Posted inଖେଳ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ୨ ବ୍ରୋଞ୍ଜ ପଦକ

ଡେନ୍‌ ବୋସକ୍‌ (ନେଦରଲାଣ୍ଡ୍ସ),୧୬।୬ (ପି.ଟି.)-ଜ୍ୟୋତି ସୁରେଖା ଭେନମଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଏଠାରେ ଚାଲିଥିବା ବିଶ୍ୱ ତୀରନ୍ଦାଜୀ ଚାମ୍ପିୟନଶିପ୍‌ ମହିଳା କମ୍ପାଉଣ୍ଡ ବିଭାଗରେ ଭାରତ ଦୁଇଟି ବ୍ରୋଞ୍ଜ ପଦକ ଜିତିବାରେ ସମର୍ଥ ହୋଇଛି। ଏସିଆନ ଗେମ୍ସ ରୌପ୍ୟ ବିଜୟିନୀଙ୍କ ନେତୃତ୍ୱରେ ମୁସ୍କାନ କିରାର ଓ ରାଜ କୌରଙ୍କ ନେଇ ଭାରତୀୟ ମହିଳା ଦଳ ବ୍ରୋଞ୍ଜ୍‌ ପ୍ଲେ-ଅଫ୍‌ରେ ତୁର୍କୀ ଦଳକୁ ୨୨୯-୨୨୬ ପଏଣ୍ଟରେ ପରାସ୍ତ କରିଛି। ପରେ ସନ୍ଧ୍ୟା ସେସନରେ ଜ୍ୟୋତି ଆଉ ଏକ ବ୍ରୋଞ୍ଜ ପଦକ ଜିତିଥିଲେ। ବ୍ୟକ୍ତିଗତ ବିଭାଗରେ ସେ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ତୁର୍କୀର ୟେସିମ୍‌ ବୋସ୍ତାନଙ୍କୁ ୧୦-୯ ପଏଣ୍ଟରେ ହରାଇ ଦେଇଥିଲେ। ଜ୍ୟୋତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଗତ ଥର ଇଭେଣ୍ଟର ମେକ୍ସିକୋ ସଂସ୍କରଣରେ ଆମେ ରୌପ୍ୟ ପଦକ ଜିତିଥିଲୁ। ଏଥର ପୋଡିୟମରେ ସ୍ଥାନ ପାଇ ଆମେ ଖୁସି ଅଛୁ। ଦୀର୍ଘ ଦୁଇବର୍ଷ ପରେ ବିଶ୍ୱ ଚାମ୍ପିୟନଶିପ୍‌ ପଦକ ହାତେଇବା ଆମ ପାଇଁ ମୂଲ୍ୟବାନ ବୋଲି ୨୨ ବର୍ଷୀୟା ବିଜୟଓ୍ବାଡାର ଏହି ତୀରନ୍ଦାଜ କହିଛନ୍ତି।


All Right Reserved By

Posted inଖେଳ

ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ରେକର୍ଡ ଭଲ ରହିଛି

ବର୍ମିଂହାମ,୧୦।୭(ପି.ଟି.)- ଚଳିତ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡ ଓ ଅଷ୍ଟେଲିଆ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ପରସ୍ପରକୁ ଭେଟିବେ। ଗତ ୪ ବର୍ଷରେ...

ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା...

ଗ୍ୟାଲେରୀରେ ଆହିକା-ସୁତୀର୍ଥଙ୍କ ପିତାମାତା

କଟକ ଅଫିସ,୧୮ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ମ୍ୟାଚ୍‌କୁ...

ବାଂଲାଦେଶକୁ ୩୧୬ ରନରେ ହରାଇଲେ ସେମିରେ ପହଞ୍ଚିବ ପାକିସ୍ତାନ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୪।୭- ବିଶ୍ୱକପ୍‌ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ୧୧୯ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୩ୟ ଦଳ ଭାବେ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ...

ହ୍ୟାଟ୍ରିକ ଛକା ଲଗାଇଲେ ରୋହିତ

ବିଶାଖାପାଟଣା,୫।୧୦: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟର ପ୍ରଥମ ଭଳି ଦ୍ୱିତୀୟ ଇନିଂସ(୧୨୭)ରେ ମଧ୍ୟ ଭାରତୀୟ ଦଳର ଓପନର ରୋହିତ ଶର୍ମା ଶତକ ଲଗାଇଛନ୍ତି।...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

ଲାମ୍ପାର୍ଡ ଚେଲ୍‌ସିର ମୁଖ୍ୟ କୋଚ୍‌

ଲାମ୍ପାର୍ଡ, ୫ା୭ (ଏଏଫ୍‌ପି)-ଫ୍ରାଙ୍କ୍‌ ଲାମ୍ପାର୍ଡ ଗୁରୁବାର ଚେଲ୍‌ସି ଫୁଟ୍‌ବଲ କ୍ଲବର ମୁଖ୍ୟକୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। କ୍ଲବ ସହିତ ସେ ୩ ବର୍ଷିଆ ଚୁକ୍ତି କରିଛନ୍ତି।...

କାଲିସଙ୍କ ସହ ସମ୍ପର୍କ ଛିନ୍ନ କଲା କେକେଆର

କୋଲକାତା,୧୪।୭- ଦୁଇ ଥର ଆଇପିଏଲ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର) ମୁଖ୍ୟ କୋଚ୍‌ ଜ୍ୟାକ୍ସ କାଲିସ ଓ ଆସିଷ୍ଟାଣ୍ଟ କୋଚ୍‌ ସାଇମନ କ୍ୟାଟିଚଙ୍କ ସହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *