Posted inଖେଳ

ମହିଳା ହକି: ଭାରତ-ବେଲାରୁଷ ମ୍ୟାଚ ଡ୍ର

ବାରାନୋଭିଚି (ବେଲାରୁଷ), ୧୪।୬ (ପି.ଟି.)- ଭାରତର ଜୁନିୟର ମହିଳା ହକି ଦଳ ଏଠାରେ ଶୁକ୍ରବାର ଖେଳାଯାଇଥିବା ବେଲାରୁଷର ସିନିୟର ମହିଳା ଦଳ ବିପକ୍ଷ ମ୍ୟାଚକୁ ୧-୧ରେ ଅମୀମାଂସିତ ରଖିଛି। ଏହି ଡ୍ର ଦ୍ୱାରା ବେଲାରୁଷ ଚଳିତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ପ୍ରଥମ କ୍ୱାର୍ଟର ଖେଳ ଗୋଲ ଶୂନ୍ୟ ଭାବେ ଶେଷ ରହିଥିଲା। ୨୩ତମ ମିନିଟ୍‌ରେ ୟୁଲିୟା ମିଖେଚିକ୍‌ ଏକ ଗୋଲ ସ୍କୋର କରି ଆୟୋଜକ ଦଳକୁ ପ୍ରଥମ ଅଗ୍ରଣୀ କରାଇଥିଲେ। ପରେ ଭାରତ ଏକ ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ଗୋଲ କରିବାରେ ଅସଫଳ ରହିଥିଲା। ଏହାର କିଛି କ୍ଷଣ ପରେ ଆଉ ଏକ ସୁଯୋଗ ମିଳିଥିଲା। ରେଫରି ଭାରତକୁ ଏକ ପେନାଲ୍ଟି ଷ୍ଟ୍ରୋକ୍‌ ମାରିବାକୁ ଦେଇଥିଲେ। ଗଗନଦୀପ କୌର ଗୋଲରେ ପରିଣତ କରିବାରେ ସଫଳ ରହିଥିଲେ ଏବଂ ମ୍ୟାଚକୁ ୧-୧ ସ୍ତରକୁ ନେଇ ଆସିଥିଲେ। ଏହି ସ୍ଥିତି ଖେଳ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଭାରତୀୟ ଜୁନିୟର ଦଳ ଏହାର ଅନ୍ତିମ ଟୁର୍‌ ମ୍ୟାଚ ଜୁନ୍‌ ୧୫ ବେଲାରୁଷ ଡେଭଲପମେଣ୍ଟ ମହିଳା ଟିମ୍‌ ବିପକ୍ଷରେ ଖେଳିବ।


All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ପୋଛିଲା ଇଂଲଣ୍ଡ

ଲିଡ୍ସ,୨୦।୫- ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୫ମ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୫୪ ରନ୍‌ରେ ବିଜୟ ହାସଲ କରିଛି। ଏଥିସହ ଇଂଲଣ୍ଡ ଏକମାତ୍ର...

ଧୋନୀଙ୍କୁ ବିସିସିଆଇର ସମର୍ଥନ

ନୂଆଦିଲ୍ଲୀ,୭।୬- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟବହାର ଉଇକେଟ କିପିଂ ଗ୍ଲୋଭ୍ସକୁ ନେଇ...

ନେମାରଙ୍କ ପାଇଁ ବାଲେ, ଜେମ୍ସଙ୍କ ସହ ୧୦୦ ନିୟୁତ

ପ୍ୟାରିସ,୨୩।୮(ପିଟି): ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ଷ୍ଟାର ଷ୍ଟ୍ରାଇକର ନେମାର ଜୁନିୟରଙ୍କୁ ଦଳରେ ନେବା ପାଇଁ ବହୁ ଦଳ ଆଗଭର ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛି...

ଇଟାଲିଆନ ଓପନ୍‌ ଟେନିସ୍‌: ଜୋକୋଭିଚ୍‌- ନାଡାଲ ଫାଇନାଲ

ରୋମ,୧୯।୫(ଏଏଫ୍‌ପି)-ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲ ମ୍ୟାଚ୍‌ରେ ସର୍ବିଆର ନୋଭାକ ଜୋକୋଭିଚ୍‌...

ସଚିନଙ୍କୁ ପଛରେ ପକାଇ ଇତିହାସ ରଚିଲେ ବିରାଟ

ମାଞ୍ଚେଷ୍ଟର, ୧୬।୬:ଓଲ୍ଡ ଟ୍ରାଫର୍ଡରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଏକ ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଇତିହାସ ରଚିଛନ୍ତି। ଏକଦିବସୀୟ କ୍ରିକେଟରେ...

ନବୋଦୟ ବିଦ୍ୟାଳୟ ସମିତି ଜାତୀୟ ହକି ମିଟ୍‌:ପାଟନା କ୍ଷେତ୍ର ଚାମ୍ପିୟନ୍‌

ସୁନ୍ଦରଗଡ, ୧୩।୮ (ଡି.ଏନ୍‌.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଜିଙ୍କ୍‌ନଗରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ ଖେଳପଡିଆରେ ଚାଲିଥିବା ୨୯ତମ ଜାତୀୟ ଜବାହର ନବୋଦୟ ବିଦ୍ୟାଳୟ ସମିତି...

ପ୍ରଥମ ଟେଷ୍ଟ: ୪୩୧ ରନ୍‌ରେ ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍‌; ଦ୍ୱିତୀୟ ଇନିଂସରେ ଭାରତ ୧୦୨/୧

ବିଶାଖାପାଟଣା,୫।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲା ସ୍ଥାନୀୟ ଏସିଏ-ବିଡିସିଏ ଷ୍ଟାଡିଏମ୍‌ରେ ଖେଳାଯାଉଛି। ଭାରତ...

ନିଜ ଗୁରୁଙ୍କୁ ଦାମୀ ଉପହାର ଦେଇଛନ୍ତି ଏହିସବୁ କ୍ରିକେଟର୍‌

ସାରା ଦେଶରେ ଆଜି ଗୁରୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ଶିଷ୍ୟମାନେ ଗୁରୁଙ୍କୁ ପୂଜା କରିବା ସହ ବିଭିନ୍ନ ଦାମୀ ଉପହାରମାନ ଦେଉଛନ୍ତି। କ୍ରିକେଟରମାନେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *