ମେଟ୍ରୋ ଟ୍ରେନ ଯାତ୍ରା ଲାଗି ଆସିବ ଏକକ କାର୍ଡ

ନୂଆଦିଲ୍ଲୀ,୧୬-୬: ମେଟ୍ରୋ ରେଳ ଯାତ୍ରୀଙ୍କ ଲାଗି କେନ୍ଦ୍ର ସରକାର ଖୁବଶୀଘ୍ର ଏକ ନୂଆ କାର୍ଡ ଆଣିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ମେଟ୍ରୋ ରେଳରେ ଯାତ୍ରା କରିହେବ। ଏହା ପ୍ରଚଳନରେ ଥିବା ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡ ଲାଗି ଗ୍ରାହକଙ୍କୁ କଓ୍ବୋଇସି ଦାଖଲ କରିବାକୁ ପଡିଥାଏ। ଏହାଛଡ଼ା ଯାତ୍ରୀଙ୍କୁ ମେଟ୍ରୋ ରେଳରେ ଯାତ୍ରା କରିବା ଲାଗି ଟୋକନ ବ୍ୟବସ୍ଥାର ସହାୟତା ନେବାକୁ ପଡିଥାଏ। ତେବେ ନୂଆ ବ୍ୟବସ୍ଥାରେ ଲୋକେ କ୍ୟୁଆର୍‌ କୋଡ୍‌ ଥିବା ପେପର ସ୍ଲିପ୍‌ ବ୍ୟବହାର କରିପାରିବେ। ମିଡିଆ ରିପୋର୍ଟ ଅନୁଯାୟୀ, ଏବେ ଲୋକଙ୍କୁ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ଲାଗି ସ୍ବତନ୍ତ୍ର କାର୍ଡ ନେବାକୁ ପଡିଥାଏ। ତେବେ ସରକାର ଆଣିବାକୁ ଥିବା ନୂଆ କାର୍ଡକୁ ଦେଶର ଯେକୌଣସି ମେଟ୍ରୋ ନେଟ୍‌ଓ୍ବାର୍କରେ ବ୍ୟବହାର କରିହେବ। କିନ୍ତୁ ଏଥିପାଇଁ କାଉଣ୍ଟରରେ ରିଚାର୍ଜ କରିବାକୁ ପଡିବ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଯାତ୍ରୀ ପାସପୋର୍ଟ ଏବଂ ଘରୋଇ ଯାତ୍ରୀ ଆଧାର କାର୍ଡ ଅଥବା ଅନ୍ୟ କୌଣସି ପରିଚୟପତ୍ର ଜରିଆରେ ଏହି କାର୍ଡ ପାଇପାରିବେ। ସରକାର ଏହି କାର୍ଡକୁ ଆସନ୍ତା ୬ ମାସ ମଧ୍ୟରେ ଲଞ୍ଚ କରିବେ। ଏବେ ଓ୍ବନ୍‌ ନେଶନ-ଓ୍ବନ୍‌ କାର୍ଡ ପାଇବା ଲାଗି ଯାତ୍ରୀଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ସେମାନଙ୍କୁ କଓ୍ବୋଇସି ଦାଖଲ କରିବା ପରେ ହିଁ ବ୍ୟାଙ୍କ ଏହି କାର୍ଡ ଜାରି କରିଥାଏ। ଦେଖିବାରେ ଏହା ଗୋଟିଏ ଡେବିଟ୍‌ ଅଥବା କ୍ରେଡିଟ୍‌ କାର୍ଡ ଭଳି ଲାଗେ। ଏହି କାର୍ଡ ଜରିଆରେ ଯାତ୍ରା ସହିତ ସପିଙ୍ଗ ମଧ୍ୟ କରିହୁଏ। ଏହି କାର୍ଡର ଡିଜାଇନ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ତିଆରି କରୁଛି। ଡିଜାଇନ ଏବଂ ସମସ୍ତ ସ୍ପେଶିଫିକେଶନକୁ ଏହା ପରେ ସିଡାକ୍‌କୁ ଅର୍ପଣ କରାଯିବ। ଏହି କାର୍ଡକୁ ପରେ ଦେଶର ସମସ୍ତ ମେଟ୍ରୋ ରେଳ ନେଟ୍‌ଓ୍ବାର୍କରେ ଅପ୍‌ଲୋଡ କରାଯିବ।
କାରଣ ବିଭିନ୍ନ ଅଞ୍ଚଳର ମେଟ୍ରୋର ଯାତ୍ରୀ ଭଡ଼ା ଅଲଗା ରହିଛି। ଉଲ୍ଲେଖଯୋଗ୍ୟ ଯେ, ଦେଶର ସମସ୍ତ ମେଟ୍ରୋ ନେଟ୍‌ଓ୍ବାର୍କ ନିଜର ସ୍ମାର୍ଟ କାର୍ଡ ପ୍ରଚଳନ କରିଛନ୍ତି। ଯାହା କି, କେବଳ ତାଙ୍କର ନେଟ୍‌ଓ୍ବାର୍କରେ ହିଁ ଚାଲିପାରିବ। ଏହାବ୍ୟତୀତ ପ୍ରତ୍ୟେକ ନେଟ୍‌ଓ୍ବାର୍କ ଟୋକନ ଜାରି କରିଥାଏ, ଯେଉଁଥିରେ ଭିନ୍ନତା ରହିଛି। ସ୍ମାର୍ଟ କାର୍ଡ ନ ଥିବା ଯାତ୍ରୀ ଟୋକନ ମାଧ୍ୟମରେ ମେଟ୍ରୋରେ ଯାତ୍ରା କରିଥାନ୍ତି। ଏଭଳି ଯାତ୍ରୀଙ୍କୁ କ୍ୟୁଆର୍‌ କୋଡ୍‌ ଥିବା ପେପର ସ୍ଲିପ୍‌ ଦିଆଯିବ। ଏହାଦ୍ୱାରା ଟୋକନ ହଜିଯିବାର ଭୟ ଦୂର ହେବ। ଯାତ୍ରୀ କ୍ୟୁଆର୍‌ କୋଡ୍‌କୁ ସ୍କାନ୍‌ କରି ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।


All Right Reserved By Dharitri.Com

ବିକାଶ ବୃଦ୍ଧିରେ ବାଧା ହଟିବ: ଖୁବ୍‌ଶୀଘ୍ର ଘୋଷଣା

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ସରକାର ବିକାଶ ଅଭିବୃଦ୍ଧି ଲାଗି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି। ଆର୍ଥିକ ବିକାଶ ଆଗେଇବାରେ ଥିବା ସମସ୍ତ ବାଧାକୁ ଚିହ୍ନଟ କରି ଦୂର...

ଏଫ୍‌ପିଆଇ ସରଚାର୍ଜ ପ୍ରତ୍ୟାହାରକୁ ନେଇ ଅର୍ଥମନ୍ତ୍ରୀ ଚୁପ୍‌

ନୂଆଦିଲ୍ଲୀ,୧୧-୮: ବଜେଟରେ ଲାଗୁ ହୋଇଥିବା ସରଚାର୍ଜକୁ ନେଇ ଚିନ୍ତିତ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ) କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରଚାର୍ଜ ଲାଗୁ ହେବା ଦ୍ୱାରା...

ଜାନୁୟାରୀରୁ ନାନୋ ଉତ୍ପାଦନ ବନ୍ଦ

ନୂଆଦିଲ୍ଲୀ,୩-୭: ଟାଟା ମୋଟର୍ସର କ୍ଷୁଦ୍ର କାର ନାନୋର ଉତ୍ପାଦନ ଚଳିତବର୍ଷ ଜାନୁୟାରୀରୁ ବନ୍ଦ ରହିଛି। ଅନ୍ୟପକ୍ଷରେ କମ୍ପାନୀ ଫେବୃୟାରୀରେ ଗୋଟିଏ ହେଲେ ଏହି କାର୍‌ ବିକ୍ରି...

ରପ୍ତାନି ୨.୨୫% ବୃଦ୍ଧି, ବାଣିଜ୍ୟ ନିଅଣ୍ଟ କମିଲା

ନୂଆଦିଲ୍ଲୀ,୧୬-୮: ଜୁଲାଇରେ ଦେଶର ରପ୍ତାନି ୨.୨୫ପ୍ରତିଶତ ବୃଦ୍ଧି ପାଇ ୨୬.୩୩ ବିଲିୟନ ଡଲାରରେ ପହଞ୍ଚତ୍ଛି ବୋଲି ସରକାରୀ ତଥ୍ୟରୁ ପ୍ରକାଶ। ଏହି ଅବଧିରେ ଦେଶର ଆମଦାନୀ...

୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି

ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି, ଯାହା କି ଅଦ୍ୟାବଧି...

ନିଯୁକ୍ତି ସଙ୍କଟ: ନୂଆ ସରକାରଙ୍କୁ ଆହ୍ବାନ

ନୂଆଦିଲ୍ଲୀ,୧୩।୫: ଆଉ କେଇଟା ଦିନ ପରେ ଦେଶରେ ଚାଲିଥିବା ସାଧାରଣ ନିର୍ବାଚନ ମହାକୁମ୍ଭ ଶେଷ ହୋଇଯିବ। ମେ ୨୩ରେ ଫଳାଫଳ ଘୋଷଣା ପରେ କେନ୍ଦ୍ରରେ ନୂଆ...

ଆଜି ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୫-୧: ବୁଧବାର ମକର ସଂକ୍ରାନ୍ତି ଯୋଗୁ ରାଜ୍ୟରେ ବିଭିନ୍ନ ବ୍ୟାଙ୍କ ଏବଂ ବ୍ୟାଙ୍କିଙ୍ଗ୍‌ ପ୍ରତିଷ୍ଠାନଗୁଡିକ ବନ୍ଦ ରହିବ। ଫଳରେ ଲୋକଙ୍କୁ ସେବା ଉପଲବ୍ଧ ହେବ ନାହିଁ।...

ନିବେଶକ ହରାଇଲେ ୧.୬୫ ଲକ୍ଷ କୋଟି

ମୁମ୍ବାଇ,୨୦-୯: ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ହ୍ରାସ ସମ୍ପର୍କରେ ଘୋଷଣା ବିଦେଶ ସମେତ ଭାରତୀୟ ଷ୍ଟକ୍‌ ବଜାରରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ...

Leave a comment

Your email address will not be published. Required fields are marked *