Posted inଜାତୀୟ

ବିହାରରେ ଏଲ୍‌ଜେପି ଦୁଇଭାଗ

ପାଟନା,୧୫ା୬: କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ବିହାରରେ ଦୁଇଭାଗ ହୋଇଛି। ଦଳର ବରିଷ୍ଠ ନେତା ତଥା ସାଧାରଣ ସମ୍ପାଦକ ସତ୍ୟାନନ୍ଦ ଶର୍ମା ଓ ଅନ୍ୟ କେତେଜଣ କାର୍ଯ୍ୟକର୍ତ୍ତା ଏଲ୍‌ଜେପିରୁ ଇସ୍ତଫା ଦେଇ ନୂଆ ଦଳ ଏଲ୍‌ଜେପି (ଧର୍ମନିରପେକ୍ଷ) ଗଠନ କରିଛନ୍ତି। ପାଶ୍ୱାନ କେବଳ ନିଜ ପରିବାର ସଦସ୍ୟମାନଙ୍କୁ ଦଳର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରୁଛନ୍ତି। ଦଳରେ ଗଣତନ୍ତ୍ର ବୋଲି କିଛି ନାହିଁ। ସେ ଦଳକୁ ନିଜ ପରିବାରର ଜାଗିରରେ ପରିଣତ କରିଥିବା ଶର୍ମା ଅଭିଯୋଗ କରିଛନ୍ତି। ଭାଜପାର ସହଯୋଗୀ ଦଳ ଏଲ୍‌ଜେପି ଲୋକ ସଭା ନିର୍ବାଚନରେ ବିହାର ୬ଟି ଆସନରେ ଲଢ଼ି ସବୁଥିରେ ଜିତିଥିଲା। ନବନିର୍ବାଚିତ ୬ ଏମ୍‌ପିଙ୍କ ମଧ୍ୟରେ ପାଶ୍ୱାନଙ୍କ ପୁଅ ଓ ଦୁଇ ଭାଇ ଅଛନ୍ତି।


All Right Reserved By Dharitri.Com

ମୋଦି-ଶାହଙ୍କ ମଧ୍ୟରେ ଲାଗିଛି ବିବାଦ; ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ: ଭୂପେଶ ବଘେଲା

ରାୟପୁର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ରାଷ୍ଟ୍ରୀୟ ନାଗରିକତ୍ୱ...

ରାଜ୍ୟସଭାରେ ବଦଳିଲା ମାର୍ଶଲଙ୍କ ଡ୍ରେସ୍‌

ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହା ରାଜ୍ୟସଭାର ୨୫୦ତମ ଅଧିବେଶନ। ଏହି ଅବସରରେ ରାଜ୍ୟସଭାରେ କିଛି ପରିବର୍ତ୍ତନ କରାଯାଇଛି। ଏଠାରେ ମାର୍ଶଲ...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାର

ନୂଆଦିଲ୍ଲୀ,୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଡ.ଏନ୍‌.ଏସ୍‌. ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଲେପର୍ସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି...

ଲକ୍‌ଡାଉନ୍‌ ସମୟରେ ବରଯାତ୍ରୀ ନେଇ ଯିବାରୁ ପୋଲିସ ଷ୍ଟେଶନରେ ରାତି କାଟିଲେ ବର

ଉଦ୍ଧମ ସିଂ ନଗର,୨୭।୩: କରୋନା ଭାଇରସ ସଂକ୍ରମଣକୁ ଦେଖି ଏବେ ସାରା ଦେଶରେ ଜାରି ରହିଛି ଲକ୍‌ଡାଉନ୍‌। ଆଉ ଏହି ସମୟରେ ବିନା ଅନୁମତିରେ ଉତ୍ତରାଖଣ୍ଡ...

ଝାଡ଼ଖଣ୍ଡ ସରକାରଙ୍କ ପୋଲ୍‌ ଖୋଲିଲେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ

ରାଞ୍ଚି,୨୦।୯: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଆଉ ଅଳ୍ପ ଦିନ ବାକି ଅଛି। ରାଜ୍ୟରେ ପୁଣିଥରେ ଶାସନ ମଙ୍ଗ ଧରିବାକୁ ସଜବାଜ ହେଉଛି ଭାରତୀୟ ଜନତା...

ବିକ୍ଷୋଭକାରୀଙ୍କୁ ପୋଲିସ ଘଉଡ଼ାଇଲା

ନୂଆଦିଲ୍ଲୀ,୮ା୧୨(ପି.ଟି.): ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଶନିବାର ଦିଲ୍ଲୀରେ ଶତାଧିକ ବିକ୍ଷୋଭକାରୀ ମହମବତି ଧରି ପ୍ରତିବାଦ କରୁଥିବାବେଳେ ବାରିକେଡ୍‌ ଡେଇଁବାକୁ ଉଦ୍ୟମ କରିବାରୁ ପୋଲିସ ସେମାନଙ୍କୁ...

ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୨।୧୨: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରକୁ...

Leave a comment

Your email address will not be published. Required fields are marked *