Posted inଜାତୀୟ

ଅଧିକ ଟଙ୍କା ରୋଜଗାର ଆଶାରେ କୁଏତ୍‌ ଯାଇ ହଟହଟା: ଖାଇବାକୁ ମିଳୁନି ଦୁଇବେଳା; ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ଅଧିକ ଟଙ୍କା ରୋଜଗାର ଆଶାରେ କେତେକ ଭାରତୀୟ ଯୁବକ ବିଦେଶରେ ଚାକିରି କରିବାକୁ ଯାଉଛନ୍ତି। ତେବେ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିବା ଏକ ଭିଡ଼ିଓ ଏଭଳି ଯୁବକଙ୍କ ବିଦେଶରେ ଚାକିରି କରିବା ନିଶାରେ ସୃଷ୍ଟି କରିଛି ବାଧା। ପଞ୍ଜାବରୁ ୫ ଜଣ ଯୁବକ କୁଏତ୍‌ରେ ଉଚ୍ଚ ଦରମାରେ ଚାକିରି କରିବାକୁ ଯାଇ ହଟହଟା ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ପଠାନକୋଟର ହଲ୍କା ଭୋଆ ଅନ୍ତର୍ଗତ ମାନ ମଙ୍ଗଳ ଗାଁର ଦୁଇଭାଇ ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କ ସମେତ ୫ ଜଣ ନିଜ ଭିଟା ମାଟି ଛାଡି ଏବେ ବିଦେଶରେ ଭୋକ ଉପାସରେ ପଡ଼ି ରହିଛନ୍ତି। ଭିଡ଼ିଓ ଦେଖିବା ପରେ ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କଙ୍କ ପିତା ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଇଛନ୍ତି। ଶୀଘ୍ର ଯୁବକମାନଙ୍କୁ ଘରକୁ ଫେରାଇ ଆଣିବା ଲାଗି ଅନୁରୋଧ କରିଛନ୍ତି। ୫ ମାସ ତଳେ ଏହି ୫ଜଣ କୁଏତ୍‌ ଯାଇଥିଲେ। ତେବେ ଗତ ୩ ମାସ ଧରି ସେମାନଙ୍କ ପାଖରେ ଚାକିରି ନାହିଁ। ଏଜେଣ୍ଟ ସେମାନଙ୍କ ପାସପୋର୍ଟ ଛଡ଼ାଇ ନେଇଥିବାରୁ ସେମାନଙ୍କ ଘର ଫେରିବା ବାଟ ମଧ୍ୟ ବନ୍ଦ ହୋଇଯାଇଥିବା ସୁଖଓ୍ବିନ୍ଦର ଏବଂ ବଲଓ୍ବିନ୍ଦରଙ୍କ ପିତା ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ଲକ୍ଷ୍ନୌ ରେଳଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌

ଲକ୍ଷ୍ନୌ,୫।୧୧: ଯାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରେଳ ବିଭାଗ ପକ୍ଷରୁ ଲକ୍ଷ୍ନୌ ଷ୍ଟେଶନ୍‌ରେ ହେଲଥ୍‌ ଏଟିଏମ୍‌ କିଓସ୍କୋ ସ୍ଥାପନ କରାଯାଇଛି। ଏଠାରେ ରେଳଯାତ୍ରୀ ୫୦ରୁ ଶହେ...

୧୫୪ ଜିଲାରେ ନିଅଣ୍ଟ ବର୍ଷା

ନୂଆଦିଲ୍ଲୀ,୩ା୧୦: ଚଳିତ ମୌସୁମୀରେ ସର୍ବାଧିକ ବୃଷ୍ଟିପାତ ହୋଇଛି। ୨୫ ବର୍ଷ ମଧ୍ୟରେ ଏହା ସବୁଠୁ ଅଧିକ ବର୍ଷଣ ମୌସୁମୀ ବୋଲି କୁହାଯାଉଛି। ଏହା ସତ୍ତ୍ୱେ ଦେଶର...

ୟେଦୁରପ୍ପାଙ୍କୁ ଆମେ ସହଯୋଗ କରିବୁ: କୁମାରସ୍ବାମୀ

ବେଙ୍ଗାଲୁରୁ,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ସୋମବାର ବହୁମତରେ ବିଜୟୀ ହୋଇ ଶାସନ କରନ୍ତୁ ଯେଦୁରପ୍ପା, ଆମେ ତାଙ୍କୁ ସହଯୋଗ କରିବୁ ବୋଲି...

ରାଜକ୍ଷମା ଆବେଦନକୁ ଫେରାଇ ନେବାକୁ ଚାହୁଁଛନ୍ତି ନିର୍ଭୟା ମାମଲାର ଅଭିଯୁକ୍ତ

ନୂଆଦିଲ୍ଲୀ,୭।୧୨: ଦେଶର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମା ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା କ୍ଷମା ଆବେଦନକୁ ଖୁବଶୀଘ୍ର ଫେରାଇ ନେବା...

ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେବ ସମ୍ପ୍ରସାରଣ: ସାମିଲ ହେବେନି କେହି ଭାଜପା ନେତା

ପାଟନା,୨।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ରବିବାର କରାଯିବ। ହେଲେ ଏଥିରେ କେହି ଭାଜପା ନେତା ସାମିଲ ହେବେ ନାହିଁ ବୋଲି ସୂଚନା...

ଆତଙ୍କବାଦୀଙ୍କୁ ନାହିଁ ଭୟ: କଶ୍ମୀରର ୫ ଶହ ୭୫ ଯୁବକ ସେନାବାହିନୀରେ ସାମିଲ

ଶ୍ରୀନଗର,୩୧।୮: ଜମ୍ମୁ-କଶ୍ମୀରରେ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ନାହିଁ। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ୫ ଶହ ୭୫ ଯୁବକ ସେନାରେ...

ମଣିପୁର-ତ୍ରିପୁରା-ମେଘାଳୟ ସ୍ଥାପନା ଦିବସ: ଅଭିନନ୍ଦନ ଜଣାଇଲେ ମୋଦି

ନୂଆଦିଲ୍ଲୀ, ୨୧।୧: ମଣିପୁର-ତ୍ରିପୁରା-ମେଘାଳୟର ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି ତିନି ରାଜ୍ୟର ଜନସାଧାରଣଙ୍କୁ ଅଲଗା ଅଲଗା...

ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର

ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ସାକ୍ଷାତ୍‌ କରି...

Leave a comment

Your email address will not be published. Required fields are marked *