Posted inଜାତୀୟ

ସିଜେଆଇଙ୍କୁ ଫସାଇବା ଲାଗି ଯଚାଯାଇଥିଲା ଦେଢ଼କୋଟି

ନୂଆଦିଲ୍ଲୀ,୨୪ା୪: ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ମିଥ୍ୟା ଯୌନ ବ୍ୟଭିଚାର ମାମଲା ରୁଜୁ କରିବା ଲାଗି ଅଜୟ ନାମକ ଜଣେ ବ୍ୟକ୍ତି ଦେଢ଼ କୋଟି ଟଙ୍କା ଯାଚିଥିଲେ ବୋଲି ଓକିଲ ଉତ୍ସବ ବେନ୍ସ ଦାବି କରିଛନ୍ତି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମଙ୍ଗଳବାର ସମ୍ପୃକ୍ତ ଓକିଲଙ୍କୁ ନୋଟିସ ଜାରି କରିଛନ୍ତି। ଏହାସହ ବ୍ୟକ୍ତିଗତଭାବେ ଏପ୍ରିଲ ୨୪ ପୂର୍ବାହ୍ଣ ୧୦.୩୦ରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସିଜେଆଇ ଗୋଗୋଇଙ୍କୁ ବଦନାମ କରିବା ପାଇଁ ଅଜୟ ତାଙ୍କୁ ପ୍ରେସ୍‌ କ୍ଲବ୍‌ ଅଫ୍‌ ଇଣ୍ଡିଆରେ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କହିଥିଲେ ବୋଲି ଉତ୍ସବ କହିଛନ୍ତି। ତେବେ ସେ ଏହି କଥାରେ ସେ ରାଜି ନ ହୋଇ ମହିଳାଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପଚାରିଥିଲେ। ଜଷ୍ଟିସ ଗୋଗୋଇ ଇସ୍ତଫା ଦେବା ଲାଗି ସମସ୍ତ ଷଡଯନ୍ତ୍ର ରଚାଯାଇଥିଲା ବୋଲି ଉତ୍ସବ ଅଭିଯୋଗ କରିଛନ୍ତି। ନ୍ୟାୟପାଳିକାର ସ୍ବାଧୀନତାରେ ଆଘାତ ପହଞ୍ଚାଇବା ଲାଗି ଉଦ୍ଦିଷ୍ଟ ଷଡଯନ୍ତ୍ରର ନ୍ୟାୟିକ ତଦନ୍ତ କରାଯିବା ଉଚିତ ବୋଲି ଉତ୍ସବ କହିଛନ୍ତି। ଏକ୍ଷେତ୍ରରେ ଏକ କର୍ପୋରେଟର ଫିଗର କାମ କରୁଥିବା ସେ ଅଭିଯୋଗ କରିଛନ୍ତି।


All Right Reserved By

ଏମ୍ସରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, , ୧୮ା୮(ପି.ଟି.): ଶନିବାର ସନ୍ଧ୍ୟାରେ ଏମ୍ସର ଇମର୍ଜେନ୍ସି ଓ୍ବାର୍ଡ ନିକଟରେ ଅଗ୍ନିକାଣ୍ଡ ଘଟିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସଙ୍ଗେସଙ୍ଗେ ଚାରିଆଡ଼ ଧୂଆଁମୟ ହୋଇପଡ଼ିଥିଲା।...

ମା’ଙ୍କ ବିକଳ କାନ୍ଦରେ ବ୍ରେନ୍‌ ଡେଡ୍‌ ପୁଅ ଆଖିରୁ ବୋହିଲା ଲୁହ

ହାଇଦ୍ରାବାଦ୍‌,୧୦।୭: ମା’ ଏବଂ ସନ୍ତାନ ସମ୍ପର୍କ ଅତି ନିବିଡ଼। ମା’ ସନ୍ତାନ ପାଇଁ ଜୀବନକୁ ବାଜି ଲଗାଇ ପାରେ। ମା’ର ସ୍ନେହ ଡାକରେ ରହିଛି ଚମତ୍କାର।...

ଆଗ୍ରା ଜେଲ୍‌କୁ ଗଲେ ୩୦ ଆତଙ୍କବାଦୀ

ଆଗ୍ରା,୯।୮(ଆଇଏଏନ୍‌ଏସ୍‌):୩୦ କଶ୍ମୀରୀ ଆତଙ୍କବାଦୀଙ୍କୁ ଗୁରୁବାର ଅପରାହ୍ନରେ ଆଗ୍ରା ଜେଲ୍‌କୁ ନିଆଯଇଛି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆଗ୍ରାସ୍ଥିତ ଖେରିଆ ବିମାନବନ୍ଦରକୁ...

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ...

ଅନିଶ୍ଚିତତାରେ ରାହୁଲଙ୍କ ଟିମ୍‌ ଭବିଷ୍ୟତ

ନୂଆଦିଲ୍ଲୀ,୮ା୭(ପି.ଟି.): ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ କ୍ରମାଗତ ଭାବେ ଅନେକ ନେତାଙ୍କ ଇସ୍ତଫା ପରେ ଦଳରେ ଏବେ ଭିନ୍ନ ହାଓ୍ବା ବହୁଛି।...

ଅତ୍ୟଧିକ ଶାରୀରିକ ଶ୍ରମ ଭାରତୀୟ ଗ୍ରାମୀଣ ମହିଳାଙ୍କୁ କରୁଛି ରୁଗ୍‌ଣ: ସର୍ଭେ ରିପୋର୍ଟ

ଲଣ୍ଡନ,୨୭।୬: ଅତ୍ୟଧିକ ଶାରୀରିକ ଶ୍ରମ ଯୋଗୁ ଭାରତୀୟ ଗ୍ରାମୀଣ ମହିଳା ରୁଗ୍‌ଣ ହେବାରେ ଲାଗିଛନ୍ତି। ଏହା ସହିତ ଉପଯୁକ୍ତ ପୋଷଣର ଅଭାବ ଯୋଗୁ ଏଭଳି ମହିଳାଙ୍କ...

ବେଧଡ଼କ ଦେହବେପାର: ଚେର ଲମ୍ବିଛି ବାଂଲାଦେଶରୁ ଦିଲ୍ଲୀ

ନୂଆଦିଲ୍ଲୀ,୧।୮: ଦେଶର କେତେକ ଅଞ୍ଚଳରେ ବେଧଡ଼କ ଦେହ ବେପାର ଜାରି ରହିଛି। ଏଥିରେ ଏକ ବଡ଼ ର଼୍ୟାକେଟ୍‌ କାମ କରୁଥିବା ପୋଲିସ କହିଛି। ବାଂଲାଦେଶରୁ ଏହାର...

ବିହାରରେ ଘାତକ ସାଜିଛି ମସ୍ତିସ୍କ ଜ୍ୱର: ଗଲାଣି ୮୪ ଶିଶୁଙ୍କ ଜୀବନ

ପାଟନା,୧୬ା୬: ବିହାରରେ ଘାତକ ସାଜିଛି ମସ୍ତିସ୍କଜ୍ୱର। ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗରେ ଏପର୍ଯ୍ୟନ୍ତ ୮୪ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *