ରକ୍ତଦାନ କଲେ ଶରୀରରୁ ରକ୍ତ କମେ ନାହିଁ : ମନରୁ ଦୂର କରନ୍ତୁ ଏହି ଭ୍ରମ

କୁହାଯାଏ ରକ୍ତଦାନ ମହାପୁଣ୍ୟ। ତଥାପି ଏହାକୁ ନେଇ ଲୋକଙ୍କ ମନରେ ଭ୍ରମଧାରଣା ରହିଛି। ରକ୍ତଦାନ କଲେ ଶରୀରରୁ ରକ୍ତ କମିଯାଏ ବୋଲି ଅନେକଙ୍କ ଧାରଣା। କିଛି ଲୋକ ଭାବନ୍ତି ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯିବ। ଆଜି ଅର୍ଥାତ ଜୁନ୍‌ ୧୪ ବିଶ୍ୱ ରକ୍ତଦାନ ଦିବସ। ଏହି ପୁଣ୍ୟ ଦିନରେ ରକ୍ତଦାନ ସମ୍ପର୍କରେ ମନରେ ଥିବା କିଛି ଭ୍ରମଧାରଣା ଦୂର କରନ୍ତୁ।
ଦୁର୍ବଳ ଲୋକ ରକ୍ତଦାନ କରିବେ ନାହିଁ: ଲୋକଙ୍କ ମନରେ ଧାରଣା ଥାଏ ଦୁର୍ବଳ ଲୋକ ରକ୍ତଦାନ କଲେ ଆହୁରି ଦୁର୍ବଳ ହୋଇଯିବେ। ଏହା ଶରୀର ପ୍ରତି କୁପ୍ରଭାବ ପକାଇବ। କିନ୍ତୁ ନା ଏମିତି କିଛି ହୋଇ ନ ଥାଏ। ଆପଣଙ୍କ ଓଜନ ୫୦ କିଲୋଗ୍ରାମ ଥିଲେ ରକ୍ତଦାନ କରିପାରିବେ।
ମହିଳାମାନେ କରିବେ ନାହିଁ ରକ୍ତଦାନ : ଅଧିକାଂଶ ଲୋକ ଭାବନ୍ତି ମହିଳାମାନେ ରକ୍ତଦାନ କରିବା ଉଚିତ ନୁହଁ। କିନ୍ତୁ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରା କେତେ ଅଛି ତାହା ଦେଖି ମହିଳାମାନେ ରକ୍ତଦାନ କରିପାରିବେ। ହିମୋଗ୍ଲୋବିନ୍‌ ଏକ ପ୍ରୋଟିନ୍‌, ଯାହା ରକ୍ତର ରଙ୍ଗକୁ ଲାଲ୍‌ କରିଥାଏ।
ଶାକାହାରୀଙ୍କୁ ରକ୍ତଦାନ ମନା : ଲୋକଙ୍କ ମନରେ ଭ୍ରମଧାରଣା ଥାଏ ମାଂସାହାରୀଙ୍କଠାରେ ଅଧିକ ଆଇରନ୍‌ ଥିବାରୁ ସେମାନେ ରକ୍ତଦାନ କରିପାରିବେ। କିନ୍ତୁ ଶାକାହାରୀ ମଧ୍ୟ ରକ୍ତଦାନ କରିବାରେ କୌଣସି ଅସୁବିଧା ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। କାରଣ ପାଳଙ୍ଗ, ରାଜ୍‌ମା ଏବଂ କିସ୍‌ମିସ୍‌ରେ ଅଧିକ ହିମୋଗ୍ଲୋବିନ୍‌ ଥାଏ। ତେଣୁ ଶାକାହାରୀ ରକ୍ତଦାନ କରିପାରିବେ।
ଶରୀରରେ ରକ୍ତ ସୀମିତ : ଅଧିକାଂଶ ଲୋକ ଭାବିଥାନ୍ତି ଶରୀରରେ ରକ୍ତ ସୀମିତ। ତେଣୁ କାହାକୁ ରକ୍ତଦାନ କଲେ ଏହା ଶରୀର ପ୍ରତି କ୍ଷତି ପହଞ୍ଚାଇଥାଏ। ଯେତେବେଳେ ରକ୍ତଦାନ କରିବେ ସେତେବେଳେ ରେଡ୍‌ ବ୍ଲଡ୍‌ ସେଲ୍‌ସର କମ୍‌ ସିଗ୍‌୍‌ନାଲ ମିଳିଥାଏ। ଏଥିରେ ଅଧିକ ଆର୍‌ବିଏସ୍‌ ସୃଷ୍ଟି ହୋଇଥାଏ। ତେଣୁ ରକ୍ତଦାନ କଲେ ଆପଣ କେବେ ବି ରୋଗରେ ପଡ଼ିବେ ନାହିଁ।


All Right Reserved By Dharitri.Com

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ଆଦୌ ଚିନ୍ତା କରନ୍ତୁ ନାହିଁ, ଏହି ଉପାୟରେ ହେବ ଭଲ…

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏମ୍‌ଆଇଟି) ଗବେଷକମାନେ କିଡ୍‌ନୀ ଷ୍ଟୋନ୍‌ ପାଇଁ ଏକ ଔଷଧ ବାହାର କରିଛନ୍ତି। ଯାହା ଉଚ୍ଚ ରକ୍ତଚାପ ଏବଂ ଡାଇବେଟିସ୍‌...

ଘରେ ଲଗାନ୍ତୁ ଏସବୁ ଗଛ

ଗଛ ଯେ କେବଳ ପରିବେଶକୁ ବିଶୁଦ୍ଧ ରଖିଥାଏ ତା’ନୁହେଁ ବରଂ ଏହାଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହା ଘରେ...

ଏହି ଉପାୟରେ ଦୂର କରନ୍ତୁ ବ୍ରଣ ସମସ୍ୟା

ଆଜିକାଲି ଯୁବପିଢ଼ିଙ୍କଠାରେ ବ୍ରଣ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଯୁବକମାନଙ୍କଠାରୁ ଯୁବତୀଙ୍କ ଠାରେ ଏହି ସମସ୍ୟା ବେଶୀ ଦେଖା ଦେଉଛି। ଫଳରେ ସେମାନେ ଚିନ୍ତିତ ହୋଇପଡୁଛନ୍ତି।...

ଥ୍ରୀ ଲେୟାର ଝୁମୁକା

ଥ୍ରୀ ଲେୟାର ଝୁମୁକାରେ ସାଧାରଣତଃ ଥାକ ଥାକ ହୋଇ ତିନି ଥାକରେ ଝୁମୁକା ତଳକୁ ଓହଳି ରହିଥାଏ, ଯାହା ଚେହେରାକୁ ଟିକେ ହେଭି ଲୁକ୍‌ ଦେଇଥାଏ।...

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି …

ଲେମ୍ବୁ,ଭିଟାମିନ ‘ସି’ରେ ଭରପୂର। ନିୟମିତ ଲେମ୍ବୁ ଖାଇଲେ ଏହା ବହୁ ରୋଗରୁ ଦୂରେଇ ରଖେ। ସକାଳେ ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁରସ ମହୁ ମିଶାଇ...

ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା, ଛତାର ଚାହିଦା ସବୁବେଳେ ରହିଛି। ତେଣୁ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଦିନକୁ ଦିନ ମାର୍କେଟ୍‌କୁ ନୂଆ ନୂଆ ଡିଜାଇନ୍‌ର...

ସର୍ଭିକାଲ ସ୍ପଣ୍ଡିଲୋସିସ୍‌

”ହାଡ଼କୁ ହାଡ଼ ଘସିହୋଇ ବ୍ୟଥା ହୁଏ ଓ ବେକର ଘୂର୍ଣ୍ଣନଶକ୍ତିି ନଷ୍ଟ ହୋଇଯାଏ। ହାଡ଼ ପରସ୍ପର ଘସିହେବା ଦ୍ୱାରା ନୂଆ ଛୋଟ ହାଡ଼ ସୃଷ୍ଟି ହୋଇ...

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

Leave a comment

Your email address will not be published. Required fields are marked *