Posted inଜାତୀୟ

ଲେଉଟି ଆସିଲା ସାମୁଦ୍ରିକ ଝଡ଼ ‘ବାୟୁ’: ୪୮ ଘଣ୍ଟାରେ ଗୁଜରାଟ ଉପକୂଳ ଛୁଇଁବ

ନୂଆଦିଲ୍ଲୀ,୧୬ା୬ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଲୁଚକାଳି ଖେଳୁଛି। ଗତ ଗୁରୁବାର ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ଆଶଙ୍କା ଥିବାବେଳେ ବୁଧବାର ରାତିରେ ଏହାର ଗତିପଥ ବଦଳି ଯାଇଥିଲା। ଫଳରେ ରାଜ୍ୟ ସରକାର ସ୍ଥାନାନ୍ତର ହୋଇଥିବା ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିଜ ଘରକୁ ଫେରିଯିବାକୁ କହିଥିଲେ। ଏବେ କିନ୍ତୁ ‘ବାୟୁ’ ପୁଣି ଫେରିବାର ଆଶଙ୍କା ପ୍ରକାଶ ପାଇଛି। ଗତିପଥ ପୁଣି ବଦଳାଇ ଏହି ବାତ୍ୟା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗୁଜରାଟର କଚ୍ଛରେ ମାଡ଼ ହେବ ବୋଲି କୁହାଯାଉଛି। ରାଜ୍ୟ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରାଜୀବନ୍‌ କହିଛନ୍ତି ଯେ, ଜୁନ୍‌ ୧୬ରେ ଏହା ମୋଡ଼ନେଇ ୧୭ ଓ ୧୮ରେ କଚ୍ଛକୁ ଛୁଇଁବ। ‘ବାୟୁ’ ପୂର୍ବଭଳି ଶକ୍ତିଶାଳୀ ନାହିଁ ଓ ଉପକୂଳରେ ଏହାର ପ୍ରଭାବରେ କେବଳ ଝଡ଼ବର୍ଷା ହେବ ବୋଲି ଭୂ-ବିଜ୍ଞାନ ବିଭାଗର ଅଧିକାରୀମାନେ କହିଛନ୍ତି।
ଓ ସୌରାଷ୍ଟ୍ରରେ ବାତ୍ୟା ‘ବାୟୁ’ ମାଡ଼ହେବା ନେଇ ଏତେଶୀଘ୍ର ଅନୁମାନ ଲଗାଇବା ଠିକ୍‌ ହେବନି ବୋଲି ଅହମଦାବାଦ ପାଣିପାଗ କେନ୍ଦ୍ରର ଉପନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଏହା ପୁଣି ଗତିପଥ ବଦଳାଇପାରେ କିମ୍ବା ଦୁର୍ବଳ ହୋଇପାରେ। କେବଳ ସମୟକୁ ହିଁ ଏଥିଲାଗି ଅପେକ୍ଷା କରିବାକୁ ପଡ଼ିବ। ତେବେ ଶନିବାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପୁଣି ପରାମର୍ଶ ଦିଆଯାଇଛି। ଏଥିସହ ଉପକୂଳବାସୀ ସତର୍କ ରହିବାକୁ ମଧ୍ୟ ପାଣିପାଗ ବିଭାଗ କହିଛି।


All Right Reserved By Dharitri.Com

ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅପରେଶନ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି

ଅହମ୍ମଦାବାଦ୍‌,୪।୯: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଅଚାନକ ଅହମ୍ମଦାବାଦ୍‌ରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏକ ଛୋଟ...

୫ବର୍ଷରେ ୨୦ ହଜାର ଶ୍ରେଣୀଗୃହ ନିର୍ମାଣ କରିଛି ଏଏପି ସରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଲାଗି ପଡିଛନ୍ତି ସବୁ ରାଜନୈତୀକ ଦଳ। ଗୁରୁବାର...

ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ, ୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭାଜପାର ଜଣେ ନିଆରା ପ୍ରଶଂସକଙ୍କୁ ଭେଟିଛନ୍ତି। ସେ ହେଉଛନ୍ତି ଗୁଜରାଟର ଭୀଭୂଭାଇ। ଗତ ଲୋକ ସଭା ନିର୍ବାଚନରେ...

କଂଗ୍ରେସକୁ ସୁପ୍ରିମ୍‌କୋର୍ଟରେ ଝଟ୍‌କା: ଗୁଜରାଟ ରାଜ୍ୟ ସଭା ଉପନିର୍ବାଚନ ଏକାଠି କରାଇବା ଆବେଦନ ଖାରଜ

ନୂଆଦିଲ୍ଲୀ,୨୫।୬: ସୁପ୍ରିମ୍‌କୋର୍ଟଙ୍କ ରାୟ ଯୋଗୁ କଂଗ୍ରେସକୁ ଝଟ୍‌କା ଲାଗିଛି। ଗୁଜରାଟର ୨ଟି ରାଜ୍ୟ ସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ...

ଶାନ୍ତି ଆଶାରେ କଶ୍ମୀରବାସୀ: ମହିଳା ସୁରକ୍ଷାକର୍ମୀଙ୍କ ସହ ହାତ ମିଳାଇଲେ କଶ୍ମୀର ବାଳକ, ଫଟୋ ଭାଇରାଲ

ଶ୍ରୀନଗର,୯।୮: ଜମ୍ମୁ କଶ୍ମୀରରେ ଧାରା ୩୭୦କୁ ଅଚଳ କରିଦିଆଯିବା ପୂର୍ବରୁ ହିଁ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଜମ୍ମୁ ଓ ଶ୍ରୀନଗରରେ ଧାରା ୧୪୪...

ସରକାରୀ ଗାଡ଼ି ଚଳାଇବେ ମହିଳା ଡ୍ରାଇଭର

ଥିରୁଭାନନ୍ତପୁରମ,୨୨।୮: କେରଳ ସରକାର ଏବେ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି। କେରଳରେ ଏଣିକି ସରକାରୀ କାର୍ଯ୍ୟାଳୟ ପାଇଁ ଉଦ୍ଦିଷ୍ଟ ଥିବା ଗାଡ଼ିରେ ମହିଳା ଡ୍ରାଇଭରଙ୍କୁ...

ଏଜେଏଲ୍‌ ଜମି ଆବଣ୍ଟନ ମାମଲା: ଭୋରା, ହୁଡ଼ାଙ୍କୁ ଜାମିନ

ଚଣ୍ଡିଗଡ଼,୭ା୧୧(ପି.ଟି.): ଆସୋସିଏଟେଡ୍‌ ଜର୍ନାଲ୍‌ସ ଲିମିଟେଡ୍‌ (ଏଜେଏଲ୍‌)କୁ ଜମି ଆବଣ୍ଟନ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଇଡି କୋର୍ଟ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡା ଏବଂ...

ସର୍ବ ସମ୍ମୁଖରେ ପୋଲିସ ଜୋତାକୁ ଚୁମ୍ବନ ଦେଲେ ଏମ୍‌ପି

ହାଇଦ୍ରାବାଦ,୨୧।୧୨: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ଆର୍‌ କଂଗ୍ରେସ ଦଳର ଏମ୍‌ପି ଗୋରନ୍ତଲା ମାଧବ ଏବେ ଚର୍ଚ୍ଚାରେ। ସେ ତେଲ୍‌ଗୁ ଦେଶମ ପାର୍ଟି(ଟିଡିପି) ନେତା ଜେ. ସି. ଦିବାକର...

Leave a comment

Your email address will not be published. Required fields are marked *