ଏଇ ଭାରତରେ

ଉତ୍ତରପ୍ରଦେଶ ଗୋରଖପୁର ଅନ୍ତର୍ଗତ ଘିସାପୁର ଖଜୁର ଗଁାରେ ୨ଟି ଘୋଡ଼ୀ ଓ ଗୋଟିଏ ଘୋଡ଼ାକୁ ଇଚ୍ଛାମୃତ୍ୟୁ ଅନୁମତି ମିଳିଛି। ଘଟଣା ହେଲା ଏହି ତିନୋଟି ପାଳିତ ପଶୁ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗରେ ପୀଡ଼ିତ ଥିଲେ, ଯେଉଁଥିରେ ମୃତ୍ୟୁ ସୁନିଶ୍ଚିତ ବୋଲି କୁହାଯାଏ। ପଶୁପାଳନ ବିଭାଗର ଜିଲା ଅଧିକାରୀଙ୍କ କହିବା କଥା ହେଲା ଏହା ମନୁଷ୍ୟ ପାଇଁ ମଧ୍ୟ ପ୍ରାଣଘାତକ। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲା ମାଜିଷ୍ଟ୍ରେଟ୍‌ ଘୋଡ଼ା ଓ ଘୋଡୀଙ୍କୁ ଇଚ୍ଛାମୃତ୍ୟୁ ଅନୁମତି ଦେଇଥିବା ଜଣାପଡିଛି। ଘୋଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ତରଫରୁ ଏହାର ମାଲିକଙ୍କୁ ୭୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପଶୁପାଳକ ରାଜେଶ ମୌର୍ଯ୍ୟଙ୍କର ଚମ୍ପା, ଚମେଲି ନାମକ ୨ ଘୋଡ଼ୀ ଓ ବାଦଲ ନାମକ ଗୋଟିଏ ଘୋଡ଼ା ଥିଲେ। କିଛିଦିନ ହେବ ଏହି ୩ଟି ଜୀବ ଅସୁସ୍ଥ ଥିବାରୁ ସେମାନଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥଲା। ଏମାନଙ୍କଠାରେ ଗ୍ଲାଣ୍ଡର୍ସ ଆଣ୍ଡ ଫାର୍ସି ରୋଗର ଲକ୍ଷଣ ଥିବା ଜଣାପଡ଼ିଥିଲା। ଦୁଇଥର ପରୀକ୍ଷା ପରେ ଏହା ପଜିଟିଭ୍‌ ଆସିବାରୁ ଜିଲା ମାଜିଷ୍ଟ୍ରେଟଙ୍କ ପାଖରେ କରାଯାଇଥିବା ଇଚ୍ଛାମୃତ୍ୟୁ ଆବେଦନକୁ ସେ ଅନୁମତି ପ୍ରଦାନ କରିଛନ୍ତି।


All Right Reserved By

କୂଟନୈତିକ ରାଜନେତା

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ କେନ୍ଦ୍ରରେ ୩୦ ମେ ୨୦୧୯ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ଲାଗି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାର...

ଏଇ ଭାରତରେ

ଭଲ ବର୍ଷା ପାଇଁ ଖୋଲା ଆକାଶ ତଳେ ୪ ମାସ ହେବ ତପସ୍ୟା କରୁଛନ୍ତି ଜଣେ ସାଧୁ। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଏପରି...

୫-ଟି ଓ ସାମାଜିକ ପରିବର୍ତ୍ତନ

ଶିବରାମ ଶତପଥୀ ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ର ସ୍ବାଗତଯୋଗ୍ୟ। ଅବଶ୍ୟ ଏଥିରେ କିଛି ନୂତନତ୍ୱ ନାହିଁ। ବେଦ ଉପନିଷଦ ଓ ପୁରାଣମାନଙ୍କରେ ଏସବୁ ବିଷୟରେ ଆଗରୁ ମୁନିଋଷିମାନେ...

ଆଜିର ଅର୍ଥନୀତି/ ମୁଦ୍ରା ରାକ୍ଷସ

ନରେନ୍ଦ୍ର ମୋଦି ସରକାର ୨୦୧୫ରେ ପାଣ୍ଠି ଅଭାବଜନିତ ସମସ୍ୟାରେ ପୀଡ଼ିତ ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କରିଥିଲେ। ଏହି...

ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଅଣସର

ଡା. ଅଂଶୁମାନ୍‌ କର ପିଲାଟି ଦିନୁ ପ୍ରତି ଓଡ଼ିଆର ପ୍ରାଣର ବିନ୍ଦୁ ଭାବେ ଯେଉଁ ଜଗନ୍ନାଥଙ୍କୁ ଏ ଜାତି ଜାଣିଛି, ସେଇ ଜଗନ୍ନାଥ ହେଉଛନ୍ତି ଏ...

ସମ୍ପାଦକୀୟ/କଠୁଆ: ଦଣ୍ଡ ନୁହେଁ, କ୍ଷମା

ବହୁଚର୍ଚ୍ଚିତ କଠୁଆ ବଳାତ୍କାର ଓ ହତ୍ୟା ମାମଲାର ରାୟ ୧୦ ଜୁନ୍‌ ୨୦୧୯ରେ ପ୍ରକାଶ ପାଇଛି। ୭ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

ଅଧାଗଢ଼ା ଡଙ୍ଗରିଆ

ଦ୍ୱିତୀ ଚନ୍ଦ୍ର ସାହୁ ବିରାଟକାୟ କାନ୍ଥ ଭଳି ଠିଆହୋଇଛି ନିୟମଗିରି ପାହାଡ଼। ତା’ରି ପାଦଦେଶରେ ଡଙ୍ଗରିଆ ଗାଁ ରାଇଲିମା। ବିନା ଦ୍ୱିଧାରେ ଗାଁରେ ପହଞ୍ଚତ୍ବା ଲାଗି...

ହସ୍ପିଟାଲରେ ସୌରଶକ୍ତିର ବ୍ୟବସ୍ଥା

ସଞ୍ଜୟ ସାନ୍ୟାଲ, ସଙ୍ଗୀତା ରାଣେ ଓ ଅରବିନ୍ଦ ଶାଶ୍ୱତ ଏହା ଥିଲା ଏକ ବର୍ଷାମୁଖର ସଂଧ୍ୟା, ଯେତେବେଳେ ଡାକ୍ତର କାନିଲି ଜିମୋଙ୍କ ରୋଗିଣୀଙ୍କୁ ଜରୁରୀ ଅସ୍ତ୍ରୋପଚାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *