ବେଆଇନ ରେଲଓ୍ବେ ଇ-ଟିକେଟ ବିକ୍ରି, ୩ ଗିରଫ

କଟକ ରୋଡ,୧୫ା୬(ଡି.ଏନ୍‌.ଏ.): ବେଆଇନ ଭାବେ ରେଳବାଇ ସଂରକ୍ଷିତ ଟିକଟ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଆରପିଏଫ (ରେଲଓ୍ବେ ପ୍ରୋଟେକ୍ସନ ଫୋର୍ସ) ଶୁକ୍ରବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳର ଆଭାସ ରଞ୍ଜନ ବାରିକ(୨୯), ପୁରୀ ଜିଲା ପିପିଲି ଥାନା ଗୋବିନ୍ଦପୁର ଗ୍ରାମର ଅମିୟ ପଟ୍ଟନାୟକ(୪୬) ଓ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ବାଲିକଣ୍ଟିଆ ଗ୍ରାମର ମନୋରଞ୍ଜନ ପୃଷ୍ଟି(୩୨)। ଏହି ୩ ଅଭିଯୁକ୍ତଙ୍କ ଖାରବେଳନଗର ଓ କ୍ୟାପିଟାଲ ଥାନା ଅଞ୍ଚଳରେ ସାଇବର କେଫ ସହ ଟ୍ରାଭେଲ୍ସ ଏଜେନ୍ସି ରହିଛି। ସୂଚନା ଅନୁଯାୟୀ, ଗ୍ରୀଷ୍ମକାଳୀନ ଛୁଟି ପାଇଁ ରେଳଯାତ୍ରୀଙ୍କ ଭିଡ ବଢିଛି। ଅତ୍ୟଧିକ ଗହଳି ପାଇଁ ଟିକେଟ ପାଇବା ପାଇଁ ଲୋକେ ଦଲାଲଙ୍କ ସହଯୋଗ ଲୋଡୁଛନ୍ତି। ଏଭଳି ସୁଯୋଗରେ ଇ-ଟିକେଟିଂ ପାଇଁ ୟୁଜର୍ସ ଆଇଡି ତିଆରି କରି ଯାତ୍ରୀଙ୍କୁ ଚଢା ଦରରେ ଟିକଟ ବିକ୍ରି କରୁଥିବା ଦିଲ୍ଲୀସ୍ଥିତ ମୁଖ୍ୟ ଆରପିଏଫ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ଚଢ଼ାଉ ପାଇଁ ଅପରେଶନ ଥଣ୍ଡର ନାମରେ ଆରପିଏଫ ମହାନିର୍ଦ୍ଦେଶକ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ଦଲାଲଙ୍କୁ ଗିରଫ ପାଇଁ ଆରପିଏଫ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁବାର ଭୁବନେଶ୍ୱର ଆରପିଏଫ ଇନ୍ସପେକ୍ଟର କାଳୁ ସେଠୀଙ୍କ ସହ ଏକ ଟିମ ବେଆଇନ ଭାବେ ଇ-ଟିକଟ ବିକୁଥିବା ଟ୍ରାଭେଲ ଏଜେନ୍ସି ମାଲିକଙ୍କ ବାବଦରେ ସୂଚନା ସଂଗ୍ରହ କରିବା ପରେ ଏହି ୩ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏମାନଙ୍କ ଠାରୁ ୩ଟି ସିପିୟୁ, ୩ ମୋଡେମ, ୯ ଇ-ଟିକଟ, ୨୯୬୦ଟଙ୍କା ଓ ୩ଟି ମୋବାଇଲ ଫୋନ ଜବତ ହୋଇଛି। ଅଭିଯୁକ୍ତ ଆଭାସ ଓ ଅମିୟ ଗତ ୨ବର୍ଷ ଧରି ଏଭଳି ବେଆଇନ ଟିକଟ ରାଜଧାନୀରେ ବିକୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଇନ୍ସପେକ୍ଟର ସେଠୀ କହିଛନ୍ତି। ମନୋରଞ୍ଜନ ମଧ୍ୟ ୧ବର୍ଷ ଧରି ବ୍ୟବସାୟ ଜାରି ରଖିଥିବା ଜଣାପଡିଛି। ଏନେଇ ଆରପିଏଫରେ ସିଇ/ସି ୧୭୦୦, ୧୭୦୧ ଓ ୧୭୦୪ ରେଲଓ୍ବେ ଆକ୍ଟ ୧୪୩ ଅନୁଯାୟୀ ମାମଲା ରୁଜୁ ହୋଇଛି।


All Right Reserved By Dharitri.Com

ସ୍କୁଲ ଅଟୋରୁ ଖସି ପ୍ରଥମ ଶ୍ରେଣୀଛାତ୍ର ମୃତ: ଅଟୋ ସହ ଚାଳକ ଫେରାର, ତାତିଲେ ଲୋକେ

ଦିଗପହଣ୍ଡି,୧୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ବିଦ୍ୟୁତ ଷ୍ଟେଶନ ନିକଟ ମୁଖ୍ୟ ରାସ୍ତାରେ ସ୍କୁଲ ଅଟୋରୁ ଖସି ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ବିଏମ୍‌ସି ମୁଖ୍ୟାଳୟରେ ସମୀକ୍ଷା ବୈଠକ: ସୋମବାର ସୁଦ୍ଧା ଜଳିବ ସବୁ ଷ୍ଟ୍ରିଟଲାଇଟ୍‌

ଭୁବନେଶ୍ୱର,୧୮।୫(ବ୍ୟୁରୋ): ବାତ୍ୟା ‘ଫନୀ’ର ପ୍ରଳୟରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଯାବତ୍‌ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ବାଭାବିକ ହୋଇପାରି ନ ଥିବା ବେଳେ ମୁଖ୍ୟ...

୬ଟି ଗାଁକୁ ନିର୍ମାଣ ହେବ ରାସ୍ତା

ଦଶମନ୍ତପୁର, ୬ା୮(ଡି.ଏନ.ଏ.) କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ । ବଣ, ପାହାଡ, ପର୍ବତଘେରରେ ରହିଥିବା ବ୍ଲକର ଅନେକଗୁଡିଏ ଦୁର୍ଗମ ଅଞ୍ଚଳକୁ...

ଭିଜିଲାନ୍ସ ଜାଲରେ ସମଲ ବ୍ୟାରେଜ ବରିଷ୍ଠ କିରାଣୀ

ତାଳଚେର,୩୦।୮(ସ୍ବ.ପ୍ର.): ସମଲ ବ୍ୟାରେଜର ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ବେହେରା ଶୁକ୍ରବାର ଅପରାହ୍ନରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସରକିଶୋରିପାଳ ଗ୍ରାମର ଅକ୍ଷୟ କୁମାର ସାହୁଙ୍କଠାରୁ କଣ୍ଟ୍ରାକ୍ଟର...

୧୪ରୁ ଓଡ଼ିଶା ଟ୍ରାଭେଲ ବଜାର

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫିକି ସହଯୋଗରେ ଭୁବନେଶ୍ୱରରେ ଓଡ଼ିଶା ଟ୍ରାଭେଲ ବଜାର(ଓଟିବି)ର ତୃତୀୟ ସଂସ୍କରଣ ଆୟୋଜିତ ହେବ। ଅକ୍ଟୋବର ୧୪ରୁ ୨୦ ତାରିଖ...

ହକି ବିଶ୍ୱ କପ୍‌ ପାଇଁ ୬୭ କୋଟି ଖର୍ଚ୍ଚ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଆୟୋଜନ କରି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ପ୍ରଶଂସା ସାଉଁଟିଲେ। ୨୦୧୮ ନଭେମ୍ବର...

ନବ ନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସମ୍ମିଳନୀ: ଚାଷୀ ସୁରକ୍ଷା ଭତ୍ତା ଦାବିରେ ଦେଶବ୍ୟାପୀ ହେବ ଆନ୍ଦୋଳନ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ଦେଶରେ ଜନସଂଖ୍ୟାର ୭୦ଭାଗ ହେଉଛନ୍ତି ଚାଷୀ। ତେଣୁ ଶାସନ ପ୍ରଶାସନ ଚାଷୀମନସ୍କ ହେବାକଥା। କିନ୍ତୁ ୭୦ ବର୍ଷ ପରେ ମଧ୍ୟ ସବୁ ଓଲଟା...

ଡଗରପଡ଼ା ବୋମାମାଡ଼ ଘଟଣା: ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସମେତ ୩ ଗିରଫ

କଟକ ଅଫିସ, ୨୪।୮: ଡଗରପଡ଼ା ବୋମାମାଡ଼ ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଲାଲବାଗ ଥାନା ପୋଲିସ। ଶୁକ୍ରବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ...

Leave a comment

Your email address will not be published. Required fields are marked *