ରେଳଯାତ୍ରୀଙ୍କ ସୁରକ୍ଷା ନେଇ ଟୋଲ୍‌ ଫ୍ରି ନମ୍ବର ଜାରି

ବଅଁରପାଳ,୧୫।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ରେଳଷ୍ଟେଶନଠାରେ ରେଳଯାତ୍ରୀଙ୍କୁ ସଚେତନତା କରାଇବା ପାଇଁ ଶନିବାର ପୋଲିସ ପକ୍ଷରୁ ଏକ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହ ଏକ ଟୋଲ୍‌ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି। ଯଦି କୌଣସି ଯାତ୍ରୀ ମହିଳା ବା ଶିଶୁ ନିଜକୁ ଅସୁରକ୍ଷିତ ମନେକରନ୍ତି, ତେବେ ଯଥାଶୀଘ୍ର ସେହି ନମ୍ବରରେ ଯୋଗାଯୋଗ କରିବାକୁ ରେଳ ବିଭାଗ ପୋଲିସ ଅଧିକାରୀ ପ୍ରବୀର କୁମାର ମହାନ୍ତି କହିଛନ୍ତି। ଚଳନ୍ତା ଟ୍ରେନକୁ ଯଦି କେହି ପଥର ଫୋପାଡୁଛି, ଚୋରି, ଡକାୟତି, ଅପରାଧ ସଂକ୍ରାନ୍ତରେ କିଛି ସୂଚନା ମିଳେ, ତେବେ ଅନ୍ୟମାନେ ମଧ୍ୟ ନଂ. ୧୮୨ ସହ ଯୋଗାଯୋଗ କରିବାକୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ ରମେଶ ଚନ୍ଦ୍ର ବେହେରା, ଚୈତନ୍ୟ ପ୍ରସାଦ ବାଗ, ଲକ୍ଷ୍ମୀଧର ନାୟକଙ୍କ ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇଥିଲେ।


All Right Reserved By

ନାଲ୍‌କୋ ପ୍ଲାଣ୍ଟରେ ଦୁର୍ଘଟଣା, ୪ ଗୁରୁତର

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ସ୍ଥିତ ନାଲ୍‌କୋ ପ୍ଲାଣ୍ଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟି ୪ କର୍ମଚାରୀ ଗୁରୁତର ହୋଇଛନ୍ତି। ସ୍ମେଲଟରର କାଷ୍ଟ ହାଉସ ବି’ରେ...

ଢେଙ୍କାନାଳରେ ୩୫.୬% କମ୍‌ ବର୍ଷିଛି: ଦୁଇ ସପ୍ତାହରେ ବର୍ଷା ନ ହେଲେ ମରୁଡ଼ି

ଢେଙ୍କାନାଳ ଅଫିସ, ୨୪।୭-ଠକିଦେଲା ମୌସୁମୀ। ଲଘୁଚାପ ବର୍ଷା ବି ସେମିତି ଖାସ୍‌ ହେଲାନି। ଆକାଶରେ ବାଦଲ ଭାସୁଛି। ହେଲେ ବର୍ଷୁନି। ଯଦିବା କାଁ ଭାଁ ବର୍ଷା...

ବିରୋଧୀଙ୍କ ସବୁ ଅଙ୍କ ଭୁଲ କଲା ବିଜେଡି

ଅନୁଗୋଳ ଅଫିସ, ୨୫।୫- ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଅନୁଗୋଳ ଜିଲାରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ରାଜନୈତିକ ବିଶାରଦମାନେ ନାନା କଳ୍ପନାଜଳ୍ପନା କରୁଥିଲେ।...

ଅନୁଗୋଳ ପୋଲିସ ହାତରେ ୯ ଡକାୟତ

ଅନୁଗୋଳ ଅଫିସ, ୨୧।୫ ହେମସୁରପଡ଼ା ଛକରେ ରବିବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ୯ ଜଣିଆ ଏକ ଗ୍ୟାଙ୍ଗକୁ କାବୁ କରିଛି ଅନୁଗୋଳ ପୋଲିସ।...

ବିଶ୍ୱ ରେକର୍ଡ ପାଇଁ ଯୁବଶିଳ୍ପୀଙ୍କ ଉଦ୍ୟମ: କାଠରେ ନିର୍ମାଣ କଲେ ୩.୫ ଇଞ୍ଚର ନନ୍ଦିଘୋଷ

ଅନୁଗୋଳ ଅଫିସ, ୨୬।୬- ମାତ୍ର ୨୦ ବର୍ଷ ବୟସରେ ବିଶ୍ୱ ରେକର୍ଡ ପାଇଁ ଉଦ୍ୟମ କରିଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମର ଶିଳ୍ପୀ...

ବାଇକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର; ପ୍ରତିବାଦରେ ଜିରାଳ-ପଣ୍ଡୁଆ ରାସ୍ତା ଅବରୋଧ

କାମାକ୍ଷାନଗର,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଜଣଙ୍କର...

କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି: ପ୍ଲାଷ୍ଟିକ, ପଲିଥିନ ସମ୍ପୂର୍ଣ୍ଣ ବାରଣ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଜିଲାର ଅନ୍ୟ ୧୨ ପ୍ରମୁଖ ଶିବାଳୟରେ ଶ୍ରାବଣ ଜଳଲାଗି ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି।...

ଅନୁଗୋଳରେ ବର୍ଷା, ଲୋକେ ଆଶ୍ୱସ୍ତ: ଭିଜିଲା ଶୁଖିଲା କ୍ଷେତ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳରେ ଗୁରୁବାର ମଧ୍ୟାହ୍ନରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ସହରବାସୀ ମୁକ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *