Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନକୁ ୩ୟ ସ୍ଥାନ

ଭୁବନେଶ୍ୱର, ୧୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଜାପାନ ତୃତୀୟ ସ୍ଥାନ ହାସଲ କରିଛି। ଶେଷ ମୁହୂର୍ତ୍ତରେ କେନ୍‌ତା ତନକାଙ୍କ ଡବଲ ଗୋଲ ବଳରେ ଜାପାନ ଶନିବାର ଅନୁଷ୍ଠିତ ପ୍ଲେସିଂ ମ୍ୟାଚରେ ଆମେରିକାକୁ ୪-୨ ଗୋଲରେ ପରାସ୍ତ କରିଛି। ଫଳରେ ୪ର୍ଥ ସ୍ଥାନରେ ରହି ଆମେରିକା ଅଭିଯାନ ଶେଷ କରିଛି। ପରାଜିତ ହୋଇଥିଲେ ହେଁ ଏକ ଡଜନେରୁ ଊର୍ଦ୍ଧ୍ୱ ଗୋଲ ସେଭ୍‌ କରିଥିବା ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍ଗ୍‌ ମ୍ୟାନ୍‌ ଅପ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ପଦ୍ମଶ୍ରୀ ଦିଲୀପ ତିର୍କୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାାନ କରିଥିଲେ।
ପରାଜିତ ଦଳ ମଧ୍ୟରେ ଏହି ଫ୍ଲେସିଂ ମ୍ୟାଚ ଆରମ୍ଭରୁ ବେଶ୍‌ ରୋଚକ ହୋଇଥିଲା। ମ୍ୟାଚ ଆରମ୍ଭ ହେବାକ୍ଷଣି ଆକ୍ରମଣ ଆରମ୍ଭ କରିଥିଲା ଆମେରିକା। ଜାପାନ ମଧ୍ୟ ଏହାର ଦୃଢ଼ ଜବାବ ଦେଇଥିଲା। ମାତ୍ର ଗୋଲ ସ୍କୋରିଂ ଖାତା ପ୍ରଥମେ ଆମେରିକା ଆରମ୍ଭ କରିଥିଲା। ମ୍ୟାଚର ୧୦ମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିଥିଲେ ଆକି କେପଲର। ମାତ୍ର ଦଳର ଖେଳାଳିମାନେ ଖୁସି ମନାଇବା ପୂର୍ବରୁ ୧୧ତମ ମିନିଟରେ ଜାପାନକୁ ଏକ ପେନାଲ୍ଟି କର୍ନର ମିଳି ଯାଇଥିଲା। କାଜୁମା ମୁରାତା ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚ ସମାନ ସ୍ତରକୁ ଚାଲି ଆସିଥିଲା। ଏହାକୁ ଛାଡ଼ିଦେଲେ ପ୍ରଥମ କ୍ବାର୍ଟରେ ଜାପାନ ୩ଟି ଏବଂ ଆମେରିକା ୨ଟି ପେନାଲ୍ଟି କର୍ନର ସୁଯୋଗ ପାଇଥିଲେ ହେଁ ତାହାର ସଦୁପଯୋଗ କରିପାରି ନ ଥିଲେ। ଦ୍ୱିତୀୟ କ୍ବାର୍ଟରରେ ଅଗ୍ରଣୀ ନେବାପାଇଁ ଆକ୍ରମଣକୁ ଜୋରଦାର କରିଥିଲା ଜାପାନ। ଉଭୟ ଦଳ ଏକାଧିକ ପେନାଲ୍ଟି କର୍ନର ସୁଯୋଗ ମଧ୍ୟ ପାଇଥିଲେ। ମାତ୍ର ତାହା ବେକାର ଯାଇଥିଲା। ୨୨ତମ ମିନିଟରେ ଆମେରିକା ଗୋଲକିପର ଡାନିଏଲ ୱିସଲିଙ୍କ୍‌ଙ୍କ ବିପଜ୍ଜନକ ପ୍ରଦର୍ଶନ ଯୋଗୁ ଜାପାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ଦିଆ ଯାଇଥିଲା। ମାତ୍ର ହିରୋତକା ଜେଣ୍ଡାନା ଏହାକୁ ଗୋଲପୋଷ୍ଟ ବାହାରକୁ ମାରି କୋଚ୍‌ ତାକାହିରୋ ୟାମାବୋରିଙ୍କୁ ନିରାଶ କରିଥିଲା। ତେବେ ଆମେରିକା ଖେଳାଳିଙ୍କ କ୍ରମାଗତ ଭୁଲ ଯୋଗୁ ୨୫ତମ ମିନିଟରେ ଜାପାନକୁ ଆଉ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମିଳିଥିଲା। ଏଥର ଭୁଲ କରି ନ ଥିଲେ ୟୋଶିକି କିରିଶିତା। ତାଙ୍କ ଗୋଲ ବଳରେ ଜାପାନ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ୨-୧ ଗୋଲରେ ଅଗ୍ରଣୀ ହୋଇ ଯାଇଥିଲା।
କ୍ବାର୍ଟରରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାପାନ ୩ଟି ପେନାଲ୍ଟି କର୍ନର ପାଇଥିଲା, ମାତ୍ର ସବୁ ମିସ୍‌ ହୋଇଥିଲା। ଅନ୍ତିମ କ୍ବାର୍ଟରରେ ଅପେକ୍ଷାକୃତ ପ୍ରଭାବୀ ପ୍ରଦର୍ଶନ କରିଥିଲା ଜାପାନ। ହେଲେ ଆମେରିକା ମଧ୍ୟ ଏହାର ଜବାବ ଦେଇଥିଲା। ଶେଷ ୨ ମିନିଟରେ ଅସଲ ଖେଳ ହୋଇଥିଲା। ମ୍ୟାଚ ଜାପାନ ସପକ୍ଷରେ ଶେଷ ହେବାକୁ ଯାଉଥିବାବେଳେ ଖେଳ ସରିବାକୁ ୧ ମିନିଟ ଥିବାବେଳେ ଆମେରିକାକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ୫୯ତମ ମିନିଟରେ ଆକି କେପଲର ଏହାକୁ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ପ୍ରଥମଥରପାଇଁ ଶୁଟ୍‌ଆଉଟରେ ଖେଳ ମୀମାଂସା ହେବା ସମ୍ଭବନା ସୃଷ୍ଟି ହୋଇଥିଲା। ମାତ୍ର ଖେଳ ଏତିକିରେ ସରି ନ ଥିଲା। ୬୦ତମ ମିନିଟରେ୯ ନମ୍ବର ଜର୍ସି ପରିହିତ କେନ୍‌ତା ତନକା ଏକ ଫିଲ୍ଡ ଗୋଲ ଦେଇ ଜାପାନକୁ ଅଗ୍ରଣୀ କରାଇଥିଲେ। ମ୍ୟାଚ ସରିବାକୁ ୩୦ ସେକେଣ୍ଡ ଥିବାବେଳେ ତନକା ଆଉ ଏକ ଗୋଲ ଦେଇ ଜାପାନ ବିଜୟ ପକ୍କା କରିଥିଲେ। ଆମେରିକା ନିକଟରେ ପ୍ରତ୍ୟାବର୍ତ୍ତନ ପାଇଁ ଆଉ ସୁଯୋଗ ନ ଥିଲା।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ : ଭାରତୀୟ ଦଳରେ ରାଖାଲ, ରମେଶ

ଭୁବନେଶ୍ୱର, ୧୦।୯(କ୍ରୀଡ଼ା ପ୍ରତିନିଧି)- ଦକ୍ଷିଣ କୋରିଆର ଇଞ୍ଚତ୍ଅନଠାରେ ଚଳିତମାସ ୧୭ରୁ ୨୨ ପର୍ଯ୍ୟନ୍ତ ବିଶ୍ୱ ହୁଇଲଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାରତରୁ ମୋଟ...

ଫିଫା ର଼୍ୟାଙ୍କିଙ୍ଗ: ଭାରତକୁ ୧୦୧ତମ ସ୍ଥାନ

ନୂଆଦିଲ୍ଲୀ, ୧୪।୬ (ପି.ଟି.)-ଶୁକ୍ରବାର ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ) ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତ ୧୦୧ତମ ସ୍ଥାନ ବଜାୟ ରଖିଛି।...

ପୂର୍ବତନ ସିଏସ୍‌କେ ଖେଳାଳିଙ୍କ ଅବସର

ଚେନ୍ନାଇ, ୨୮।୧୨- ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ସ୍ପିନର ଶଦାବ ଜାକାତି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ଟୁଇଟର...

ଜାତୀୟ ସବ୍‌ଜୁନିୟର ହକି: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୨୩।୫(କ୍ରୀଡ଼ା ପ୍ରତିନିଧି)- ଛତିଶଗଡ଼ର ରାୟପୁରରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର(ଡିଭିଜନ-ଏ) ହକି ଟୁର୍ନାମେଣ୍ଟରେ ଓଡ଼ିଶା ଚାମ୍ପିୟନ ହୋଇଛି। ବୁଧବାର ଅନୁଷ୍ଠିତ ଫାଇନାଲରେ ଓଡ଼ିଶା ଶୁଟ୍‌ଆଉଟ୍‌ ୩-୧...

ଅବସର ନିଷ୍ପତ୍ତି

ଦୀର୍ଘ ୧୯ ବର୍ଷର କ୍ୟାରିୟରରେ ଡେଭିଡ ଭିଲା ସ୍ପେନ୍‌ ପାଇଁ ସବୁପ୍ରକାର ସଫଳତା ଅର୍ଜନ କରିଛନ୍ତି। ବିଶ୍ୱକପ୍‌, ୟୁରୋପିଆନ ଚାମ୍ପିୟନଶିପ୍‌ ଓ ଚାମ୍ପିୟନ୍ସ ଲିଗ୍‌ ଟାଇଟଲ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଦଳ ଘୋଷିତ: ପାଣ୍ଡ୍ୟା, ଧାଓ୍ବନ, ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ

ଅହମଦାବାଦ, ୮।୩(ପ.ଟି.)- ଅଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ନୂଆ ଚୟନ...

ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୨୯।୫(ପିଟି): ଆସନ୍ତା ୧୫ ତାରିଖରୁ ଜାପାନର ହିରୋଶିମାଠାରେ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ଫାଇନାଲ୍ସ ହକି ଟୁର୍ନାମେଣ୍ଟ ଖେଳାଯିବ। ଏଥିଲାଗି ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ବୁଧବାର...

ବ୍ରାଡମ୍ୟାନଙ୍କୁ ପଛରେ ପକାଇଲେ ଅଗ୍ରଓ୍ବାଲ

ଇନ୍ଦୋର,୧୫।୧୧- ଖୁବ କମ୍‌ ଇନିଂସ ଖେଳି ଦ୍ୱିତୀୟ ଦ୍ୱିଶତକ ଅର୍ଜନ କରିବା ଧାରରେ ଫାଦର ଅଫ୍‌ କ୍ରିକେଟ ଭାବେ ଜଣାଶୁଣା ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଡନ...

Leave a comment

Your email address will not be published. Required fields are marked *