Posted inଜାତୀୟ

ଶହୀଦଙ୍କ ଭଉଣୀଙ୍କୁ ନିଆରା ଢ଼ଙ୍ଗରେ ବିଦା କଲେ କମାଣ୍ଡୋ ବନ୍ଧୁ

ରୋହତାସ୍‌,୧୪।୬: ବିହାର ରୋହତାସ୍‌ ବାଦିଲଡିହର ଜଣେ ଶହୀଦ ଯବାନଙ୍କ ଭଉଣୀର ବିବାହ ସମୟରେ ତାଙ୍କୁ ନିଆରା ଢ଼ଙ୍ଗରେ ବିଦା କରିଛନ୍ତି ଗରୁଡ କମାଣ୍ଡୋ। ଅଶୋକ ଚକ୍ରରେ ସମ୍ମାନିତ ହୋଇଥିବା ତଥା ବାୟୁସେନାର ଗରୁଡ କମାଣ୍ଡୋ ଜ୍ୟୋତି ପ୍ରକାଶ ନିରାଲାଙ୍କ ଭଉଣୀଙ୍କ ବିବାହ ନିକଟରେ ଅନୁଷ୍ଠିତ ହୋଇଥିଲା। ଏହି ବିବାହରେ ବାୟୁସେନାର ଗରୁଡ କମାଣ୍ଡୋ ଓ ଅନ୍ୟ ସାଙ୍ଗମାନେ ମିଶି ତାଙ୍କର ବିବାହ ଖର୍ଚ୍ଚ ଉଠାଇବା ସହ ସମସ୍ତ ଆୟୋଜନ କରିଥିଲେ। ଏଥିସହ ଭାଇର ସବୁ ଦାୟିତ୍ୱ ଦେଇ ନିଆରା ଢ଼ଙ୍ଗରେ ଶହୀଦଙ୍କ ଭଉଣୀଙ୍କୁ ବିଦା କରିଥିଲେ। ଝିଅ ବିଦା ହେବା ସମୟରେ ଗରୁଡ କମାଣ୍ଡୋମାନେ ଝିଅର ପାଦତଳେ ସେମାନଙ୍କ ହାତ ରଖି ବିଦାୟ ଦେଇଥିଲେ। ଏହାକୁ ଦେଖି ସ୍ଥାନୀୟ ଲୋକ ଓ ପରିବାର ଲୋକେ ଗର୍ବ ଅନୁଭବ କରିଥିଲେ।

୨ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୭ ନଭେମ୍ବର ୧୮ରେ ଜମ୍ମୁ କଶ୍ମୀରରେ ଜ୍ୟୋତି ପ୍ରକାଶ ୬ ଆତଙ୍କବାଦୀଙ୍କୁ ନିପାତ କରି ଶହୀଦ ହୋଇଥିଲେ। ଘରର ଏକ ମାତ୍ର ପୁଅ ହେବା ସହ ପରିବାର ପ୍ରତିପୋଷଣର ଦାୟିତ୍ୱ ସେ ଏକୁଟିଆ ତୁଲାଉଥିଲେ। ସେ ଶହୀଦ ହେବା ପରେ ଘରର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ତେବେ ଗରୁଡ଼ କମାଣ୍ଡୋ ବନ୍ଧୁଙ୍କ ଏଭଳି କାର୍ଯ୍ୟ ସବୁ ମହଲରେ ପ୍ରଶଂସା କରାଯାଇଛି।


All Right Reserved By

ପତ୍ନୀଙ୍କ ପାଇଁ ପ୍ରଚାର କଲେ ଅନୁପମ

ଚଣ୍ଡିଗଡ଼,୨୫।୪: ଲୋକ ସଭା ନିର୍ବାଚନରେ ଭାଜପା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବଲିଉଡ୍‌ କଳାକାର କିରୋନ୍‌ ଖେର୍‌। ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟରଙ୍କୁ ହାତେଇବାକୁ ସେ ଜୋରସୋରରେ...

ଆଧାର କାର୍ଡ ନ ଥିଲେ ମନ୍ଦିର ଯିବା ମନା

ମହୀଶୂର:ଆଧାର କାର୍ଡ ନ ଥିଲେ କର୍ନାଟକ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ଥିବା ମା’ ହୁଲିୟମ୍ମା ବେଟାଙ୍କ ଦର୍ଶନ କରିବାକୁ ଅନୁମତି ମିଳେନାହିଁ। ଜଙ୍ଗଲ ଆଖପାଖରେ ରହୁଥିବା...

‘କାର୍‌ଗିଲ ବିଜୟ ଭାରତର ଶକ୍ତିର ପ୍ରତୀକ’

ନୂଆଦିଲ୍ଲୀ,୨୮ା୭(ପି.ଟି.): କାର୍‌ଗିଲ ଯୁଦ୍ଧ ବିଜୟ ଭାରତର ଶକ୍ତି, ପ୍ରତିବଦ୍ଧତା ଓ ସାମର୍ଥ୍ୟର ପ୍ରତୀକ ଥିଲା। ଏହାର ସଶସ୍ତ୍ର ବାହିନୀର ତ୍ୟାଗ ଏହାକୁ ଦୁର୍ଜେୟ କରି ରଖିଛି...

ସହପାଠିନୀଙ୍କୁ ପୋଡ଼ିମାରିବା ଘଟଣା : ପୁରୁଷ ବନ୍ଧୁଙ୍କୁ ଫାଶୀଦଣ୍ଡ

ଗୁଆହାଟୀ, ୪ା୮(ପି.ଟି.): ଆସାମର କାମ୍‌ରୂପ ଜିଲାରେ ଜଣେ କଲେଜ ଛାତ୍ରୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ସ୍ଥାନୀୟ ଅଦାଲତ ପୁରୁଷ ବନ୍ଧୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବାବେଳେ...

ଭାଜପାର ବିପୁଳ ବିଜୟ: ସବ୍‌ କା ସାଥ୍‌; ସବ୍‌ କା ବିକାଶ; ସବ୍‌ କା ବିଶ୍ୱାସ କହିଲେ ମୋଦି

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ମ୍ୟାଜିକ୍‌ କାମ କରିଛି। ଭାଜପାର ବିପୁଳ ବିଜୟରେ ମୋଦି କହିଛନ୍ତି ଏହା ସବ୍‌ କା...

ଗୋଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିବା ବିଧାୟକ

ପଣଜୀ,୧୩।୭: ଗୋଆ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଶନିବାର ହୋଇଛି। ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ ଭାଜପାରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରୁ ୩ ଜଣଙ୍କୁ...

ଷ୍ଟ୍ରେଚର ନ ମିଳିବାରୁ ପୁଅକୁ କାନ୍ଧରେ ବୋହିଲେ ବାପା

କାନପୁର,୨୮।୫: କାନପୁରର ଏକ ହସ୍ପିଟାଲରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଦେଶରେ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ କାନପୁରରେ ଏହାର...

ଭାଜପା ବିଧାୟକଙ୍କ ବିବାଦୀୟ ବୟାନ: ୫୦ ମହିଳାଙ୍କୁ ରଖିଲେ ଜନ୍ମନେବେ ୧୦୫୦ ଶିଶୁ

ବଲିଆ,୧୫।୭: ବିଭିନ୍ନ ସମୟରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବଲିଆର ଭାଜପା ବିଧାୟକ ସୁରେନ୍ଦ୍ର ସିଂହ ପୁଣି ବିବାଦ ଘେରକୁ ଚାଲିଆସିଛନ୍ତି। ଏଥର ସେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *