Posted inଖେଳ

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଦମ୍‌ ଦେଖାଇଲା ଦକ୍ଷିଣ ଆଫ୍ରିକା

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଦମ୍‌ ଦେଖାଇଛି ଦକ୍ଷିଣ ଆଫ୍ରିକା। ପ୍ରଥମ ୨ଟି ମ୍ୟାଚରେ ପରାଜୟ ସତ୍ତ୍ବେ ଏହି ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି କ୍ରମାଗତ ୩ ମ୍ୟାଚ ଜିତିବା ସହ ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଦଳ ଚମତ୍କାର ପ୍ରଦର୍ଶନ କରି ଆମେରିକାକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଦଳ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ବିଜୟୀ ଦଳର ୩ ନମ୍ବର ଜର୍ସି ପରିହିତ ଖେଳାଳି ଟାଇସନ ଲୁଙ୍ଗ୍‌ୱାନା ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଅତିଥିଭାବେ ଯୋଗଦେଇ ଲୁଙ୍ଗୱାନାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ଟୁନର୍ର୍ାମେଣ୍ଟର ପୁଲ୍‌ ପର୍ଯ୍ୟାୟରେ ଆକର୍ଷଣୀୟ ପ୍ରଦର୍ଶନ କରି ସିଧା ସେମିଫାଇନାଲରେ ପ୍ରବେଶ କରିଥିବା ଆମେରକାକୁ କଡ଼ା ଟକ୍କର ଦେଇଥିଲା ଦକ୍ଷିଣ ଆଫ୍ରିକା। ମ୍ୟାଚ ଆରମ୍ଭରୁ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ଉଭୟ ଦଳ ଏକାଧିକ ଗୋଲ ସ୍କୋରିଂ ସୁଯୋଗ ହାତଛଡ଼ା କରିଥିଲେ। ପ୍ରଥମ କ୍ବାର୍ଟର ଶେଷ ହେବାର ଅଳ୍ପକିଛି ମୁହୂର୍ତ୍ତ ପୂର୍ବରୁ ଆମେରିିକା ଏକ ପେନାଲ୍ଟି କର୍ନର ହାସଲ କରିଥିଲା। ଆକି କେପଲର ତାହାକୁ ଗୋଲରେ ପରିଣତ କରିବାରୁ ଆମେରିକା ବହୁ ପ୍ରତିକ୍ଷୀତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍କମ ରଣନୀତିରେ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକାର ଦୃଢ଼ ରକ୍ଷଣଭାଗକୁଭେଦ କରିପାରି ନ ଥିଲା ଆମେରିକା। ଗୋଲକିପର ରସି ପିଟର୍ସଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ଏହି କ୍ବାର୍ଟରରେ ଗୋଲ ନ ହେବାରୁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଆମେରିକାର ଅଗ୍ରଣୀ ବଳବତ୍ତର ରହିଥିଲା।
ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଭିନ୍ନ ଖେଳ ଦେଖାଇଥିଲା ଦକ୍ଷିଣ ଆଫ୍ରିକା। ଖେଳାଳିଙ୍କ ଲଢ଼ୁଆ ମନୋବୃତ୍ତି ଦଳକୁ ଫାଇଦାରେ ରଖିଥିଲା। ମ୍ୟାଚ ଆଗେଇବା ସହ ଆମେରିକା ଖେଳାଳିଙ୍କ ଶାରୀରିକ ଭାଷା ମାନ୍ଦା ପରିଲକ୍ଷିତ ହୋଇଥିବାସ୍ଥଳେ ଦକ୍ଷିଣ ଆଫ୍ରିକା ଉତ୍ସାହୀ ପ୍ରଦର୍ଶନ କରିଥିଲା। ୪୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଅଷ୍ଟିନ ସ୍ମିଥ ଗୋଲରେ ପରିଣତ କରିବାରୁ ମ୍ୟାଚରେ ରୋମାଞ୍ଚ ଭରି ଯାଇଥିଲା। ଶେଷ କ୍ବାର୍ଟରରେ ଅସଲ ଖେଳ ହୋଇଥିଲା। ଉଭୟ ଦଳ ଅଗ୍ରଣୀ ନେବାକୁ ପ୍ରୟାସ କରିଥିଲେ ହେଁ ମ୍ୟାଚ ଡ୍ର ଆଡ଼କୁଗତି କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ଦକ୍ଷିଣ ଆଫ୍ରିକାକୁ ଭଗ୍ୟଦେବୀ ସହାୟ ହୋଇଥିଲେ। ମ୍ୟାଚ ଶେଷ ହେବାକୁ ଆଉ ୩୩ ସେକେଣ୍ଡ ଥିବାବେଳେ ଦକ୍ଷିଣ ଆଫ୍ରିକାର ୨୪ ନମ୍ବର ଜର୍ସି ପରିହିତ ନିକୋଲାସ ସ୍ପୁନର ଏକ ଫିଲ୍ଡ ଗୋଲ ଦେଇ ଆମେରିକା ଆଶାରେ ପାଣି ଭରି ଦେଇଥିଲେ। ଅବଶିଷ୍ଟ କେତେ ସେକେଣ୍ଡର ଖେଳ କେବଳ ଔପଚାରିକା ହୋଇଥିବାବେଳେ ରେଫରିଙ୍କ ଶେଷ ହ୍ବିସିଲ ବାଜିବା ସହ ପଡ଼ିଆରେ ଖୁସି ମନାଇଥିଲା ଦକ୍ଷିଣ ଆଫ୍ରିକା।
ପ୍ରକାଶ ଯୋଗ୍ୟ ଯେ, ପୁଲ୍‌ ପର୍ଯ୍ୟାୟରେ ଆମେରିିକାଠାରୁ ୦-୨ ଗୋଲରେ ହାରି ଅଭିଯାନ ଆରମ୍ଭ କରିଥିବା ଦକ୍ଷିଣ ଆଫ୍ରିକା ପରବର୍ତ୍ତୀ ମ୍ୟାଚରେ ଜାପାନଠାରୁ ମଧ୍ୟ ୦-୨ ଗୋଲରେ ହାରି ଯାଇଥିଲା। ତେବେ ଶେଷ ଲିଗ୍‌ ମ୍ୟାଚରେ ମେକ୍ସିକୋକୁ ହରାଇ ଦଳ କ୍ରସ୍‌ ଓଭର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏହିଠାରୁ ଆରମ୍ଭ ହୋଇଥିଲା ଦକ୍ଷିଣ ଆଫ୍ରିକା ଅସଲ ଅଭିଯାନ। କ୍ରସ୍‌ ଓଭରରେ ଦଳ ରୁଷିଆକୁ ୨-୧ ଗୋଲରେ ହରାଇଥିବାବେଳେ ସେମିଫାଇନାଲରେ ଆମେରିକାକୁ ହରାଇ ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଛି ଏହି ଆଫ୍ରିକୀୟ ଚାମ୍ପିୟନ।


All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯ : ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ୍ ସ୍ଥଗିତ

ଭୁବନେଶ୍ୱର, ୪.୩(କ୍ରୀଡ଼ା ପ୍ରତିନିଧି)- ଆସନ୍ତା ନଭେମ୍ବର ରେ ଭାରତର ୪ଟି ସ୍ଥାନରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପକୁ ସ୍ଥଗିତ...

ଏକାସଙ୍ଗେ ଖେଳିପାରନ୍ତି ଧୋନୀ, ସଚିନ

ମେଲବୋର୍ନ,୧୫।୧- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକାସଙ୍ଗେ ପୁଣି ଥରେ କ୍ରିକେଟ ପଡ଼ିଆରେ ନଜର ଆସିପାରନ୍ତି। ସଚିନ...

ସ୍କୁଲଦିନର ସ୍ମୃତିକୁ ମନେ ପକାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ କିଛିଦିନ ଦୂରେଇ ଯାଇଛି। ନିଜ ସହର ରାଞ୍ଚିରେ ପରିବାର ସହ ସେ...

ପଡ଼ିଲା ପ୍ରଥମ ଉଇକେଟ

ଅକ୍‌ଲାଣ୍ଡ,୨୬।୧- ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଉଇକେଟ ହରାଇଛି। ଦଳୀୟ ସ୍କୋର ୬ ଓଭରରେ ୪୮ ରନ୍‌ ହୋଇଥିବାବେଳେ...

ବର୍ଷର ଶ୍ରେଷ୍ଠ ଦିନିକିଆ କ୍ରିକେଟର ରୋହିତ

ଦୁବାଇ, ୧୫।୧- ଭାରତୀୟ ଦଳର ବିସ୍ଫୋରକ ଓପନର ରୋହିତ ଶର୍ମା ବୁଧବାର ଆଇସିସି ଦିନିକିଆ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ୨୦୧୯ରେ ଦିନିକିଆ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ୨୧ ଲକ୍ଷ

ନୂଆଦିଲ୍ଲୀ,୯।୪ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ହକି ଇଣ୍ଡିଆ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏ ନେଇ...

ଅଷ୍ଟ୍ରେଲିଆନ ଓପନ: ମୁଖ୍ୟ ପର୍ଯ୍ୟାୟରେ ପ୍ରଜନେଶ

ମେଲ୍‌ବୋର୍ନ,୧୮।୧- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଶୁକ୍ରବାର ଅଷ୍ଟ୍ରେଲିଆନ ଓପନର ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଯଦି ସେ ପ୍ରଥମ ରାଉଣ୍ଡକୁ...

ମୋର୍ଗାନଙ୍କ ଛକା ରେକର୍ଡ

ମାଞ୍ଚେଷ୍ଟର, ୧୯।୬(ପି.ଟି.)- ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଦିନିକିଆ ଫର୍ମାଟରେ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାରେ ରେକର୍ଡ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ...

Leave a comment

Your email address will not be published. Required fields are marked *