ରୟ, ମୋର୍ଗାନ ଆହତ

ସାଉଥାମ୍ପଟନ,୧୫।୬(ପି.ଟି.): ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓପନର ଜାସନ ରୟ ଆହତ ହୋଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ରୟଙ୍କ ମାଂସପେଶୀ ଟାଣି ହୋଇଯାଇଥିବାବେଳେ ମୋର୍ଗାନ ପିଠିରେ ଆଘାତ ଲାଗିଛି। ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆହତ ହୋଇଥିଲେ ମଧ୍ୟ ଦଳର ଭୟର ବାତାବରଣ ସୃଷ୍ଟି ହୋଇନାହିଁ। ମୋ ଅଣ୍ଟାରେ ଯନ୍ତ୍ରଣା ହେଉଛି। ସାଧାରଣତଃ ଏଥିରୁ ମୁକ୍ତ ହେବା ପାଇଁ କିଛି ଦିନ ଲାଗେ। ଏହା ଏପର୍ଯ୍ୟନ୍ତ ଅସ୍ପଷ୍ଟ। କିନ୍ତୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ତଥ୍ୟ ଜଣାପଡ଼ିବ। କାରଣ ଆଘାତ ଲାଗିବାର ଗୋଟିଏ ଦିନ ପରେ ହିଁ ସମସ୍ୟା ସମ୍ପର୍କରେ ଜଣାପଡ଼େ। ଜାସନଙ୍କ ଡାହାଣ ଗୋଡ଼ରେ ମାଂସପେଶୀ ଟାଣି ହୋଇଯାଇଛି। ଦୁଇ ଖେଳାଳି ଆହତ ହେବା ଦଳର ଚିନ୍ତାର କାରଣ। ହେଲେ ଏଥିରେ ଭୟଭିତ ହେବାର କିଛି ନାହିଁ ବୋଲି ମୋର୍ଗାନ କହିଛନ୍ତି। ଏଭଳି ସମସ୍ୟା ସତ୍ତ୍ୱେ ଇଂଲଣ୍ଡ ଦଳ ଓଲ୍ଡ ଟ୍ରାଫର୍ଡ ଗସ୍ତ କରିଛି। ଆୟୋଜକ ଦଳ ଏଠାରେ ଆଫଗାନିସ୍ତାନକୁ ଭେଟିବ।


All Right Reserved By Dharitri.Com

ମହିଳା ଫିଫା ବିଶ୍ୱକପ୍‌: ସେମିରେ ସ୍ବିଡେନ

ପ୍ୟାରିସ୍‌,୩୦।୬- ଏକଦା ମ୍ୟାଚ୍‌ରେ ପଛୁଆ ଥିବା ସ୍ବିଡେନ୍‌ ୨-୧ ଗୋଲରେ ଶକ୍ତିଶାଳୀ ଜର୍ମାନୀକୁ ହରାଇ ଚଳିତ ମହିଳା ଫିଫା ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ବିଜୟୀ...

ଆଇଏସ୍‌ଏଲକୁ ଭାରତର ଶ୍ରେଷ୍ଠ ଲିଗ୍‌ ମାନ୍ୟତା

ନୂଆଦିଲ୍ଲୀ, ୨୭ା୧୦ (ପି.ଟି.)-ଏସିଆନ ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି) ଶନିବାର ବିଧିବଦ୍ଧ ଭାବେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)କୁ ଦେଶର ଶ୍ରେଷ୍ଠ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ପ୍ରଦାନ...

ପୂର୍ବତନ ଫୁଟବଲ ଖେଳାଳି ସୁବାଷଙ୍କ ପରଲୋକ

କଟକ ଅଫିସ,୫।୧- ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳି ସୁବାଷ ଚନ୍ଦ୍ର ବୋଷଙ୍କର ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୧ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫିରେ...

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ...

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ: ପ୍ରିୟଙ୍କା, ଯତୀନ, ଅସମିଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି

ଗୁଆହାଟୀ,୧୨।୧(ପି.ଟି.)- ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆଥଲେଟିକ ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସରେ ମହାରାଷ୍ଟ୍ର ଜିମ୍ନାଷ୍ଟ ଅସ୍‌ମି ଅଙ୍କୁଶ ବଡାଡେ ଓ ଉତ୍ତରପ୍ରଦେଶର ଯତୀନ...

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର...

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା: ଇଞ୍ଜୁରି କାରଣରୁ ୩ ମ୍ୟାଚ୍‌ ଖେଳିପାରିବେନି ଧାଓ୍ବନ

ନଟିଂହାମ,୧୩।୬(ପି.ଟି.)- ଭାରତର ବିଶ୍ୱକପ୍‌ ଅଭିଯାନକୁ ଜୋରଦାର୍‌ ଝଟ୍‌କା ଲାଗିଛି। ବାମହାତ ବୁଢ଼ା ଅଙ୍ଗୁଳି ଭାଙ୍ଗିଯିବା କାରଣରୁ ଇନ୍‌ଫର୍ମ ତଥା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଆଗାମୀ...

Leave a comment

Your email address will not be published. Required fields are marked *