Posted inଜାତୀୟ

ଜମ୍ମୁ-କଶ୍ମୀରରେ ବ୍ରେକ୍‌ ଫେଲ୍‌ ହେବାରୁ ଓଲଟିଲା ବସ୍‌

ଶ୍ରୀନଗର,୧୪।୬: ଜମ୍ମୁ କଶ୍ମୀର କିସ୍ତଓ୍ବାରରେ ଶୁକ୍ରବାର ସକାଳେ ବସ୍‌ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ସମୟରେ ଭାରତ-ତିବ୍ବତ ସୀମା ପୋଲିସ(ଆଇଟିବିପି) ଯବାନ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏକ ଘରୋଇ ବସ୍‌ ମନପ୍ରୀତ୍‌ ଟ୍ରାଭେଲରେ ୪୨ ଜଣ ଯାତ୍ରୀ ଗଣ୍ଡୋହରୁ ଜମ୍ମୁ ଯାଉଥିଲେ। ବ୍ରେକ୍‌ ଫେଲ୍‌ ହୋବରୁ ବସ୍‌ଟି ଭାରସାମ୍ୟ ହରାଇ ଡୋଡା ଅଞ୍ଚଳରେ ଓଲଟିପଡ଼ିଥିଲା। ଏହି ଦୁର୍ଘଟଣାରେ ୧୨ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ସେଥିମଧ୍ୟରୁ ୨ଜଣ ଗୁରୁତର ଥିବା ସୂଚନା ମିଳିଛି। ସେହି ସମୟରେ ଆଇଟିବିପି ଯବାନଙ୍କ ଗାଡି ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ସେମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ସମସ୍ତ ଆହତଙ୍କୁ ଯବାନମାନେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।


All Right Reserved By

ଆତଙ୍କବାଦ ଦମନ ପାଇଁ ସବୁ ଦେଶକୁ ଆଗେଇ ଆସିବାକୁ ପଡିବ

ଓସାକା, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ...

ସେନ୍‌ଗରଙ୍କୁ ଜେଲ୍‌ରେ ସିବିଆଇ ଜେରା

ଲକ୍ଷ୍ନୌ, ୪ା୮(ପି.ଟି.): ଉନ୍ନାଓ ପୀଡ଼ିତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେ ନିମୋନିଆରେ ଆକ୍ରାନ୍ତ ହୋଇଥିବାବେଳେ ଡ଼ାକ୍ତରୀ ଚିକିତ୍ସା ଜାରି ରହିଛି। ଜ୍ୱର ସହ ବ୍ଲଡ...

ଶାକାହାରୀ ଯାତ୍ରୀଙ୍କୁ ମାଂସାହାରୀ ଖ୍ୟାଦ୍ୟ ପରଷି ଅଡ଼ୁଆରେ ଏୟାର ଏସିଆ ବିମାନ: ଲାଗିଲା ଦେଢ଼ଲକ୍ଷ ଟଙ୍କାର ଜରିମାନା

ଅମୃତଶର,୨୭।୫: ଜଣେ ଶାକାହାରୀ ଯାତ୍ରୀଙ୍କୁ ବିମାନରେ ମାଂସାହାରୀ ଖାଦ୍ୟ ଦେଇ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ କନଜ୍ୟୁମର କୋର୍ଟରେ ଅଭିଯୋଗ କରାଯାଇଥିବା ବେଳେ ଏବେ...

ଭାଜପା ନେତାଙ୍କ ପରଲୋକକୁ ନେଇ ବିବାଦୀୟ ବୟାନ ଦେଲେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ,୨୬।୮: ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଏବେ ପୁଣି ଏକ ବିବାଦୀୟ...

କର୍ନାଟକ ବାଚସ୍ପତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ୧୦ ବିଧାୟକ

ବେଙ୍ଗାଲୁରୁ, ୧୦।୭: କର୍ନାଟକ କ୍ଷମତା ରାଜନୀତି ଦିନକୁଦିନ ଉଗ୍ର ରୂପ ଧାରଣ କରିଛି। ପ୍ରଥମେ କଂଗ୍ରେସ-ଜେଡିଏସ ମେଣ୍ଟର ୧୩ ଜଣ ବିଧାୟକଙ୍କ ଇସ୍ତଫାପତ୍ର ଦେବା ପରେ...

ବନ୍ଦ ହେବ ଗରିବ ରଥ

ନୂଆଦିଲ୍ଲୀ,୧୮।୭: ଗରିବ ରଥର ହେବ ନବକଳେବର। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗରିବ ରଥ ଟ୍ରେନ୍‌କୁ ଖୁବ୍‌ଶୀଘ୍ର ସୁପରଫାଷ୍ଟ ଟ୍ରେନ୍‌ରେ ପରିବର୍ତ୍ତନ କରାଯିବ। ଏହାସହ...

କାଉଡିଆଙ୍କ ସୁବିଧା ପାଇଁ ଟ୍ରେନ୍‌ରେ ବଗି ବଢାଇଲେ ଉତ୍ତର ପ୍ରଦେଶ ସରକାର

ଲକ୍ଷ୍ନୌ,୧୬।୭: ଆରମ୍ଭ ହୋଇ ଯାଇଛି ଶ୍ରାବଣମାସ। ଏହାସହ କାଉଡିଆଙ୍କ କାଉଡି ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ପୂର୍ବରୁ ସେମାନଙ୍କ...

ନେତୃତ୍ୱ ସଙ୍କଟ ଦୂର ନ କଲେ ବୁଡି ଯାଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୨।୭: ଦେଶର ପୂରାତନ ଦଳ ଭାବେ ଏକଦା ଦେଶର ପୂର୍ବରୁ ନେଇ ପଶ୍ଚିମ, ଉତ୍ତରରୁ ନେଇ ଦକ୍ଷିଣ ପର୍ଯ୍ୟନ୍ତ ନିଜର ଏକ ସ୍ବତନ୍ତ୍ରତା ବଜାୟ ରଖିଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *