ଧାନ ବିକିଲେ, ପ୍ରାପ୍ୟ ପାଇଲେନି

ବନ୍ତ, ୧୫।୬ (ଡି.ଏନ.ଏ.) – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ବନ୍ତ ଶାଖା ଅଧୀନ ଚାଇଁପୁର ସେବା ସମବାୟ ସମିତିରେ ବହୁ ଚାଷୀ ଧାନ ବିକ୍ରୟ କରି ଏଯାଏ ପ୍ରାପ୍ୟ ପାଇନାହାନ୍ତି। ଫଳରେ ଦୁଇମାସ ଧରି ସେମାନେ ହତାଶା ମଧ୍ୟରେ କାଳାତିପାତ କରୁଛନ୍ତି। ଖର୍ଚ୍ଚ କରିବାକୁ ପାଖରେ ଟଙ୍କାଟିଏ ନ ଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ପ୍ରାପ୍ୟ ମିଳିବା ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ଧାନ ଟଙ୍କା ନ ମିଳିବା ସାଙ୍ଗକୁ ଅର୍ଥାଭାବ କାରଣରୁ କେତେକ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ବନ୍ତ ଗ୍ରାମର ବିବେକାନନ୍ଦ ମିଶ୍ର ୨୦ କୁଇଣ୍ଟାଲ, ପ୍ରେମଲତା ନାୟକ ୩ .୫୪, ଜଳଧର ନାୟକ ୭୦.୫, ନିରୂପମା ବେହେରା ୨୫ କୁଇଣ୍ଟାଲ, ସୟଦ ମେହରବାନ ଅଲ୍ଲୀ ୮.୫୫, ସଖିପାଟଣା ଗ୍ରାମର ନୃସିଂହ ଚରଣ ପଲେଇ ୨୯.୭୪, ଶ୍ରୀବନ୍ତପୁର ଗ୍ରାମର ଦିଲୀପ କୁମାର ଜେନା ୬.୨୨ ଓ ଭୁବନେଶ୍ୱରପୁର ଶାସନ ଗ୍ରାମର ଭାସ୍କର ଶତପଥୀ ୨୬.୪୧କୁଇଣ୍ଟାଲ ଧାନ ଚାଇଁପୁର ସେବା ସମବାୟ ସମିତିରେ ବିକ୍ରି କରିଥିଲେ। ଏ ସମସ୍ତ ଧାନ ଗତ ଏପ୍ରିଲ ୪, ୬ ଓ ୧୨ ତାରିଖରେ ବିକ୍ରୟ ହୋଇଥିଲା। ଏହାମଧ୍ୟରେ ୨ ମାସ ବିତି ଯାଇଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ନାହିଁ। ଏବେ ସମଗ୍ର ରାଜ୍ୟରେ ରଜପର୍ବ ପାଳିତ ହେଉଥିବା ବେଳେ ରଜ ପାଳିବା, ବିଭିନ୍ନ ବିବାହ, ବ୍ରତ ଉତ୍ସବ ପାଇଁ ଏପରିକି ଡାକ୍ତରୀ ଚିକିତ୍ସା ଲାଗି ସମ୍ପୃକ୍ତ ଚାଷୀମାନଙ୍କ ପାଖରେ ଟଙ୍କାଟିଏ ନ ଥିବା କୁହାଯାଇଛି। ବର୍ଷକର ଖୋରାକକୁ ବିକ୍ରୟ କରି କୌଣସି କାର୍ଯ୍ୟରେ ଲଗାଇ ପାରୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟ ସରକାର ଓ ଜିଲା ଯୋଗାଣ ବିଭାଗ ଚାଷୀମାନଙ୍କର ଏଭଳି ସମସ୍ୟାକୁ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ସମ୍ପୃକ୍ତ ଚାଷୀମାନେ ସମିତି ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ସମିତିର ସମ୍ପାଦକ କାମିନୀକାନ୍ତ ପଣ୍ଡାଙ୍କୁ ପଚାରିବାରୁ ପି-ପାସ୍‌ ବନ୍ଦ ହୋଇଯିବା କାରଣରୁ ଏଭଳି ସମସ୍ୟା ଦେଖାଯାଇଛି। ସାଇଟ୍‌ ଖୋଲିଲେ ଯାହା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


All Right Reserved By Dharitri.Com

୪ ବର୍ଷର ଶିଶୁକନ୍ୟାକୁ ବଳାତ୍କାର: ଅଭିଯୁକ୍ତ ଗିରଫ

ବାଲିଆପାଳ/ବସ୍ତା,୧୯।୮(ସ୍ବ.ପ୍ର.)-ଶିଶୁକନ୍ୟାମାନଙ୍କ ପ୍ରତି ଅସଦାଚରଣ, ବଳାତ୍କାର ରୋକିବା ଲାଗି କଠୋର ଦଣ୍ଡ ପ୍ରଣୟନ କରାଯାଇଛି। ଏସବୁ ସତ୍ତ୍ୱେ ସେମାନଙ୍କ ପ୍ରତି ଅତ୍ୟାଚାର କମିବାର ନଁା ନେଉନି। ଏଭଳି...

ବେଆଇନ ସର୍ଭିସିଂ ସେଣ୍ଟର ଲାଗି ସୁନା ନଦୀ ପ୍ରଦୂଷିତ

ଯୋଡ଼ା, ୨୦।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ସହରରେ ଏକ ବେଆଇନ ସର୍ଭିସିଂ ସେଣ୍ଟର କରି ଲକ୍ଷ ଲକ୍ଷ ଲିଟର ପାଣି ନିଜ କାରବାରରେ ବ୍ୟବହାର କରିବା ସହିତ...

ଜଳିଗଲା ୨ ଉଠାଦୋକାନ

ବାଲେଶ୍ୱର ଅଫିସ, ୨୯।୮- ବାଲେଶ୍ୱର ଷ୍ଟେଶନ ଛକରେ ଥିବା ୨ଟି ଉଠା ଦୋକାନରେ ବୁଧବାର ରାତି ୧୦ଟା ସମୟରେ ନିଆଁ ଲାଗି ଯାଇଥିଲା। ଗୋଟିଏ ଦୋକାନ...

ଅବାଧ, ନିରପେକ୍ଷ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର ଅଫିସ, ୨୦।୪-ବାଲେଶ୍ୱର ସହର ଆଇଟିଆଇ ସ୍ଥିତ ଏକ ଘରୋଇ ସମ୍ମିଳନୀ କକ୍ଷରେ ମାନବାଧିକାର ଇଲେକ୍ସନ ୱାଚ୍‌ କମିଟି ପକ୍ଷରୁ ଅବାଧ ଓ ନିରପେକ୍ଷ ନିର୍ବାଚନ...

ବସ୍‌ରୁ ୬୦ ହଜାର ଟଙ୍କାର ଏସିଡ୍‌ ଜବତ: ୩ ଅଟକ

ବାଲେଶ୍ୱର ଅଫିସ/ବସ୍ତା,୭।୯(ନି.ପ୍ର.): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନଂ. ଜାତୀୟ ରାଜପଥ ଦେଇ ଯାଉଥିବା ଏକ ଘରୋଇ ବସ୍‌ରୁ ଶୁକ୍ରବାର ବିଳମ୍ବିତ ରାତିରେ...

କୌଳିକ ବୃତ୍ତିକୁ ମିଳୁନି ପ୍ରୋତ୍ସାହନ

ହାଟଡିହୀ, ୩୦।୫(ସ୍ବ.ପ୍ର.)-ହାଟଡିହୀ ବ୍ଲକର ବହୁ ଗାଁରେ କାରିଗର ମାନେ ନିଜର ବାପଗୋସାପ କରିଆସୁଥିବା କୌଳିକ ବୃତ୍ତିକୁ ପେଷାକରି ଚଳିଆସୁଥିଲେ। ପୂର୍ବରୁ ହାତ ତିଆରି ଜିନିଷର ଆଦର...

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କମଲାଙ୍ଗି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ରବିବାର ସକାଳେ ପାଖ ଜଙ୍ଗଲକୁ ହରେକୃଷ୍ଣ ବିଶୋୟୀ ଶୌଚ...

ଓଡ଼ିଆ ସାହିତ୍ୟରେ ଅଳଙ୍କାର ଅତୁଳନୀୟ

ବାଲେଶ୍ୱର ଅଫିସ, ୨୦।୫- ଓଡ଼ିଆ ଭାଷା ସାହିତ୍ୟରେ ଆରମ୍ଭରୁ ଏଯାଏ ଅନେକ ପରୀକ୍ଷା ନିରୀକ୍ଷା ହୋଇଆସିଛି। ସୃଜନଶୀଳ ସ୍ରଷ୍ଟାମାନେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନି ଚାଳନାକରି...

Leave a comment

Your email address will not be published. Required fields are marked *