Posted inUncategorized

ସୁନ୍ଦରପୁର ରଜ ମହୋତ୍ସବ ଉଦ୍‌ଘାଟିତ: ସଭା ସାଙ୍ଗକୁ ରଜ କୁଇନ ପ୍ରତିଯୋଗିତା

ଖଇରା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସୁନ୍ଦରପୁର ହାଇସ୍କୁଲ ପଡିଆରେ ବ୍ଲକସ୍ତରୀୟ ରଜ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ସକାଳେ କମିଟି ସଭାପତି ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ରାଉତ ପତାକା ଉତ୍ତୋଳନ କରି ଏହାକୁ ଉଦ୍‌ଘାଟନ କରିଥିଲେ। ଆୟୋଜିତ ସଭାରେ ପୂର୍ବତନ ପ୍ରଧାନଶିକ୍ଷକ ନରହରି ନାୟକ ସଭାପତିତ୍ୱ କରିଥିଲେ। ଶରତ କୁମାର ବିଶ୍ୱାଳ, ଉପେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ଦେବେନ୍ଦ୍ର କୁମାର ରାଉତ, ଉପେନ୍ଦ୍ର ପ୍ରସାଦ ଦାସ, ଶମ୍ଭୁନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପାଶ୍ଚାତ୍ୟ ସଭ୍ୟତାର ଉଗ୍ର ଆଧୁନିକତା ମଧ୍ୟରେ ଓଡିଶା ସଂସ୍କୃତି ହଜି ଯାଉଥିବାରୁ ଅତିଥିମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଅପରାହ୍ନରେ ରଜ କୁଇନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜୁନିୟରରେ ୧୦ଜଣ ଓ ସିନିୟରରେ ୨୧ଜଣ ଗାଲାରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଶଶିକାନ୍ତ ଦାସ ମଞ୍ଚ ପରିଚାଳନା କରିଥିଲେ। ସନ୍ଧ୍ୟା ୬ଟାରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କର ମଞ୍ଚରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା । ହେଲେ କୌଣସି କାରଣବଶତଃ ସେ ୯ଟାରେ ସଭାସ୍ଥଳରେ ପହଞ୍ଚିବା ପରେ ବ୍ୟସ୍ତତା ଥିବା ଦର୍ଶାଇ ଫେରିଯାଇଥିଲେ। ଏହାକୁ ନେଇ କମିଟି ସଦସ୍ୟ ଓ ଉପସ୍ଥିତ ଗ୍ରାମବାସୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଥିଲା । ପରେ ମଞ୍ଚ ସମ୍ଭାଳିବା ପାଇଁ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁରୋଧ କରାଯାଇଥିଲା । ସୁରେନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖଇରା ଅଞ୍ଚଳରୁ ବିଭିନ୍ନ ଖବରକାଗଜରେ ପ୍ରତିନିଧିତ୍ୱ କରୁଥିବା ବଳରାମ ପଣ୍ଡା, ଉତ୍କଳବନ୍ଧୁ ପଣ୍ଡା ଓ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରଜ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବୁଡି ଯାଉଥିବା ସଂସ୍କୃତିକୁ ପୁନରୁଥାନ ପାଇଁ ସୁନ୍ଦରପୁର ଦୋଳ ମହୋତ୍ସବ କମିଟିର ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ସମ୍ପାଦକ ବିଷ୍ଣପ୍ରସାଦ ମିଶ୍ର ବିବରଣୀ ପାଠ, ମହେଶ୍ୱର ବାରିକ ଅତିଥି ପରିଚୟ, ସୁକାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କମିଟି ସଦସ୍ୟ ବିମଳେନ୍ଦୁ ଜେନା, ପ୍ରହଲ୍ଲାଦ ରାୟ, ପ୍ରଶାନ୍ତ କୁମାର ଦାସ, ବୁଦ୍ଧିରାମ ପାଣିଗ୍ରାହୀ, ବସନ୍ତ କୁମାର ପାଢୀ, ସୌଭାଗ୍ୟ ସାହୁ, ଚନ୍ଦ୍ରକାନ୍ତ କୁଅଁର, ନୃସିଂହ ପାଣି, ବିମନ ବାରିକ ଓ ରାମକୃଷ୍ଣ ପାଢୀ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।


All Right Reserved By Dharitri.Com

Posted inUncategorized View All

କିଏ ବା କହିବ

ତେଲଙ୍ଗାନାର ମହିଳା ପ୍ରାଣୀ ଚିକିତ୍ସକ ଗଣବଳାତ୍କାର ଓ ହତ୍ୟା ଘଟଣାର ୪ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରି ୬ ଡିସେମ୍ବରରେ ମାରିଦେବା ବିଷୟ ପ୍ରଘଟ ହେବା...

ପୋଷ୍ଟ ଅଫିସ୍‌ରେ ମିଳିବ କ୍ଷୁଦ୍ର ଋଣ

ନୂଆଦିଲ୍ଲୀ,୩-୮: ଏନ୍‌ଡିଏ ସରକାର କ୍ଷମତାରେ ଫେରିବା ପରେ ପୋଷ୍ଟ ଅଫିସ୍‌ର କାୟାକଳ୍ପ ବଦଳିବାରେ ଲାଗିଛି। ଚିଠି, ପାର୍ସଲ ମନିଅର୍ଡର ବାଣ୍ଟୁଥିବା ପୋଷ୍ଟ ଅଫିସ ଆଜି ବ୍ୟାଙ୍କିଙ୍ଗ୍‌...

ରାଶିଫଳ: ରବିବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ପାପଗ୍ରହ ପ୍ରଭାବରୁ ମୁକ୍ତଚନ୍ଦ୍ର ଆପଣଙ୍କ ପାରିବାରିକ ଜୀବନକୁ ସରସ ସୁନ୍ଦର କରି ରଖିବ। ଯାହା ଆଶା କରୁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା...

ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା: ୨୫୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୫।୧୧: ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ଦେଖାଦେଇଛି। ଏଠାରେ ଥିବା ହୁଲିମାଓ୍ବୁ ହ୍ରଦର ବନ୍ଧ ଭାଙ୍ଗିଯିବାରୁ ପ୍ରବଳବେଗରେ ପାଣି ସହର ମଧ୍ୟରେ ପ୍ରବେଶ କରିଥିଲା। ତଳିଆ...

୨୧,୭୦୦ କୋଟିର ସମ୍ପତ୍ତି ବିକିବେ ଅନିଲ ଅମ୍ବାନୀ

ମୁମ୍ବାଇ,୧୨।୭ : ଏକ ସମୟରେ ଦେଶର ଶ୍ରେଷ୍ଠ ଧନୀଙ୍କ ମଧ୍ୟରେ ଗଣା ହେଉଥିବା ରିଲାଏନ୍ସ ଏଡିଏଜି ଗ୍ରୁପ୍‌ ମାଲିକ ଅନିଲ ଅମ୍ବାନୀ ଏବେ ଋଣ ପରିଶୋଧ...

ସିରିଜ ପୂର୍ବରୁ କୋହଲିଙ୍କୁ ଭେଟିଲେ ଅନୁଷ୍କା

ନୂଆଦିଲ୍ଲୀ, ୧।୮- ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ଖେଳିବା ଲାଗି ଭାରତୀୟ କ୍ରିକେଟ୍‌ ଦଳ ବର୍ତ୍ତମାନ ଆମେରିକା ଗସ୍ତରେ ଯାଇଛି। ତିନି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର...

ପହଞ୍ଚିଲା କଳ୍ପନାଙ୍କ ମରଶରୀର

ଭୁବନେଶ୍ୱର,୨ା୬(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ପ୍ରଥମ ଏଭରେଷ୍ଟ ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀର ଏଠାରେ ପହଞ୍ଚିଛି। ଶନିବାର ତାଙ୍କ ମରଶରୀରକୁ କାଠମାଣ୍ଡୁରୁ ନୂଆଦିଲ୍ଲୀ ଅଣାଯାଇଥିଲା। ବିମାନ...

କପଡ଼ା ଘେର ଭିତରେ ଉତ୍କଳମଣି

ପୁରୀ ଅଫିସ,୧୫।୯: କିଛିଦିନ ତଳେ ମେଘନାଦ ପାଚେରି କଡରୁ ସମସ୍ତ ନିର୍ମାଣକୁ ପ୍ରଶାସନ ଉଚ୍ଛେଦ କରିଥିଲା। ତେବେ ଏହି ଉଚ୍ଛେଦ ବେଳେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ...

Leave a comment

Your email address will not be published. Required fields are marked *