Posted inଜାତୀୟ

ପଶ୍ଚିମବଙ୍ଗରେ ରହିବାକୁ ହେଲେ ବଙ୍ଗଳା କହିବା ଜରୁରୀ: ମମତା

କୋଲକାତା,୧୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ମମତା କହିଛନ୍ତି ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ହେଲେ ଏଠାରେ ରହୁଥିବା ଲୋକେ ବଙ୍ଗଳା ଭାଷା କହିବା ଜରୁରୀ। ନଚେତ୍‌ ସେମାନଙ୍କର ପଶ୍ଚିମବଙ୍ଗରେ ରହିବାର ଅଧିକାର ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି ମୁଁ ଯେତେବେଳେ ବିହାର, ଉତ୍ତର ପ୍ରଦେଶ ଓ ପଞ୍ଜାବ ଯାଏ ସେଠାକାର ଭାଷା କହିଥାଏ। ତେଣୁ ପଶ୍ଚିମବଙ୍ଗରେ ରହୁଥିବା ଲୋକେ କାହିଁକି ବଙ୍ଗଳା କହିବେ ନାହିଁ। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପରିସ୍ଥିତି ଲାଗି ରହିଥିବା ବେଳେ ଏବେ ଜୁନିୟର ଡାକ୍ତରଙ୍କ ଅନଶନ ବି ଅଶାନ୍ତ ବାତାବରଣ ସୃଷ୍ଟି କଲାଣି। ଆଉ ଏହାରି ଭିତରେ ମମତାଙ୍କ ଏଭଳି ବିବାଦୀୟ ବୟାନ ପରିସ୍ଥିତିକୁ ଆହୁରି ଖରାପ କରିପାରେ ବୋଲି ଆଲୋଚନା ହେଉଛି।


All Right Reserved By Dharitri.Com

୨ ସପ୍ତାହ ବିଳମ୍ବରେ ଅକ୍ଟୋବର ୮ରେ ଭାରତକୁ ମିଳିବ ରାଫାଲ୍‌

ନୂଆଦିଲ୍ଲୀ,୧୦।୯: ଫ୍ରାନ୍ସର ଯୁଦ୍ଧ ବିମାନ ରାଫାଲ୍‌ ଏବେ ୨ ସପ୍ତାହ ବିଳମ୍ବରେ ଭାରତକୁ ମିଳିବ। ଏହା ଅକ୍ଟୋବର ୮ରେ ଭାରତକୁ ମିଳିବ ବୋଲି ଫ୍ରାନ୍ସ୍‌ କହିଛି।...

ମହିଳାଙ୍କୁ ସାଲ୍ୟୁଟ କଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଶର ସମସ୍ତ ମହିଳାଙ୍କୁ ସାଲ୍ୟୁଟ କରିଛନ୍ତି। ସେ ଟୁଇଟ୍‌...

୩ ଦିନ ପାଇଁ ବନ୍ଦ ହେଲା ସମସ୍ତ ଶିକ୍ଷାନୁଷ୍ଠାନ

ଥିରୁଭାନନ୍ତପୁରମ,୯।୩: କେରଳର ପଥନାମଥିଥ୍ଥ ଜିଲାପାଳ ସୋମବାରଠାରୁ ୩ ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଥନାମଥିଥ୍ଥ ଜିଲାରେ ରବିବାର ୫ କରୋନା...

ଏବେ ପୁରା ଦେଶରେ ଚାଲିବ ଗୋଟିଏ ସମୟ, ଶୀଘ୍ର ଆସିବ ନିୟମ

ନୂଆଦିଲ୍ଲୀ,୨୧।୫: ଯେଉଁଭଳି ଭାବେ ଜର୍ମାନୀରେ ଜର୍ମାନ ସମୟ ନିର୍ଦ୍ଧାରିତ ହୋଇଛି, ସେହିଭଳି ଭାରତରେ ମଧ୍ୟ ନିର୍ଦ୍ଧାରିତ ସମୟର ବ୍ୟବହାର କରାଯିବ। ଦେଶରେ ଭାରତୀୟ ସମୟକୁ ବ୍ୟବହାର...

ପିତାଙ୍କ ନାଁ ମଧ୍ୟପ୍ରଦେଶ, ପୁଅ ଭୋପାଳ

ଭୋପାଳ,୧।୧୧: ଆଜି ମଧ୍ୟପ୍ରଦେଶ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି ଅବସରରେ ଜଣେ ବ୍ୟକ୍ତିଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ନାମ...

ମୁମ୍ବାଇ ମାରାଥନରେ ଭାଗନେଲେ ବଲିଉଡ୍‌ ସେଲିବ୍ରିଟି

ମୁମ୍ବାଇ,୧୯।୧: ରବିବାର ସକାଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୭ତମ ମୁମ୍ବାଇ ମାରାଥନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଏହି ଡ୍ରିମ୍‌ ରନ୍‌ରେ ଯୋଗ ଦେବାକୁ...

କରୋନାକୁ ଦୂରେଇବା ଲାଗି ଛତାକୁ ଅସ୍ତ୍ର କରିଛନ୍ତି ଗ୍ରାମବାସୀ

କୋଚି,୨୮।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି। ଆମ ଦେଶରେ ମଧ୍ୟ ଗୋଟିଏ ଦିନରେ ୬ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ...

ବ୍ରିଟିଶ ନାଗରିକତ୍ୱ ପ୍ରସଙ୍ଗ: ରାହୁଲଙ୍କ ସ୍ପଷ୍ଟୀକରଣ ଲୋଡ଼ିଲା କେନ୍ଦ୍ର

ନୂଆଦିଲ୍ଲୀ,୧ା୫(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ବିବାଦ ତେଜିବାରେ ଲାଗିଛି। ସେ ବ୍ରିଟେନ ନାଗରିକ ବୋଲି ଅଭିଯୋଗ ଆସିବା ପରେ ଏନେଇ ରାହୁଲଙ୍କ ସ୍ପଷ୍ଟୀକରଣ...

Leave a comment

Your email address will not be published. Required fields are marked *