Posted inଜାତୀୟ

ବଜେଟ ଅଧିବେଶନରେ ରହିବେନି କେହି ପୂର୍ବତନ ପ୍ରଧାନମନ୍ତ୍ରୀ: ମନମୋହନଙ୍କ ୨୮ ବର୍ଷର ରାଜ୍ୟ ସଭା କାର୍ଯ୍ୟକାଳ ଶେଷ

ନୂଆଦିଲ୍ଲୀ,୧୫।୬: ଜୁନ୍‌ ୧୭ରୁ ଆରମ୍ଭ ହେବାକୁ ଥିବା ସଂସଦର ବଜେଟ୍‌ ଅଧିବେଶନରେ ଚଳିତଥର କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀ ରହିବେ ନାହିଁ। ଦେଶରେ ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଛନ୍ତି। ସେମାନେ ହେଉଛନ୍ତି ମନମୋହନ ସିଂ ଏବଂ ଦେବଗୌଡ଼ା। ଦେବଗୌଡ଼ା ଲୋକ ସଭା ନିର୍ବାଚନରେ ପରାଜିତ ହୋଇଛନ୍ତି। ସେହିପରି ମନମୋହନ ସିଂଙ୍କ କାର୍ଯ୍ୟକାଳ ଜୁନ୍‌ ୧୪ରେ ଶେଷ ହୋଇଛି। ସେ ୧୯୯୧ଠାରୁ ଆସାମରୁ ରାଜ୍ୟ ସଭାକୁ ଗତ ୨୮ ବର୍ଷ ଧରି ନିର୍ବାଚିତ ହୋଇ ଆସୁଥିଲେ। ମନମୋହନଙ୍କ ସହିତ ଏସ୍‌.କୁଜୁରଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି। ଫଳରେ ଏବେ ଆସାମରେ ୨ ରାଜ୍ୟ ସଭା ଆସନ ଖାଲିପଡ଼ିଛି। ପୂର୍ବରୁ ଏଠାରେ ମେ ମାସରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ଏବଂ ଏଆଇୟୁଡିଏଫ୍‌ କୌଣସି ପ୍ରାର୍ଥୀ ଦେଇ ନ ଥିଲେ। ଫଳରେ ଭାଜପା ଏବଂ ଆସାମ ଗଣପରିଷଦ ପ୍ରାର୍ଥୀ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏଠାରେ ୧୨୬ ବିଧାନସଭା ଆସନ ମଧ୍ୟରେ କଂଗ୍ରେସର ୨୬ ଜଣ ଏବଂ ଏଆଇୟୁଡିଏଫ୍‌ର ୧୩ ଜଣ ବିଧାୟକ ଅଛନ୍ତି। ଭାଜପାର ଏଠାରେ ୬୦ ଜଣ ବିଧାୟକ ରହିଛନ୍ତି।


All Right Reserved By

ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଅଣାଯିବ ଆଇନ: ଯୋଗୀ

ନୂଆଦିଲ୍ଲୀ,୨୫।୯: ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ...

ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣା: ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶ ମିର୍ଜାପୁର ଜିଲାର ଏକ ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମିର୍ଜାପୁର ଏସ୍‌ପି ଅବଧେଶ ପାଣ୍ଡେ ସର୍କଲ ଅଫିସରଙ୍କୁ ଏହି...

କରୁଣାନିଧିଙ୍କ ସମ୍ମାନାର୍ଥେ ନିର୍ମାଣ ହେବ ମନ୍ଦିର

ଚେନ୍ନାଇ,୨୭।୮: ଡିଏମକେର ପ୍ରତିଷ୍ଠାତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଏମ୍‌ କରୁଣାନିଧିଙ୍କ ସମ୍ମାନରେ ଏକ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହି ମନ୍ଦିର ନାମ...

ମୋଦିଙ୍କୁ ଧନ୍ୟବାଦ ଦେଇ ସବୁଦିନ ପାଇଁ ନୀରବି ଗଲେ ସୁଷମା

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି।...

ପୌରକେଲାରୁ ନୂଆଦିଲ୍ଲୀ: ସେଦିନର ଫାର୍ମ ଲେବର, ଏବେ ଜେଏନ୍‌ୟୁର ଛାତ୍ର ସଂସଦ ସଭାପତି ପ୍ରାର୍ଥୀ

କର୍ଲାମୁଣ୍ଡା,୩୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମର ଜିତେନ୍ଦ୍ର ସୁନା (୨୯) ନାମକ ଯୁବକ ଏବେ ଜବାହାରଲାଲ ନେହେରୁ ଜାତୀୟ ବିଶ୍ୱ ବିଦ୍ୟାଳୟ ଛାତ୍ର...

ଜମ୍ମୁ-କଶ୍ମୀର, ପଶ୍ଚିମବଙ୍ଗରେ ବଢିଛି ଭାଜପା ସଦସ୍ୟଙ୍କ ସଂଖ୍ୟା: ନଡ୍ଡା

ରାଞ୍ଚି,୩୧।୮: ଝାଡ଼ଖଣ୍ଡର ଦାଲତୋଗଞ୍ଜରେ ଶନିବାର ଆୟୋଜିତ ‘ଶକ୍ତି କେନ୍ଦ୍ର ସମ୍ମିଳନୀ’ରେ ଯୋଗଦେବା ଅବସରରେ ଭାରତୀୟ ଜନତା ପାର୍ଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସୂଚନା...

୧୯ ମାସ ମଧ୍ୟରୁ ୧୭ ମାସ ହସ୍ପିଟାଲରେ ରହି ସାରିଲେଣି ଲାଲୁ

ରାଞ୍ଚି,୨୮।୭: ସାଧାରଣତଃ ଜେଲ ଯାଉ ଯାଉ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ଦେହ ଖରାପ ହୋଇଯାଇଥିବା ଦେଖାଯାଏ। ଏହି କ୍ରମରେ ଯଦି ରାଞ୍ଚିର ବିର୍ଶା ମୁଣ୍ଡା ଜେଲ...

ସାଇକେଲ-ହାତୀ ଗଲେ ଦୂରେଇ: ୧୧୨ ଦିନରେ ମେଣ୍ଟରେ ଫାଟ

ଲକ୍ଷ୍ନୌ୍‌,୪।୬: ଏସ୍‌ପି-ବିଏସ୍‌ପି ମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟବାଣୀ ସତ ହୋଇଛି। ମାତ୍ର ୧୧୨ ଦିନର ମେଣ୍ଟରେ ଫାଟ ବଢ଼ିବାରେ ଲାଗିଛି। ଆଗକୁ ଉତ୍ତରପ୍ରଦେଶରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *