ଅଟୋ ଦୁର୍ଘଟଣାଗ୍ରସ୍ତ : ୧୦ ଆହତ

ଦାରିଙ୍ଗବାଡ଼ି,୧୫ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଆମ୍ବଖାଲିଆ ଘାଟିରେ ଏକ ଯାତ୍ରୀବାହୀ ଅଟୋ (ଓଡି ୨୫ ଏ-୭୩୮୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୧୦ ଜଣ ଆହତ ହୋଇଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଗଦାପୁର ଅଞ୍ଚଳର ନମିତା ସାସମଲ୍‌। ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକ ଏବଂ ପୋଲିସ ଉଦ୍ଧାର କରି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ନମିତା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶ ଯେ, ଅଟୋଟି ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ଗଦାପୁରରୁ ବାଲିଗୁଡ଼ା ଥାନା ଅଞ୍ଚଳର ବୁଡାଗୁଡ଼ାକୁ ଯାଉଥିଲା। ତେବେ ୫୯ନଂ ଜାତୀୟ ରାଜପଥର ଉକ୍ତ ଘାଟିରେ ଚାଳକ ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥିଲା। ପୋଲିସ ଅଟୋ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି।


All Right Reserved By Dharitri.Com

ଧୂପକାଠି ଫ୍ୟାକ୍ଟ୍ରି ନାଁରେ ୩ ଲକ୍ଷ ଠକେଇ

ଦିଗପହଣ୍ଡି,୨୦ା୯(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ଗଁାରେ ଧୂପକାଠି ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇ ଦେବା ନଁାରେ ଜଗନ୍ନାଥ ପ୍ରଧାନଙ୍କଠାରୁ ବ୍ରହ୍ମପୁର ସହରର ଜଣେ ବ୍ୟକ୍ତି ପ୍ରାୟ ୩...

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ଜଣେ ମୃତ, ୧୫ରୁ ଊର୍ଦ୍ଧ୍ୱ ଗୁରୁତର

ଦିଗପହଣ୍ଡି,୧୬ା୧୨(ଡି.ଏନ୍‌.ଏ.)- ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟି ହନୁମାନ ମନ୍ଦିର ନିକଟରେ ରବିବାର ରାତି ପ୍ରାୟ ସାଢେ ୭ଟାରେ ଏକ ପିକ୍‌ନିକ୍‌ ବସ୍‌ (ନଂ.ଓଡି୨୫ବି-୧୯୯୯) ବାଇକକୁ ଧକ୍କାଦେଇ...

ମଦ ବନ୍ଦ ନେଇ ମହିଳା ସଂଘର ଶୋଭାଯାତ୍ରା

ତୁମୁଡ଼ିବନ୍ଧ,୧୨ା୬(ଡି.ଏନ୍‌.ଏ.)- ତୁମୁଡ଼ିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତରେ ମଙ୍ଗଳବାର ଶତାଧିକ ମହିଳା ମଦ ବନ୍ଦ ନେଇ ଏକ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରା ବାଟଙ୍ଗ ପଦର, ସାନଝିରିପାଣି...

କୃଷକ ସଭାର ଗଣଧାରଣା

ଛତ୍ରପୁର,୮ା୬(ଡି.ଏନ୍‌.ଏ.)- ବିଭିନ୍ନ ଦାବି ନେଇ ଓଡିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ଛତ୍ରପୁର ସ୍ଥିତ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣା...

ତାଲା ଭାଙ୍ଗି ଚୋରି

ଆସିକା,୬।୬(ଡି.ଏନ୍‌.ଏ.)- ଆସିକା ସହରାଞ୍ଚଳରେ ପୁଣି ଲୁଟେରା ସକ୍ରିୟ ହୋଇଉଠିଛନ୍ତି। ବୁଧବାର ରାତିରେ ଆସିକା ଏନ୍‌ଏସିର ଅଶୋକା ସିନେମା ରୋଡରେ ଦୁର୍ବୃତ୍ତ ଏକ ସେଲୁନ୍‌ ଦୋକାନ ତାଲା...

ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି...

୫୦ ଲକ୍ଷ ଡକାୟତି ଘଟଣାର ପର୍ଦ୍ଦାଫାଶ: ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

ବ୍ରହ୍ମପୁର ଅଫିସ,୬।୨: ବଡ଼ବଜାର ଥାନା ପୋଲିସ ଏକ ବଡ଼ଧରଣ ଡକାୟତି ଘଟଣାର ପର୍ଦ୍ଦାଫାଶ କରିଛି । ୩ ଜଣ ପେସାଦାର ଅପରାଧୀ ଓ ୨ ଜଣ...

ତାତି ବଢ଼ାଉଛି ବେଆଇନ ଇଟାଭାଟି

ପାଟପୁର,୨୭ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଶତାଧିକ ବେଆଇନ ଇଟାଭାଟି ପୋଡ଼ା ଚାଲିଛି। ସେଥିରୁ ନିର୍ଗତ ନିଆଁ ପ୍ରକୋପରେ ଅସ୍ବାଭାବିକ ଭାବେ ସ୍ଥାନୀୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି...

Leave a comment

Your email address will not be published. Required fields are marked *