କାର୍‌ରେ ମଦ ଚାଲାଣ, ୨ ଗିରଫ

କାମାକ୍ଷାନଗର, ୧୪।୬(ଡି.ଏନ୍‌.ଏ.)-କାର୍‌ରେ ମଦ ଚାଲାଣ କରୁଥିବାବେଳେ କାମାକ୍ଷାନଗର ପୋଲିସ ହାତରେ ଧରାପଡ଼ିଛନ୍ତି ୨ ଅଭିଯୁକ୍ତ। ସେମାନେ ହେଲେ ମାର୍ଥାପୁର ଗ୍ରାମର ଅନିଲ ମିଶ୍ର ଏବଂ ଡ୍ରାଇଭର ବିରଜା ପ୍ରସାଦ ନନ୍ଦ। ଗାଡ଼ିରୁ ୨୨୮ ବୋତଲ ବିଅର, ୪୮ ବୋତଲ ଦାମୀ ବ୍ରାଣ୍ଡର ବିଦେଶୀ ମଦ ଜବତ କରାଯାଇଛି। ଏ ନେଇ ନଂ. ୧୧୩/୧୯ରେ ମାମଲା ରୁଜୁ କରାଯାଇଛି।
ଜିରାଳ-ଦିଘୀ ରାସ୍ତାରେ ଏକ କାର୍‌ (ଓଡି ୦୨ ଜି ୮୩୩୭)ରେ ମଦ ଚାଲାଣ ହେଉଥିବା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଥାନାଧିକାରୀ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶରେ ଏଏସଆଇ ରାଧାନାଥ ଦାସ, ରବିନାରାୟଣ ବେହେରା ସଦଳବଳ ଚଢ଼ାଉ କରି ଜିରାଳ ନିକଟରୁ କାର୍‌କୁ ଧରିଥିଲେ। ଏହି ମଦ ଚାଲାଣର ଚେର ଜିଲା ବାହାରକୁ ବ୍ୟାପିଥିବା ଅନୁମାନ କରାଯାଉଛି। ବିଭିନ୍ନ ତଥ୍ୟ ଆଧାରରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।


All Right Reserved By Dharitri.Com

କପିଳାସ ପୀଠରେ ଜଳକଷ୍ଟ ସବୁଦିନିଆ: ଅଟକିଛି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଢେଙ୍କାନାଳ ଅଫିସ, ୧୧।୭ – ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସରେ ପାନୀୟ ଜଳ ଅଭାବ ପ୍ରମୁଖ ସମସ୍ୟା ଭାବେ ଉଭାହୋଇଛି। ଏଠାକୁ ଆସୁଥିବା ଶ୍ରଦ୍ଧାଳୁ...

ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି...

ବ୍ୟବଚ୍ଛେଦ ଗୃହରେ ପଶିଲା ଡେଲି ମାର୍କେଟ ପାଣି

ଅନୁଗୋଳ ଅଫିସ, ୨୨।୬ – ଗୁରୁବାର ରାତିରେ ବର୍ଷା ଯୋଗୁ ଅନୁଗୋଳ ଡେଲିମାର୍କେଟ ପରିସରରେ ପାଣି ଜମି ରହିଥିଲା। ଶୁକ୍ରବାର ଏହାକୁ ଜିଲା ମୁଖ୍ୟ ଚିକିତ୍ସାଳୟ...

ସରକାରୀ ଜମି ଜବରଦଖଲ ବିବାଦ ତେଜିଲା:କାର୍ଯ୍ୟାନୁଷ୍ଠାନ ଦାବି

ଢେଙ୍କାନାଳ ଅଫିସ, ୧୧।୫- ଢେଙ୍କାନାଳ ତହସିଲ ଅଧୀନ ଭଗବାନପୁର ସୁନ୍ଦରିଖାଲ ନିକଟରେ ସରକାରୀ ଜାଗା ଜବରଦଖଲକୁ ନେଇ କେନ୍ଦ୍ରକରି ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ତେଜିବାରେ ଲାଗିଛି।...

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା...

୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ବଢ଼ାଇଛି ସମସ୍ୟା: ପାଉଁଶଗୁଣ୍ଡରେ ଅଣନିଃଶ୍ୱାସୀ

ପରଜଙ୍ଗ, ୨୯।୪(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ବ୍ୟବହୃତ ପାଉଁଶଗୁଣ୍ଡ ଚିନ୍ତା ବଢ଼ାଇଛି। ରାସ୍ତା ନିର୍ମାଣକାରୀ ସଂସ୍ଥା ଆଇନକୁ...

‘ଫନୀ’ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୩୦।୪ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଫନୀ ଆସନ୍ତା ୪ ତାରିଖରେ ଓଡ଼ିଶା ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର...

କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଆତଙ୍କ

କଣିହାଁ,୧୭।୭(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ଦୀର୍ଘ ୧୫ ଦିନ ହେବ ଦେବଗଡ ଜିଲା ଅଞ୍ଚଳରୁ ଆସିଥିବା ୩ ହାତୀ...

Leave a comment

Your email address will not be published. Required fields are marked *