ଚେଇଁ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ:ଭୁବନ-ଯାଜପୁର ରାସ୍ତା ଡେଥ୍‌ ଜୋନ୍‌

ଭୁବନ, ୧୫।୬ (ଡି.ଏନ.ଏ.)ଢେଙ୍କାନାଳ ଜିଲା ଭୁବନରୁ ଯାଜପୁର ଜିଲାକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ରାସ୍ତା ଡେଥ୍‌ ଜୋନ୍‌ ପାଲଟିଛି। ଖାଲଖମାରେ ଭର୍ତ୍ତି ହୋଇଥିବା ଉକ୍ତ ରାସ୍ତାରେ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି। କେବଳ ଏତିକି ନୁହେଁ, ଏହି ରାସ୍ତା ଅନ୍ତର୍ଗତ ପାଣ୍ଡରା ସେତୁ ଆପ୍ରୋଚ ରାସ୍ତା ଗୁରୁବାର ସାମାନ୍ୟ ବର୍ଷାରେ ଧୋଇଯାଇଛି। ରାସ୍ତାର ଏପରି ଦୁରବସ୍ଥା ସମ୍ପର୍କରେ ଅବଗତ ଥିଲେ ସୁଦ୍ଧା ବିଭାଗ ପକ୍ଷରୁ ପ୍ରତିକାର କରାଯାଉନାହଁି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏହି ରାସ୍ତା ଭୁବନ ଏନ୍‌ଏସିର ପୂର୍ବ ଦିଗରେ ପ୍ରବାହିତ ରଗଡ଼ି ନାଳଠାରୁ ଏକତାଳି ପଞ୍ଚାୟତକୁ ସଂଯୋଗ କରୁଛି। ଏଥିସହ ଯାଜପୁର ଜିଲାକୁ ଯୋଗାଯୋଗର ପ୍ରମୁଖ ମାଧ୍ୟମ। କଟକ, ଯାଜପୁର ସମେତ ଭୁବନ ବ୍ଲକର ବିଭିନ୍ନ ଗ୍ରାମକୁ ଯାତାୟାତ କରିବାକୁ ଏହି ରାସ୍ତା ଉପରେ ଦୈନିକ ହଜାର ହଜାର ଲୋକ ନିର୍ଭର କରୁଛନ୍ତି। ଦୀର୍ଘ ୪ବର୍ଷ ହେଲା ଠିକାଦାର ରାସ୍ତା କାମ କରୁଛନ୍ତି। ଅଟକଳ ରହିଛି ପାଖାପାଖି କୋଟିଏ। ତେବେ ନିମ୍ନମାନର କାମ ଯୋଗୁ ଏବେଠାରୁ ଅନେକ ସ୍ଥାନରେ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଗଲାଣି। ଏହି କାରଣରୁ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ସମସ୍ୟା ସମ୍ପର୍କରେ ଅଞ୍ଚଳର ବୁଦ୍ଧିଜୀବୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଗୁରୁବାର ସାମାନ୍ୟ ବର୍ଷାରେ ପାଣ୍ଡରା ନାଳ ଉପରେ ତିଆରି ହୋଇଥିବା ବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ କ୍ଷତିଗ୍ରସ୍ତ ହୋଇଛି। ଶୁକ୍ରବାର ରଜ ପାଳନ କରିବାକୁ ଆସୁଥିବା ଅନେକ ବାଇକ୍‌ ଆରୋହୀ ଏଠାରେ ପଡ଼ି କ୍ଷତବିକ୍ଷତ ହୋଇଥିବା ଅଭିଯୋଗ ହୋଇଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହୋଇଛି।
ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଅଭିଷେକ ଓଝା କୁହନ୍ତି, ରାସ୍ତା ଏବଂ ଆପ୍ରୋଚ୍‌ ରୋଡ୍‌ ତିଆରି ଲାଗି ମାର୍ଚ୍ଚରେ ୫ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। ଶୀଘ୍ର କାମ ସାରିବାକୁ ଠିକାଦାରଙ୍କୁ ତାଗିଦ୍‌ କରାଯିବ। ନିମ୍ନମାନର କାମ ସମ୍ପର୍କରେ ପଚାରିବାରୁ ସେ କହିଲେ, ଅଭିଯୋଗର ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


All Right Reserved By Dharitri.Com

ସମସ୍ୟା ଅନେକ, ସମାଧାନ ନାହିଁ: ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ

(ଅମିତ କୁମାର ସାମଲ) ଅନୁଗୋଳ ଅଫିସ, ୨୭।୫:  ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ୪ର୍ଥ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାୟକ ରଜନୀକାନ୍ତ ସିଂ। ପୂର୍ବରୁ ନବୀନ ପଟ୍ଟନାୟକଙ୍କ...

ମୁହଁ ମୋଡ଼ିଛନ୍ତି ୬ ପ୍ରତିଶତ ମତଦାତା

ଅନୁଗୋଳ ଅଫିସ, ୨୮।୫୧୯ ବର୍ଷ ହେଲା ବିଜେଡି ଅନୁଗୋଳ ନିର୍ବାଚନମଣ୍ଡଳୀକୁ ନିଜର ଗଡ଼ କରିଆସିଛି। ୨୦୦୦ ମସିହାରେ ଅଦ୍ୱୈତ୍ୟ ପ୍ରସାଦ ସିଂ ବିଜେଡିରୁ ନିର୍ବାଚିତ ହୋଇଥିଲେ।...

ଢେଙ୍କାନାଳ ବିଧାନସଭା: ସୁଧୀର ୪୮୨୦ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଛି। ତୃତୀୟ ରାଉଣ୍ଡ ସୁଦ୍ଧା ଭୋଟ ୨୨,୮୩୬ ଖଣ୍ଡ ଭୋଟ...

ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ : କଟୁରି ଆକ୍ରମଣରେ ଯୁବକ ଗୁରୁତର

ଅନୁଗୋଳ ଅଫିସ,୧୫।୭: ଅନୁଗୋଳ ଜିଲା ତାଳଚେର ସନ୍ଥପଡ଼ା ଗାଁରେ ରାଜନୈତିକ ଶତ୍ରୁତାରୁ ହିଂସାକାଣ୍ଡ ହୋଇଛି। ଏହି ହିଂସାକାଣ୍ଡ ବେଳେ କଟୁରି ଆକ୍ରମଣରେ ସନ୍ଥପଡ଼ା ଅଞ୍ଚଳର ସୁଶାନ୍ତ...

ତଳମୂଳରେ ହାତୀପଲ, ଲୋକେ ଆତଙ୍କିତ

ବଅଁରପାଳ,୧୩ା୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଓ ମହୀଧରପୁର ଅଞ୍ଚଳକୁ ବୁଧବାର ରାତିରୁ ୧୭ଟି ହାତୀ ପଳାଇ ଆସିଛନ୍ତି। ହାତୀପଲକୁ ଦେଖି ଅଞ୍ଚଳବାସୀ...

ଢେଙ୍କାନାଳରେ ବିଗୁଡୁଛି ଆଇନଶୃଙ୍ଖଳା: ଓକିଲ ସଂଘର ଉଦ୍‌ବେଗ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳ ସହରରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଆଇନଶୃଙ୍ଖଳା ବ୍ୟବସ୍ଥା। ଚୋରି, ଡକାୟତି, ଛିନ୍‌ତାଇ, ରାହାଜାନି, ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ଉଦ୍‌ବେଗ...

ପାଲଲହଡ଼ାରେ ମୁକେଶ ପାଲ ବିଜୟୀ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ଭୋଟ ଗଣତି ଶେଷ ହୋଇଛି। ବିଜେଡିର ମୁକେଶ ପାଲ ୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜୟୀ...

ତାଳଚେରରେ ସୁଧୁରୁନି ବିଦ୍ୟୁତ୍‌ ସେବା

ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି।...

Leave a comment

Your email address will not be published. Required fields are marked *