ। ଏହାସହ ସେ ଏକ ରାଜ୍ୟସ୍ତରୀୟ ବୈଠକକୁ ସମ୍ବୋଧିତ କରିବେ। କେନ୍ଦ୍ର ସରକାର ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେଉଥିବା ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ପାଣିପାଗ ବିଭାଗର ସତର୍କ ସୂଚନା: ଆସନ୍ତା ୪ ଘଣ୍ଟାରେ ହେବ ପ୍ରବଳ ବର୍ଷା

ମୁମ୍ବାଇ,୨୫।୭: ମୁମ୍ବାଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ଘଣ୍ଟା ମଧ୍ୟରେ ମୁମ୍ବାଇର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଥାନେ, ରାଇଗଡ଼,...

୨୦ରେ ଚନ୍ଦ୍ରକକ୍ଷରେ ପହଞ୍ଚତ୍ବ ଚନ୍ଦ୍ରୟାନ-୨

ଅହମଦାବାଦ: ଭାରତର ଦ୍ୱିତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ-୨’ ଅଗଷ୍ଟ ୨୦ରେ ଚନ୍ଦ୍ର କକ୍ଷରେ ପହଞ୍ଚତ୍ବା ଆଶା କରାଯାଉଛି। ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ...

କ୍ଲବରେ ଯୋଗ କରୁଛନ୍ତି ଜେଡିଏସ ନେତା

ନୂଆଦିଲ୍ଲୀ: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବୁଧବାର ମଧ୍ୟ ଜାରି ରହିଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ...

ସୁନ୍ଦରବାନି ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୨୩।୧୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଶନିବାର ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ରାଜୌରି ଜିଲାର ସୁନ୍ଦରବାନି ସେକ୍ଟରରେ ପୂର୍ବାହ୍ନ ୧୧ଟା ୩୦ରେ ପାକିସ୍ତାନ...

ଭାରତର ଗ୍ୟାସ ଆଧାରିତ ଅର୍ଥନୀତି, ଅଷ୍ଟ୍ରେଲିଆ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା: ଧର୍ମେନ୍ଦ୍ର

ନୂଆଦିଲ୍ଲୀ, ୨୯।୮: ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ରୂପାନ୍ତରିତ କରିବା ଲାଗି ଅଷ୍ଟ୍ରେଲିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଅଷ୍ଟ୍ରେଲିଆରୁ ଭାରତକୁ ଏଲ୍‌ଏନ୍‌ଜି ଆମଦାନୀ ବଢିବାର ସମ୍ଭାବନା...

ବାବର ମସଜିଦ୍‌ ନିର୍ମାଣ କରିଥିଲେ: ଏହାର ନାହିଁ ପ୍ରମାଣ

ନୂଆଦିଲ୍ଲୀ,୧୩।୮: ଅଯୋଧ୍ୟାର ରାମଜନ୍ମ ଭୂମି-ବାବରୀ ମସଜିଦ୍‌ ମାମଲାରେ ମଙ୍ଗଳବାର ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ଏସ୍‌.ସି. ବୈଦନାଥନ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ...

ମୋଦିଙ୍କ ଶପଥ ଗ୍ରହଣ ଲାଗି ଦିଲ୍ଲୀରେ ୧୦ ହଜାର ଯବାନ ମୁତୟନ

ନୂଆଦିଲ୍ଲୀ,୩୦।୫: ସଜେଇ ହୋଇଛି ରାଜଧାନୀ ଦିଲ୍ଲୀ, ମଞ୍ଚ ପ୍ରସ୍ତୁତ, ଅତିଥି ମଧ୍ୟ ପହଞ୍ଚି ସାରିଛନ୍ତି। ଗୁରୁବାର ସନ୍ଧ୍ୟା ୭ଟାରେ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବେ...

ଛାତ୍ରୀଛାତ୍ରଙ୍କ ଶ୍ରେଷ୍ଠ ସହର ବେଙ୍ଗାଲୁରୁ

ଲଣ୍ଡନ, ୧ା୮(ପି.ଟି.): ଲଣ୍ଡନ କ୍ରମାଗତ ଭାବେ ଛାତ୍ରୀଛାତ୍ରଙ୍କ ଲାଗି ଦ୍ୱିତୀୟ ଥର ପାଇଁ ବିଶ୍ୱର ଶ୍ରେଷ୍ଠ ସହର ହେବାର ମାନ୍ୟତା ଲାଭ କରିଛି। ଏହା ପଛକୁ...

Leave a comment

Your email address will not be published. Required fields are marked *