ମୋଦିଙ୍କ ସମ୍ମାନରେ ଛତା ଧରିଲେ କିରଗିଜ୍‌ସ୍ଥାନ ରାଷ୍ଟ୍ରପତି

ବିଶକେକ୍‌,୧୫।୬: ଶୀଲଙ୍କା ପରେ ଏବେ କିରଗିଜ୍‌ସ୍ଥାନରେ ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନ। ସେଠାକାର ରାଷ୍ଟ୍ରପତି ମୋଦିଙ୍କ ପାଇଁ ଛତା ଧରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ସଂଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ବୈଠକରେ ଯୋଗଦେବା ପାଇଁ ବିଶ୍‌କେକ୍‌ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିସକେକ୍‌ରେ ମୋଦିଙ୍କୁ ସମ୍ମାନ ସହ ଜୋରଦାର ସ୍ବାଗତ କରାଯାଇଥିଲା। ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏସ୍‌ସିଓ ସମ୍ମିଳନୀ ବୈଠକର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୋଦି ଯାଉଥିବା ବେଳେ ବର୍ଷା ହୋଇଥିଲା। ସେହି ସମୟରେ ମୋଦିଙ୍କ ସୁରକ୍ଷାକର୍ମୀଙ୍କ ବଦଳରେ କିରଗିଜ୍‌ସ୍ଥାନ ରାଷ୍ଟ୍ରପତି ସୁରୋନବେ ଜୀନବେକବ ତାଙ୍କ ପାଇଁ ଛତା ଧରିଥିଲେ। ସୁରୋନବେ ମୋଦିଙ୍କୁ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ଛତା ଧରି ନେଇଥିଲେ।

ସେହିପରି ଗତ ସପ୍ତାହରେ ମୋଦି ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ରାଜଧାନୀ କଲୋମ୍ବରେ ପହଞ୍ଚିବା ପରେ ବର୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କୁ ବର୍ଷା ପଡିବା ପୂର୍ବରୁ ଅନ୍ୟ ଅଧିକାରୀଙ୍କ ବଦଳରେ ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରିସେନା ଛତା ଧରିଥିଲେ। ଏସ୍‌ସିଓ ଶିଖର ସମ୍ମିଳନୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ମଧ୍ୟ ଯୋଗଦେଇଥିଲେ। ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଭିତରେ କୌଣସି କଥାବାର୍ତ୍ତା ହୋଇ ନ ଥିବା ବେଳେ ବୈଠକରେ ମୋଦି ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଘେରି କୂଟନୈତିକ ସଫଳତା ହାସଲ କରିଛନ୍ତି।


All Right Reserved By Dharitri.Com

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ...

ଗାଡିରେ ବସି ଜଳନ୍ତା ସିଗାରେଟ୍‌ ବାହାରକୁ ଫିଙ୍ଗିଲେ ୫ ଲକ୍ଷ ଟଙ୍କା ଜରିମାନା

ସିଡନୀ,୨୦।୧: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଲାଣି। ହଜାର ହଜାର ଲୋକ ବାସହରା ହୋଇପଡିଛନ୍ତି। ଏବେ...

ରାଷ୍ଟ୍ରପତି ଭାବେ ଶପଥ ନେଲେ ଗୋଟାବାୟା

କଲମ୍ବୋ,୧୯ା୧୧(ପି.ଟି.): ଶ୍ରୀଲଙ୍କାର ସପ୍ତମ ରାଷ୍ଟ୍ରପତି ଭାବେ ଗୋଟାବାୟା ରାଜପାକ୍‌ସେ ସୋମବାର ବୌଦ୍ଧ ମନ୍ଦିରରେ ଶପଥ ଗ୍ରହଣ କରିଛନ୍ତି। ସମର୍ଥନ ଲାଗି ସେ ସଂଖ୍ୟାଗରିଷ୍ଠ ସିଂହଳି ସମେତ ତାମିଲ...

ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ

କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ଏଠାରେ ଜଣେ ବ୍ୟକ୍ତି...

ପାକିସ୍ତାନରେ ହିନ୍ଦୁ ଶିକ୍ଷକଙ୍କ ଉପରେ ଆକ୍ରମଣ, ମନ୍ଦିର ଭଙ୍ଗାରୁଜା

ଇସ୍‌ଲାମାବାଦ୍‌,୧୫।୯: ପାକିସ୍ତାନରେ ପୁଣି ହିନ୍ଦୁଙ୍କ ଉପରେ ଆକ୍ରମଣ। ସିନ୍ଧ୍‌ ପ୍ରାନ୍ତରେ ଜଣେ ହିନ୍ଦୁ ଶିକ୍ଷକଙ୍କ ଉପରେ କିଛି କଠୋରପନ୍ଥୀ ବ୍ୟକ୍ତି ଆକ୍ରମଣ କରିଛନ୍ତି। ସେଠାରେ ଥିବା...

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି...

ରାଜନାଥଙ୍କ କଥା ଶୁଣି ହଡବଡେଇଲାଣି ପାକିସ୍ତାନ

ଇସଲାମାବାଦ,୧୭।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାକୁ ନେଇ ପାକିସ୍ତାନ ଭାରତ ସହ ସବୁ ପ୍ରକାର ସମ୍ପର୍କ ଛିନ୍ନ କରିବାକୁ ଯେମିତି ପଣ...

ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ

ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ...

Leave a comment

Your email address will not be published. Required fields are marked *