Posted inRasifala

ରାଶିଫଳ: ଶନିବାର , ଜୁନ ୧୫ ତାରିଖ – Daily Horoscope

ମେଷ
ଶୁକ୍ର ମୁଖ ଭାବରେ ରହି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ବନ୍ଧୁଙ୍କ ଆତିଥ୍ୟଯୋଗ ଲାଭକରି ଖୁସିହେବେ। ଅଫିସରେ ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ଅଷ୍ଟମସ୍ଥ ଚନ୍ଦ୍ର ଯୋଗୁ ପରିବହନ ବ୍ୟବସାୟରେ ଶିଥିଳତା ଦେଖାଦେଇପାରେ। ପାରିବାରିକ କ୍ଷେତ୍ରରେ ଅଷ୍ଟମସ୍ଥ ଚନ୍ଦ୍ର ବୁଝାମଣାର ଅଭାବ ସୃଷ୍ଟି କରିପାରେ ।
ବୃଷ
ବୃଷ
ମଙ୍ଗଳ ଓ ବୁଧ ଦ୍ୱିତୀୟଭାବରେ ଆପଣଙ୍କ ଅପ୍ରିୟ ସତ୍ୟର କଠୋର ବାକ୍ୟାଳାପ ବନ୍ଧୁ ସମ୍ପର୍କକୁ ତିକ୍ତ କରିଦେଇପାରେ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳିଯିବାର ସୂଚନା ରହିଛି। କିନ୍ତୁ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ଧନାଧିପ ଷଷ୍ଠସ୍ଥ ଯୋଗୁ ଆପଣଙ୍କ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତିର ଆଶା ମଉଳିଯାଇପାରେ । ବାରମ୍ବାର ପ୍ରତିବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ । ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନର କ୍ଷୀଣ ଆଶା ରହିଛି ।
କର୍କଟ
କର୍କଟ
ଲାଭଭାବରେ ରବି ଅର୍ଥନୈତିକ ଅଭିବୃଦ୍ଧି କରାଇବା ସହ ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ କରାଇପାରେ; ଯାହା ବହୁଦିନ ହେଲା ମନେ ମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ରହିଆସୁଥିବା ବିବାଦର ଅନ୍ତ ଘଟିବ। ସରକାରୀ ସ୍ତରରୁ କିମ୍ବା ଆଇନର ସହାୟତାରୁ ଉପକୃତ ହେବେ।
ସି˚ହ
ସି˚ହ
ଧନାଧିପ କର୍ମଭାବରେ ପ୍ରବଳ ଧନଯୋଗ ସୃଷ୍ଟିକରି ଅଭିଳଷିତ ଆର୍ଥିକ ସାହାଯ୍ୟ ନିଶ୍ଚିତ ପାଇବେ । ଏକ ଆନନ୍ଦଦାୟକ ପରିବେଶରେ ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ପାରିବାରିକ ଅସ୍ଥିରତା କେତେକାଂଶରେ ଦୂରୀଭୂତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରେଇଯିବ । ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ।
କନ୍ୟା
ବିଳାସବ୍ୟସନକାରକ ଶୁକ୍ର ଧନଭାବକୁ ଦେଖୁଥିବାରୁ ଆଜି ଅର୍ଥଲାଭ,ନୂତନ ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ବନ୍ଧୁଗହଣରେ ମିଷ୍ଠାନ୍ନଭୋଜନ ଯୋଗ ରହିଛି । ପାରିବାରିକ ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜାରେ କିମ୍ବା ମରାମତିରେ ବ୍ୟସ୍ତ ରହିପାରନ୍ତି।
ତୁଳା
ତୁଳା
ଅଷ୍ଟମଭାବରୁ ରାହୁ ସହ ମଙ୍ଗଳ ଧନଭାବକୁ ଦୃଷ୍ଟି ଦେଉଥିବାରୁ ସତର୍କତା ଅଭାବରୁ ଧନହାନିର ପୂର୍ଣ୍ଣ ସୂଚନା ରହିଛି । ଆଜି ଦିନଟିରେ ସଭାସମିତିରୁ ସମ୍ମାନିତ ହେବେ । ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ, କିନ୍ତୁ ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ । ପ୍ରଶାସନିକ ସ୍ତରରେ,ରାଜନୈତିକ କ୍ଷେତ୍ରରେ,ଆଇନ ଅଦାଲତରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବେ।
ବିଛା
ବିଛା
ଆଜି ଆପଣଙ୍କ ରାଶିରେ ଗୁରୁଚାନ୍ଦ୍ରୀ ଯୋଗ ସୃଷ୍ଟିହୋଇ ଅର୍ଥ, ଉଚ୍ଚସମ୍ମାନ,ବନ୍ଧୁପ୍ରୀତି ମାଧ୍ୟମରେ ଆନନ୍ଦ ପ୍ରାପ୍ତ କରାଇବ । ସମସ୍ୟା ଆସିଲେ ମଧ୍ୟ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ । ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ । ଚେଷ୍ଟା କରୁଥିବା କାମରେ ଉତ୍ସାହ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ ।
ଧନୁ
ଧନୁ
ଧନାଧିପ ରାଶିରେ ପାପଗ୍ରହ ଯୁକ୍ତ ହେତୁ ଆପଣଙ୍କୁ ବିଭିନ୍ନ ଦିଗରେ ଖର୍ଚ୍ଚାନ୍ତ କରାଇ ଋଣଗ୍ରସ୍ତ କରାଇପାରନ୍ତି। ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡ଼ିପାରେ । ତଥାପି କର୍ମକ୍ଷେତ୍ର ସଙ୍ଗଠନ, ପ୍ରଶାସନ ଓ ପାଖପଡ଼ୋଶୀଙ୍କ ଆଦର ଗୌରବରୁ ଖୁସି ରହିବେ।
ମକର
ମକର
ଏକାଦଶରେ ଶନି ଆପଣଙ୍କୁ ବିଜାତୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଆର୍ଥିକ, ସାଙ୍ଗଠନିକ ସହାୟତା ପ୍ରଦାନ କରିବେ। ଆର୍ଥିକ ଦିଗରୁ ଆଜି ଦିନଟି ବହୁତ ଭଲ। ଫଳରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ, କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନ୍‌ସନ ବଢ଼ିଯିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପଙ୍କ ସହ କର୍ମସ୍ଥ ଧନାଧିପ ଆପଣଙ୍କୁ ବ୍ୟାଙ୍କ, ଲଟେରି, ସଞ୍ଚୟ ଜମାରୁ ଅର୍ଥପ୍ରାପ୍ତ କରାଇପାରେ। ଚିନ୍ତା ନ କରି କାମ କରି ଚାଲନ୍ତୁ, ଅବଶ୍ୟ ସଫଳତା ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ । କେତୁଯୁକ୍ତ ରାଶ୍ୟାଧିପତି ଯୋଗୁ ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବା ସମ୍ଭାବନା ରହିଛି ।
ମୀନମୀନ
ଚତୁର୍ଥ ଭାବରେ ଧନାଧିପ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବ୍ୟୟବହୁଳତା ସୃଷ୍ଟି କରିବ । ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ,ବନ୍ଧୁମାନଙ୍କ ମଧ୍ୟରେ କିମ୍ବା ସାମାଜିକ ସ୍ତରରେ ବିବାଦ ବୃଦ୍ଧି ଘଟିପାରେ। କିନ୍ତୁ ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାଇଁ ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ଏବଂ ବନ୍ଧୁମିଳନରୁ ଖୁସି ରହିପାରନ୍ତି।

All Right Reserved By

Posted inRasifala

ରାଶିଫଳ: ଗୁରୁବାର, ଜୁନ ୬ ତାରିଖ – Daily Horoscope

ମେଷ ଆଜି ପୁନର୍ବସୁ ନକ୍ଷତ୍ରସ୍ଥ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ସକାଶେ କିଛିଟା ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ। ସବୁ କିଛି ଭଲ...

ରାଶିଫଳ: ଗୁରୁବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ କୌଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ର ହେତୁ ଆକସ୍ମିକ ଅର୍ଥ ଲାଭ, ଶାରୀରିକ ସୁସ୍ଥତା,...

ରାଶିଫଳ: ଶନିବାର, ଜୁଲାଇ ୬ ତାରିଖ – Daily Horoscope

ମେଷ ଆଜିର ଗଜକେଶରୀ ଯୋଗରୁ କାର୍ଯ୍ୟସିଦ୍ଧି ଓ ବନ୍ଧୁମିଳନ ଘଟିବ। ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ ହେବେ। ଗୃହ...

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ଆଜି ଶୁକ୍ର ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କୁ ଅର୍ଥ, ପାରିବାରିକ ସୌଖ୍ୟ ଓ ବନ୍ଧୁମିଳନଜନିତ ଆନନ୍ଦ ପ୍ରଦାନ କରିବ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ...

ରାଶିଫଳ: ଗୁରୁବାର, ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ । ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି।...

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଚନ୍ଦ୍ର ଆପଣଙ୍କ ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟିକରିବ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ, କିନ୍ତୁ କିଛିଟା ପ୍ରତିରୋଧର...

ରାଶିଫଳ: ସୋମବାର, ଅଗଷ୍ଟ ୦୫ ତାରିଖ – Daily Horoscope

ମେଷ ଆଜିର ଷଷ୍ଠସ୍ଥ ଚନ୍ଦ୍ର ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

ରାଶିଫଳ: ରବିବାର, ମେ ୧୯ ତାରିଖ- Daily Horoscope

ମେଷ: ଆଜି ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ ।  କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *