Posted inଜାତୀୟ

ଅକ୍ଷୟ ପାତ୍ର ଫାଉଣ୍ଡେଶନକୁ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ

ଲଣ୍ଡନ,୧୫ା୬(ପି.ଟି.): ଭାରତର ଏକ ଅଣଲାଭକାରୀ ସଂସ୍ଥା ଅକ୍ଷୟ ପାତ୍ର ସ୍କୁଲ୍‌ ମିଲ୍‌ ପ୍ରୋଜେକ୍ଟକୁ ବିବିସି ଓ୍ବାର୍ଲଡ ସର୍ଭିସ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଚଳିତ ସପ୍ତାହରେ ବ୍ରିଷ୍ଟଲ୍‌ଠାରେ ଆୟୋଜିତ ବିବିସି ଫୁଡ ଆଣ୍ଡ ଫାର୍ମିଂ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ୱରେ ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ, ଆହରଣ କ୍ଷେତ୍ରରେ ନୂଆ ଦିଗ ଦେଖାଉଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଏହା ସ୍ବୀକୃତି ପ୍ରଦାନ କରିଥାଏ।
ବେଙ୍ଗାଲୁରୁ ଭିତ୍ତିକ ସ୍ବେଚ୍ଛାସେବୀ ସଂଗଠନ ଅକ୍ଷୟ ପାତ୍ର ଫାଉଣ୍ଡେସନ୍‌କୁ ଏକ ଅନ୍ତର୍ଜାତୀୟ ବିଚାରକ ମଣ୍ଡଳୀ ଦ୍ୱାରା ଚୟନ କରାଯାଇଥିଲା। ଏହାର ସିଇଓ ଶ୍ରୀଧର ଭେଙ୍କଟ କହନ୍ତି, ଉକ୍ତ ପୁରସ୍କାର ଲାଭ କରିଥିବାରୁ ଖୁବ୍‌ ଗର୍ବ ଅନୁଭବ କରୁଛୁ। ଉକ୍ତ ସଂସ୍ଥା ପାଖାପାଖି ୨୦ବର୍ଷ ତଳେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ସେତେବେଳେ ୧୫୦୦ ସ୍କୁଲ ପିଲାଙ୍କୁ ମାଗଣାରେ ମଧ୍ୟାହ୍ନଭୋଜନ ଯୋଗାଇ ଦିଆଯାଉଥିଲା। ବର୍ତ୍ତମାନ ସମଗ୍ର ଦେଶରେ ୧.୭୫ ନିୟୁତ ସ୍କୁଲ ପିଲାଙ୍କୁ ଗରମ, ତଟକା ପ୍ରସ୍ତୁତ ଖାଦ୍ୟ ଯୋଗାଇ ଦିଆଯାଉଛି।


All Right Reserved By

ଅନିଶ୍ଚିତତାରେ ରାହୁଲଙ୍କ ଟିମ୍‌ ଭବିଷ୍ୟତ

ନୂଆଦିଲ୍ଲୀ,୮ା୭(ପି.ଟି.): ଲୋକ ସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ କ୍ରମାଗତ ଭାବେ ଅନେକ ନେତାଙ୍କ ଇସ୍ତଫା ପରେ ଦଳରେ ଏବେ ଭିନ୍ନ ହାଓ୍ବା ବହୁଛି।...

ଝିଅ ବିବାହ ନିମନ୍ତ୍ରଣ ପତ୍ରରେ ପିତାଙ୍କ ବାର୍ତ୍ତା ଦେଖି ସମସ୍ତେ ପ୍ରଶଂସା କଲେ

ସୋଲେନ,୧୮।୫: ହିମାଚଳ ପ୍ରଦେଶର ସୋଲେନ ଜିଲାରେ ଭାଗ ସିଂ ଚନ୍ଦେଲ ନାମକ ଜଣେ ବ୍ୟକ୍ତିଙ୍କର ଆସନ୍ତା ୧୯ ତାରିଖରେ ଝିଅ ବିବାହ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ...

ଏନ୍‌ଡିଏ କି ୟୁପିଏକୁ ମିଳିବନି ସଂଖ୍ୟାଗରିଷ୍ଠତା :ଦେବେଗୌଡ଼ାଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୭ା୪(ପି.ଟି.): ଏଥର କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) କିମ୍ବା ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସଂଖ୍ୟାଗରିଷ୍ଠତା ହାସଲ କରିପାରିବେ ନାହିଁ। ଟିଏମ୍‌ସି ନେତ୍ରୀ ମମତା...

ଦଳିତ ମହିଳାଙ୍କୁ ଗୃହ ବିଭାଗ ଦେଲେ ଜଗନ ମୋହନ

ଅମରାବତୀ,୯।୬: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ମନ୍ତ୍ରିମଣ୍ଡଳରେ ୫ ଉପମୁଖ୍ୟମନ୍ତ୍ରୀ ଓ ୨୫ ଜଣ ବିଧାୟକ ଶନିବାର ଶପଥ ଗ୍ରହଣ କରିଛନ୍ତି। ଏଥିରେ...

ରାଜୀବ କୁମାରଙ୍କ ଘରେ ସିବିଆଇ

କୋଲକାତା,୧୪ା୯(ଆଇଏଏନ୍‌ଏସ୍‌): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସମ୍ପୃକ୍ତ କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କ ଗିରଫଦାରିରୁ ମିଳିଥିବା ଅନ୍ତରୀଣ ସୁରକ୍ଷାକୁ କଲିକତା ହାଇକୋର୍ଟ ଶୁକ୍ରବାର...

ମୁଜଫରନଗରରେ ଘର ଭୁଷୁଡ଼ି ୩ ଶିଶୁ ମୃତ

ମୁଜଫରନଗର,୮।୭: ଉତ୍ତରପ୍ରଦେଶ ମୁଜଫରନଗରର ସିଖେଡା ଗଁ।ରେ ସୋମବାର ଘରର ଛାତ ଭୁଷୁଡ଼ିଯାଇଛି। ଏହି ଦୁର୍ଘଟଣାରେ ୩ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଆହତ ହୋଇଛନ୍ତି। ସହରରେ...

ମୋବାଇଲ ଭ୍ୟାନରେ ପିଆଜ ଯୋଗାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୯: ଦେଶର ଅଧିକାଂଶ ସ୍ଥାନରେ ଏବେ ପିଆଜ କିଲୋ ପିଛା ଦାମ୍‌ ୫୦ ଟଙ୍କା ଛୁଇଁଥିବା ବେଳେ ସାଧାରଣ ଖାଉଟି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।...

ଡ୍ରୋନ୍‌ ଆକ୍ରମଣରେ ଆତଙ୍କବାଦୀ ହୁଜୈଫା ନିହତ: ଅନ୍‌ଲାଇନ୍‌ରେ କଶ୍ମୀର ଯୁବକଙ୍କୁ ଆଇଏସ୍‌ ସଂଗଠନରେ କରୁଥିଲେ ଭର୍ତ୍ତି

ଶ୍ରୀନଗର,୨୧।୭: କଶ୍ମୀର ଯୁବକଙ୍କୁ ଅନ୍‌ଲାଇନ୍‌ରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରୁଥିବା ହୁଜୈଫା ଅଲ୍‌-ବାକିସ୍ତାନୀଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ନରଗରହର ପ୍ରଦେଶରେ ହୋଇଥିବା ଏକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *