ପାକିସ୍ତାନରେ ଜନ୍ମିତ ପ୍ରଶଂସକଙ୍କୁ ଟିକେଟ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍‌ ସେମିଫାଇନାଲଠାରୁ ମଜଭୁତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍‌ର ଟିକେଟ୍‌ ନ ଥାଇ ମଧ୍ୟ ଚାଚା ଧୋନୀଙ୍କୁ ସମର୍ଥନ କରିବା ଲାଗି ସିକାଗୋରୁ ମାଞ୍ଚେଷ୍ଟର ଆସିଛନ୍ତି। କାରଣ ସେ ନିଶ୍ଚିତ ଥିଲେ ଯେ, ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଧୋନୀ ଟିକେଟ୍‌ ବ୍ୟବସ୍ଥା କରିଦେବେ। ମୁଁ ଏଠାକୁ ଆସିବା ପରେ ଦେଖିଲି ଟିକେଟ ପାଇଁ ଲୋକେ ୮୦୦ରୁ ୯୦୦ ପାଉଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ଭାରତୀୟ ମୁଦ୍ରାରେ ୭୯ ହଜାର ଟଙ୍କାରୁ ଊର୍ଦ୍ଧ୍ୱ। ଏଠାରୁ ସିକାଗୋ ଫେରିବା ପାଇଁ ମଧ୍ୟ ବିମାନରେ ସମାନ ଅର୍ଥ ଦରକାର। ଧୋନୀଙ୍କୁ ଧନ୍ୟବାଦ। ତାଙ୍କ ଯୋଗୁ ମୋତେ ଟିକେଟ୍‌ ପାଇଁ ସଂଘର୍ଷ କରିବାକୁ ପଡ଼ିଲା ନାହିଁ ବୋଲି ୬୩ ବର୍ଷୀୟ ପ୍ରଶଂସକ ତଥା ସିକାଗୋର ରେଷ୍ଟୁରାଣ୍ଟର ମାଲିକ କହିଛନ୍ତି। ୨୦୧୧ ବିଶ୍ୱକପ୍‌ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ଆରମ୍ଭ ହୋଇଥିଲା। ମୋହାଲିଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ୍‌ ସେମିଫାଇନାଲରେ ବାଶିର ଟିକେଟ୍‌ ପାଇ ନ ଥିଲେ। ତାଙ୍କୁ ଧୋନୀ ସାହାଯ୍ୟ କରିଥିଲେ। ୮ ବର୍ଷ ପରେ ମଧ୍ୟ ସମାନ କାହାଣୀ ସାମ୍ନାକୁ ଆସିଛି। ଏହା କାହାକୁ ଅଛପା ନାହିଁ ଯେ ବାଶିର ନିଜ ଦେଶ ପରିିବର୍ତ୍ତେ ଧୋନୀଙ୍କ ଦଳକୁ ସମର୍ଥନ କରନ୍ତି। ବେଳେବେଳେ ନିଜ ସାଥୀ ଖେଳାଳିଙ୍କ ପାଇଁ ଅପହଞ୍ଚ ଥିବା ଧୋନୀ କଦାପି ବାଶିରଙ୍କୁ ନିରାଶ କରିନାହାନ୍ତି। ସେ ଏବେ ବ୍ୟସ୍ତ ଥିବାରୁ ମୁଁ ଫୋନ କରିନାହିଁ। କେବଳ ମେସେଜ ଜରିଆରେ ତାଙ୍କ ସହ ଯୋଗାଯୋଗ କରେ। ବହୁ ଆଗରୁ ଧୋନୀ ମୋତେ ଆଶ୍ୱାସନା ଦେଇଥିଲେ। ସେ ଜଣେ ଭଲ ମଣିଷ ମଧ୍ୟ। ସେ ଯାହା ମୋ ପାଇଁ ମୋହାଲି ମ୍ୟାଚ୍‌ବେଳେ କରିଛନ୍ତି ତାହା ଆଉ କେହି କରିପାରିବେ ବୋଲି ଚିନ୍ତା କରିପାରୁ ନାହିଁ। ମୁଁ ମାଗଣାରେ ଟିକେଟ୍‌ ପାଇଛି, ଯାହାକୁ ଉଭୟ ଦେଶର ପ୍ରଶଂସକ ଅପେକ୍ଷା କରି ରୁହନ୍ତି। ଚଳିତ ଥର ଏହା ମୋ ପାଇଁ ଉପହାର ଭଳି ହୋଇଛି ବୋଲି ସେ କହିଛନ୍ତି। ବାଶିର ପାକିସ୍ତାନ ଦଳ ରହୁଥିବା ହୋଟେଲରେ ଚେକ୍‌ଇନ୍‌ କରିବା ପରେ ସେଠାରେ ପାକ୍‌ ଦଳର ପ୍ରାୟ ଖେଳାଳିଙ୍କୁ ଭେଟିଥିଲେ। ଏହାପରେ ସେ ଭାରତୀୟ ଦଳର ହୋଟେଲରେ ଚେକ୍‌ଇନ୍‌ କରିଥିଲେ। କେବଳ ଧୋନୀଙ୍କ ଲାଗି ନୁହେଁ ବରଂ ତାଙ୍କ ହାଇଦ୍ରାବାଦୀ ପତ୍ନୀଙ୍କ ପାଇଁ ସେ ଟିମ୍‌ ଇଣ୍ଡିଆକୁ ସମର୍ଥନ କରନ୍ତି। ଭାରତୀୟ ଦଳର ସୁପରଫ୍ୟାନ ଭାବେ ପରିଚିତ ସୁଧୀର ମଧ୍ୟ ତାଙ୍କ ଭଲ ବନ୍ଧୁ।


All Right Reserved By Dharitri.Com

ମୋଦିଙ୍କୁ ଭେଟିଲେ ସିନ୍ଧୁ

ନୂଆଦିଲ୍ଲୀ,୨୭।୮:ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ ଐତିହାସିକ ସ୍ବର୍ଣ୍ଣ ପଦକ ଜିତି ଘରକୁ ଫେରିଛନ୍ତି। ମଙ୍ଗଳବାର ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ଫେରିବେ ଶାରାପୋଭା

ସିଡ୍‌ନୀ,୩୧।୧୨- ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା କୋର୍ଟକୁ ଫେରିବାକୁ ଯାଉଛନ୍ତି। ଆସନ୍ତା ମାସରେ ବ୍ରିସବେନ ଇଣ୍ଟରନ୍ୟାଶନାଲ ଇଭେଣ୍ଟରେ ଖେଳିବେ। ତାଙ୍କୁ...

ଧୋନୀଙ୍କୁ ଆଇସିସିର ଭୂୟସୀ ପ୍ରଶଂସା

ଲିଡ୍ସ,୭।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନଙ୍କ ପ୍ରଶଂସାରେ ଶତମୁଖ ହୋଇଛି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)। ଧୋନୀ...

ଅଷ୍ଟ୍ରେଲିଆ ସିରିଜ ବିଜୟୀ

ଆଡିଲେଡ, ୩।୧୨- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ (ଦିବାରାତ୍ର) କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସ ୪୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ...

ସିକେ ନାଇଡୁ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିିଶା ଅମ୍ରିତ, ସୌରଭଙ୍କ ଶତକ

ସମ୍ବଲପୁର, ୭।୧ (ବ୍ୟୁରୋ): ଅମ୍ରିତ ଖଟୁଆ ଓ ସୌରଭ କୁମାର ଗୌଡ଼ଙ୍କ ଆକର୍ଷଣୀୟ ଶତକ ଯୋଗୁ ସ୍ଥାନୀୟ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ସିକିମ...

ପାକିସ୍ତାନ କ୍ରିକେଟ ବିଶେଷଜ୍ଞଙ୍କ ଅଭିଯୋଗ:ମହମ୍ମଦ ସାମି ମୁସଲମାନ ହୋଇଥିବାରୁ ଶେଷ ମ୍ୟାଚରେ ତାଙ୍କୁ ବସାଇଦିଆଗଲା

ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସାମିଙ୍କୁ ବିଶ୍ରାମ...

ଡିସେମ୍ବରରେ ମେରିକମ୍‌-ନିଖାତଙ୍କ ଟ୍ରାଏଲ

ନୂଆଦିଲ୍ଲୀ,୯।୧୧- ଛ’ ଥର ବିଶ୍ୱ ଚାମ୍ପିୟନ ଏମ୍‌.ସି. ମେରିକମ୍‌ ଓ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବକ୍ସର ନିଖାତ ଜାରିନଙ୍କ ମଧ୍ୟରେ ଟ୍ରାଏଲ ମ୍ୟାଚ୍‌ ଖେଳାଯିବା ନେଇ ଶନିବାର...

ଆଜିର ଦିନରେ କ୍ୟାରିୟରର ପ୍ରଥମ ଶତକ ଲଗାଇଥିଲେ ସଚିନ

ନୂଆଦିଲ୍ଲୀ,୧୪।୮- ୧୯୯୦ ମସିହା ଆଜିର ଦିନରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଶତକ ଲଗାଇଥିଲେ। ସେତେବେଳେ ୧୭ ବର୍ଷୀୟ ସଚିନ ଓଲ୍ଡ...

Leave a comment

Your email address will not be published. Required fields are marked *