ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ : ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସତ୍ୟାସତ୍ୟ ଜଣାପଡ଼ିବ

ଅତାବିରା,୧୪ା୬(ଡି.ଏନ୍‌.ଏ.) : ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ତଲିଟାମ୍ପରସରା ଗ୍ରାମର ଜଣେ ଯୁବକଙ୍କ ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଲା ବଳରାମ ସେଟ୍‌(୧୮)। ସେ ଗୁରୁବାର ସନ୍ଧ୍ୟାରେ ତଲିଟାମ୍ପରସରା ଗ୍ରାମର ରାଜୀବ ବିଶ୍ୱାଳଙ୍କ ଦୁଗ୍ଧ ନେଇ ଲରମ୍ଭା ଦୁଗ୍ଧ ଉତ୍ପାଦନ କେନ୍ଦ୍ରକୁ ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ତେବେ ବଡ଼ବନ୍ଧ ନିକଟରେ ସେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବ୍ରଜପାତରେ ବଳରାମଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସେ ପଡ଼ିଥିବା ସ୍ଥାନରେ ରକ୍ତ, ବାଇକର ମିରର୍‌ କାଚ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ବଳରାମଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଛି ନା ବଜ୍ରପାତ ନା ଆଉ କିଛି ରହସ୍ୟ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସମ୍ପାଦକ ବିଜୟ କୁମାର ତ୍ରିପାଠୀଙ୍କୁ ପଚରାଯିବାରୁ ବଳରାମ ଗୁରୁବାର ରାତି ପ୍ରାୟ ୮ଟାରେ ସମିତିକୁ ଦୁଗ୍ଧ ଆଣିଥିବା କହିଛନ୍ତି। ଏନେଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।


All Right Reserved By

ମଣ୍ଡିରୁ ଧାନ ଉଠାଇବା ଦାବି: କୁଟ୍ରୁଛକଠାରେ ଚାଷୀଙ୍କ ରାସ୍ତାରୋକୋ

ଭବାନୀପାଟଣା/କଲମପୁର,୧୩।୬(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ କୁଟ୍ରୁ ପ୍ୟାକ୍ସ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ । ତୁରୁନ୍ତ ମଣ୍ଡିରୁ ଧାନ ଉଠାଇବା...

ତଳଗାଁ ଛାତ୍ରୀ ନିବାସରେ ଗୁଣିଗାରେଡି ଭୟ: ହଷ୍ଟେଲ ଛାଡିଲେ ୨୫ ଛାତ୍ରୀ

ତଳଗାଁ, ୧୯।୭(ଡି.ଏନ.ଏ)-ଗୁଣିଗାରେଡି ଭୟରେ ବୌଦ୍ଧ ଜିଲା ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକର ତଳଗାଁ ଛାତ୍ରୀ ନିବାସରେ ବୁଧବାର ରାତି ଓ ଗୁରୁବାର ସକାଳେ ୨୫ ଜଣ...

କୋଟିପତି ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା, ସୁନା, ଗାଡ଼ି ଜବତ

ଚଢ଼େଇଧରା,୨।୬(ଡିଏନଏ)- ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ସାମସୁନ୍ଦରପୁର ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ମିଶ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ଚଢ଼ାଉ କରିଛି। ଆୟ...

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ...

ଭତାରୁ ବଁଚିତ୍‌ ବେଳମତୀ

ଲୋଇସିଂହା,୨୪।୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ(ଖ) ପଁଚେତ୍‌ ସାନଟିକା ଗଁାର ସ୍ବର୍ଗତ ସହଦେବ ନାଏକକଁର ବିଧବା ମାଏକିନା ବେଳମତୀ ନାଏକ(୮୬)। ଆପନେ ଥିଲାବେଲେ ଦୁଇଝନ...

ନିସାହା ମହିଲାକଁର ଉପରେ ୫ ଛୁଆର ବୋଝ୍‌

ଭବାନୀପାଟଣା,୧୦।୬ (ଡି.ଏନ.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ମାଳିଗାଁ ପଁଚେତ୍‌ର ଭିତରପଦର ଗଁାର ସ୍ବର୍ଗତ ଗଙ୍ଗା ମାଝୀକଁର ବିଧବା ମାଏକିନା ବୁଦାଏ ବଓ୍ବୋ।...

୧୨ଟା ସୁଦ୍ଧା ହୀରାକୁଦ ଖୋଲିଲା ୯ଟି ଗେଟ୍‌

ସମ୍ବଲପୁର, ୧୫।୮(ବ୍ୟୁରୋ): ଗୁରୁବାର ୧୨ଟା ସୁଦ୍ଧା ହୀରାକୁଦ ଡ୍ୟାମର ୯ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବଢୁଥିବାରୁ ପର୍ଯ୍ୟାୟ କ୍ରମେ ଗୁରୁବାର ୧୬ଟି...

ଡକାୟତି ଉଦ୍ୟମ ପଣ୍ଡ : ୫ କୋର୍ଟ ଚାଲାଣ,୩ ଫେରାର

ସୋରଡ଼ା,୭।୭(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ସୋରଡ଼ା ବ୍ଲକ ଲାଠିପଡ଼ା ଅଞ୍ଚଳରେ ଡକାୟତି ଉଦ୍ୟମ କରୁଥିବା ୮ ଜଣିଆ ଡକାୟତ ଦଳ ମଧ୍ୟରୁ ୫ ଜଣଙ୍କୁ ପୋଲିସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *