ଯେସାକୁ ତେସା ନୀତି : ଆମେରିକା ସାମଗ୍ରୀରେ ଟାରିଫ ବଢ଼ାଇବ ଭାରତ

ନୂଆଦିଲ୍ଲୀ,୧୫-୬: ନିକଟରେ ଭାରତ ଠାରୁ ଆମେରିକା ଜିଏସ୍‌ପି ପ୍ରତ୍ୟାହାର କରିଛି। ପୂର୍ବରୁ ଭାରତରୁ ଆମଦାନୀ ହେଉଥିବା କେତେକ ପ୍ରକାରର ଇସ୍ପାତ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିଲା। ଆମେରିକାକୁ ଜବାବ ଦେବା ଲାଗି ଭାରତ ମଧ୍ୟ ‘ଯେସାକୁ ତେସା ନୀତି’ଆପଣାଇବାକୁ ଯାଉଛି। ଆସନ୍ତା ୧୬ରୁ ବାଦାମ, ଅଖରୋଟ, ଡାଲି ସମେତ ୨୯ ଆମେରିକୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ(ଟାରିଫ) ବୃଦ୍ଧି କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ସ୍ଥିର କରିଛି। ଏଥିପୂର୍ବରୁ ଭାରତ ଏହି ନିଷ୍ପତ୍ତିକୁ ଦୀର୍ଘ ଦିନ ଧରି ଟାଳି ଆସୁଥିଲା। ଅର୍ଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଶୁକ୍ରବାର କହିଛି। ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତ ଠାରୁ ଆସୁଥିବା ଇସ୍ପାତ ଓ ଆଲୁମିନିୟମ ଉପରେ ଟାରିଫ୍‌ ବୃଦ୍ଧି କରିଥିଲା। ଏହାର ଜବାବ ଦେବାକୁ ଭାରତ ମଧ୍ୟ ନିଷ୍ପତ୍ତି ନେଇଥିଲା। ତେବେ ବାଣିଜ୍ୟ କାରବାର ନେଇ ଦୁଇଦେଶ ମଧ୍ୟରେ ରହିଥିବା ମତଭେଦ ଦୂର କରିବା ଲାଗି ଆଲୋଚନା ଜାରି ରହିଥିଲା। ଅନ୍ୟପକ୍ଷରେ ଜିଏସ୍‌ପି ପ୍ରତ୍ୟାହାର କରିନେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଭାରତ ମଧ୍ୟ ପାଲ୍‌ଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଶୁଣାଇଥିଲା। ତେବେ ଆମେରିକା ସହ ସମାଧାନ ବାଟ ବାହାରି ଯିବା ଆଶାରେ ଭାରତ ୨୯ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ ବୃଦ୍ଧି ନିଷ୍ପତ୍ତିକୁ ଘୁଞ୍ଚାଇ ଚାଲିଥିଲା। ନିକଟରେ ଆମେରିକା ପ୍ରଶାସନ ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର କରିନେବା ପରେ ଭାରତର ଧୈର୍ଯ୍ୟର ସୀମା ଟପିଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆମେରିକାରୁ ଆସୁଥିବା ଅଖରୋଟ୍‌ ଉପରେ ଲାଗୁଥିବା ୩୦% ଶୁଳ୍କକୁ ୧୨୦ ପ୍ରତିଶତକୁ ବୃଦ୍ଧି କରାଯିବ। ସେହିପରି କାବୁଲି ଚଣା, ଚଣା ଓ ମସୁର ଡାଲି ଉପରେ ଶୁଳ୍କକୁ ୭୦ ପ୍ରତିଶତ କରାଯିବ। ଏବେ ଏଗୁଡ଼ିକ ଉପରେ ୩୦% ଶୁଳ୍କ ଆଦାୟ କରାଯାଉଛି। ଅନ୍ୟ ଡାଲି ଉପରେ ଶୁଳ୍କକୁ ୪୦% କରାଯିବ। ସେହିପରି ବୋରିକ ଏସିଡ, ଚିଙ୍ଗୁଡି, ନଟ୍‌ସ, ଲୌହ ଏବଂ ଷ୍ଟିଲ୍‌ ସାମଗ୍ରୀ, ସେଉ, ନାସପାତି, ଷ୍ଟେନଲେସ ଷ୍ଟିଲ୍‌, ଆଲଏ ଷ୍ଟିଲ୍‌, ଟ୍ୟୁବ୍‌, ପାଇପ୍‌ ଫିଟିଙ୍ଗ, ସ୍କୃ ଏବଂ ବୋଲ୍ଟ ଉପରେ ମଧ୍ୟ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବ। ଏହାଦ୍ୱାରା ଦେଶକୁ ୨୧.୭ କୋଟି ଡଲାର ଅଧିକ ରାଜସ୍ବ ମିଳିବ। ଇତିମଧ୍ୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମ୍ପର୍କରେ ଆମେରିକା ସରକାରଙ୍କୁ ଜଣାଇ ଦେଇଛି। ଆମେରିକା ଗତବର୍ଷ ମାର୍ଚ୍ଚରେ ଭାରତରୁ ଆସୁଥିବା ଇସ୍ପାତ ଉପରେ ଆମଦାନୀ ଶୁଳ୍କକୁ ୨୫% ଏବଂ ଆଲୁମିନିୟମ ଉପରେ ୧୦% ଶୁଳ୍କ ବଢ଼ାଇ ଦେଇଥିଲା। ଭାରତ ଏହି ସାମଗ୍ରୀର ସବୁଠାରୁ ବଡ଼ ରପ୍ତାନିକାରୀ ଦେଶ। ଶୁଳ୍କ ବଢ଼ିବା କାରଣରୁ ଭାରତୀୟ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦକଙ୍କ ଉପରେ ୨୪ କୋଟି ଡଲାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ଭାରତ ପ୍ରତିବର୍ଷ ୧.୫ ବିଲିୟନ ଡଲାର ଇସ୍ପାତ ଓ ଆଲୁମିନିୟମ ରପ୍ତାନି କରିଥାଏ। ସୂଚନାଥାଉ କି, ଆର୍ଥିକ ବର୍ଷ ୨୦୧୭-୧୮ରେ ଭାରତ ପକ୍ଷରୁ ଆମେରିକାକୁ ୪୭.୯ ବିଲିୟନ ଡଲାର ରପ୍ତାନି କରାଯାଉଥିବା ବେଳେ ୨୬.୭ ବିଲିୟନ ଡଲାର ଆମଦାନୀ କରାଯାଉଛି। ଏପରି ଭାବେ ଦେଖିଲେ ବାଣିଜ୍ୟ ସନ୍ତୁଳନ ଭାରତ ସପକ୍ଷରେ ଯାଉଛି।


All Right Reserved By Dharitri.Com

୪.୭%କୁ ଖସିପାରେ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୨୯-୧୧: ଦେଶର ଜିଡିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୪.୭%କୁ ଖସିପାରେ ବୋଲି ରଏଟର୍ସ ପୋଲ୍‌ ପକ୍ଷରୁ ହୋଇଥିବା ଏକ ସର୍ଭେରେ ଉଲ୍ଲେଖ କରାଯାଇଛି। ଏବେ ଦେଶରେ...

ଦୁଇଟି ଉପକମିଟି ଗଠନ କଲା ଜିଏସ୍‌ଟି କାଉନସିଲ୍‌

ନୂଆଦିଲ୍ଲୀ,୨୯-୫: ଜିଏସ୍‌ଟି କାଉନସିଲ୍‌ କମ୍ପାନୀଙ୍କ ମଧ୍ୟରେ ହେଉଥିବା କାରବାର ଲାଗି ଇ-ବିଲ୍‌ ତିଆରି କରିବା, କାରବାର ସୀମା ନିର୍ଦ୍ଧାରଣ ତଥା ଏହାକୁ ସୃଷ୍ଟି କରିବା ଭଳି...

ଦିନକରେ ୧୭ ହଜାର ଏଲ୍‌ଆଇସି ପଲିସି ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୧୫-୧: ବଲିଉଡର ପ୍ରତିଷ୍ଠିତ ଅଭିନେତା ରାଜ କପୁରଙ୍କ ଝିଅ ରିତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଛି। ରିତୁ ଏକ ସମୟରେ ଏଲ୍‌ଆଇସିର ଜଣେ ଶୀର୍ଷ ଏଜେଣ୍ଟ...

ଡ୍ରିମ୍ସ ସ୍ବୟଂଶାସିତ କଲେଜକୁ ଗାନ୍ଧୀ ସମ୍ମାନ

ଭୁବନେଶ୍ୱର,୧୫-୫: ଇଣ୍ଡିଆନ ସୋସାଇଟ ଫର ଟେକ୍ନିକାଲ ଏଜୁକେଶନ (ଆଇଏସ୍‌ଟିଇ) ପକ୍ଷରୁ ୨୦୧୮ ବର୍ଷ ପାଇଁ ଡ୍ରିମ୍ସ ସ୍ବୟଂଶାସିତ ବୈଷୟିକ ମହାବିଦ୍ୟାଳୟକୁ ଶ୍ରେଷ୍ଠ ଇଞ୍ଜିନିୟରିଂ କଲେଜ ଭାବେ...

ଫେମା ଆଇନ ଉଲ୍ଲଂଘନ ଅଭିଯୋଗ;ନରେଶ ଗୋୟଲଙ୍କୁ ଇଡିର ଜେରା

ନୂଆଦିଲ୍ଲୀ,୭-୯: ବୈଦେଶିକ ବିନିମୟ ପରିଚାଳନା(ଫେମା) ଆଇନ ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ବନ୍ଦ ହୋଇଯାଇଥିବା ଏୟାରଲାଇନ୍‌ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କୁ...

ବିମାନରେ ଆପଲର କିଛି ଲାପ୍‌ଟପ ବ୍ୟାନ୍‌

ନୂଆଦିଲ୍ଲୀ,୨୭-୮: ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ବିମାନରେ ଆପଲ୍‌ ମ୍ୟାକ୍‌ବୁକ୍‌ ପ୍ରୋର ଲାପ୍‌ଟପ୍‌ର କିଛି ମଡେଲ ନେବା ଉପରେ କଟକଣା ଜାରି କରିଛି। ଏହି ଲାପ୍‌ଟପ୍‌ର...

ଚିନ୍ତାବ୍ୟକ୍ତ କଲା ଆଇଏମ୍‌ଏଫ୍‌;ଆଶାଠାରୁ ଅନେକ କମ୍‌ ରହିଛି ଭାରତର ବିକାଶ ହାର

ଓ୍ବାଶିଂଟନ,୧୪-୯: ଭାରତର ଆର୍ଥିକ ବିକାଶର ଅସ୍ପଷ୍ଟ ଚିତ୍ରକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଚିନ୍ତାବ୍ୟକ୍ତ କରିଛି। କର୍ପୋରେଟ ଓ ପରିବେଶ ସହ ଜଡ଼ିତ ନିୟାମକ ସଂସ୍ଥାଗୁଡ଼ିକରେ...

ଭାରତ ବିରୋଧରେ ଟ୍ରମ୍ପ ମୁହଁ ଖୋଲିଲେ: ଆମେରିକା ମୋଟରସାଇକେଲ ଉପରେ ୫୦% ଟାରିଫ ସ୍ବୀକାର୍ଯ୍ୟ ନୁହେଁ

ଓ୍ବାଶିଂଟନ,୧୨-୬: ଟାରିଫ ବୃଦ୍ଧିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ବିରୋଧରେ ପୁନର୍ବାର ମୁହଁ ଖୋଲି ଚାପ ପକାଇବା ରାଜନୀତି ଆରମ୍ଭ କରିଛନ୍ତି।...

Leave a comment

Your email address will not be published. Required fields are marked *