ଡ୍ରାଗନ୍‌ର ନୂଆ ଯୋଜନା: ନେପାଳ ସ୍କୁଲରେ ଚାଇନା ଭାଷା ବାଧ୍ୟତାମୂଳକ

କାଠମାଣ୍ଡୁ,୧୫।୬: ନେପାଳରେ ନିଜର ପତିଆରା ବୃଦ୍ଧି ପାଇଁ ଚାଇନା ନୂଆ ଯୋଜନା କରିଛି। ଏହି ଯୋଜନା ଅନ୍ତର୍ଗତ ନେପାଳ ସ୍କୁଲରେ ଚାଇନା ଭାଷାକୁ ବାଧ୍ୟତାମୂଳକ କରାଯାଇଛି। ଚାଇନା ଭାଷା ପଠାଉଥିବା ଶିକ୍ଷକଙ୍କୁ ଚାଇନା ସରକାରଙ୍କ ପକ୍ଷରୁ ଅଧିକ ଦରମା ଦିଆଯିବାର ବ୍ୟବସ୍ଥା ମଧ୍ୟ ହୋଇଛି। ୧୦ଟିରୁ ଅଧିକ ଘରୋଇ ସ୍କୁଲରେ ଚାଇନାର ମାନ୍ଦାରିନ୍‌ ଭାଷା ପଢ଼ାଯାଉଥିବା କୁହାଯାଇଛି। ଏବେ ଦେଶର ଅନ୍ୟ କେତେକ ସ୍କୁଲରେ ମାନ୍ଦାରିନ୍‌ ଭାଷାକୁ ବାଧ୍ୟତାମୂଳକ କରାଯିବାର ଯୋଜନା କରାଯାଉଛି। ତେବେ ବିଦେଶୀ ଭାଷା ସ୍କୁଲରେ ପଢ଼ାଯାଉ ମାତ୍ର ଏହାକୁ ବାଧ୍ୟତାମୂଳକ ନ କରିବାକୁ କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଏନେଇ ନେପାଳର ଚାଇନା ଦୂତାବାସ ମୁଖପାତ୍ର ଜି ଗୁଆନ୍‌ଗିଲି ଖୁବ୍‌ ଶୀଘ୍ର ନିଜର ମତଦେବେ ବୋଲି କୁହାଯାଉଛି।


All Right Reserved By

ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ବୁଧବାର ଶପଥ ନେବେ ବୋରିସ

ଲଣ୍ଡନ,୨୩।୭: ବ୍ରିଟେନର ଶାସକ ଦଳ କଞ୍ଜରଭେଟିଭ ପାର୍ଟିର ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଲଣ୍ଡନର ପୂର୍ବତନ ମେୟର ବୋରିସ ଜନସନ ବିଜୟୀ ହୋଇଛନ୍ତି। ଏହି...

ପାକିସ୍ତାନରେ ଏବେ ଏଚ୍‌ଆଇଭି ଭୟ

ରାଟୋଡରୋ,୧୭।୫: ଦକ୍ଷିଣ ପାକିସ୍ତାନର ଏକ ଗାଁରେ ପାଖାପାଖି ୪ଶହ ଲୋକ ଏଚ୍‌ଆଇଭିର ଶିକାର ହୋଇଥିବା ଜଣାପଡିଛି। ଜଣେ ଡାକ୍ତରଙ୍କ ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା...

ଓ୍ବାର୍ଲଡ ରିଫ୍ୟୁଜି ଡେ’କୁ ନେଇ ଇମୋଶନାଲ ପୋଷ୍ଟ କଲେ ପ୍ରିୟଙ୍କା

ଲଣ୍ଡନ,୨୦।୬: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ୍ବାର୍ଲଡ ରିଫ୍ୟୁଜି ଡେ’ ବା ବିଶ୍ୱ ଶରଣାର୍ଥୀ ଦିବସକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି।...

୬ବର୍ଷର ବାଳକ: ୨ଘଣ୍ଟାରେ ୩ହଜାର ଥର ଦଣ୍ଡ ବୈଠକ କରି ଜିତିଲେ ବିଳାସମୟ ଘର

ମସ୍କୋ,୧୧।୭: ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ବୁଦ୍ଧି ଓ ମନ ଶାନ୍ତ ରହିଥାଏ। ପ୍ରତିଦିନ ଦଣ୍ଡ ବୈଠକ କରିବା ଦ୍ୱାରା ମାଂସପେଶୀ...

ପ୍ରଥମଥର ବିମାନରେ ଯାତ୍ରା କରୁଥିବା ବେଳେ ଗଳିପଡ଼ିଲେ ମହିଳା

ଇସ୍ତାନବୁଲ,୧୯।୭: ପ୍ରଥମଥର ବିମାନରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସବୁ କିଛି ଥାଏ ନୂଆ। ଏଥିପାଇଁ ବିମାନବନ୍ଦରରେ ପ୍ରତ୍ୟେକ କଥାକୁ ସେମାନେ ଧ୍ୟାନରେ ଶୁଣିବା...

କାବୁଲରେ କାର୍‌ ବୋମା ବିସ୍ଫୋରଣ, ୧୦ମୃତ

କାବୁଲ,୫।୯: ଆଫଗାନିସ୍ତାନ ରାଜଧାନୀ କାବୁଲରେ ଗୁରୁବାର ସକାଳେ କାର୍‌ ବୋମା ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ...

ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା: ୨ ପାଇଲଟ ମୃତ

ଓ୍ବିଲିଂଟନ୍‌,୧୬।୬: ନ୍ୟୁଜିଲାଣ୍ଡ୍‌ରେ ମଝି ଆକାଶରେ ୨ ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବିମାନରେ ଥିବା ୨ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ...

ଜମ୍ମୁ-କଶ୍ମୀର ସମସ୍ୟା: ଶାନ୍ତି ପାଇଁ ପାକିସ୍ତାନକୁ ପରାମର୍ଶ ଦେଲା ଫ୍ରାନ୍ସ୍‌

ଇସଲାମାବାଦ୍‌,୨୧।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପାକିସ୍ତାନ ଏହାକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *