ଚାଇନା ରାଷ୍ଟ୍ରପତିଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କଲେ ମୋଦି

ବିଶକେକ, ୧୪।୬: କିର୍ଗିଜିସ୍ତାନର ରାଜଧାନୀ ବିଶେକେକରେ ଆୟୋଜିତ ଚାଲିଥିବା ଏସସିଓ ସମ୍ମିଳନୀରେ ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଚଳିତ ବର୍ଷ ଭାରତ-ଚାଇନା ଦ୍ୱିପାକ୍ଷିକ ଆଲୋଚନାକୁ ୭୦ ବର୍ଷ ପୂରୁଛି। ଏହାକୁ ସ୍ମରଣୀୟ କରିବା ପାଇଁ ଦୁଇଦେଶ ମଧ୍ୟରେ ୭୦ଟି କାର୍ଯ୍ୟକ୍ରମ କରାଯିବ। ଉଭୟ ଦେଶରେ ୩୫ଟି ଲେଖାଏ କାର୍ଯ୍ୟକ୍ରମ କରାଯିବ। ଉଭୟ ମୋଦି ଏବଂ ଜିନପିଙ୍ଗ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ଅର୍ପଣ କରିଛନ୍ତି। ଏହି ଅବସରରେ ସେ ଜିନପିଙ୍ଗଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି।


All Right Reserved By Dharitri.Com

ଅଚେତ ନ କରି ଯୁବତୀର ବ୍ରେନ ସର୍ଜରୀ କଲେ ଡାକ୍ତର, ହଜାର ହଜାର ଲୋକ ଦେଖିଲେ ଫେସବୁକ୍‌ ଲାଇଭ

ଲଣ୍ଡନ,୨।୧୧: ଚିକିତ୍ସା ଇତିହାସରେ ପ୍ରଥମ ଥର ରୋଗୀକୁ ଅଚେତ ନ କରି ବ୍ରେନ ସର୍ଜରୀ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଶୁଣିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଥିଲେ...

ମାସକ ମଧ୍ୟରେ ଇମ୍ରାନଙ୍କୁ ପଦରୁ ହଟାଇ ପାରେ ପାକ୍‌ ସେନା

ଇସ୍‌ଲାମାବାଦ,୧୨।୯: ପାକିସ୍ତାନ ସେନା ଆସନ୍ତା ମାସକ ମଧ୍ୟରେ ବଡ ଧରଣର ଅଦଳ ବଦଳ କରିପାରେ ବୋଲି ସୂଚନା ମିଳିଛି। ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ହଟାଇ...

ଭାରତ ସମର୍ଥନରେ ବ୍ରିଟିଶ୍‌ ଏମ୍‌ପି: କହିଲେ, ପିଓକେ ଖାଲି କରୁ ପାକିସ୍ତାନ

ଲଣ୍ଡନ, ୧୫।୯: କଶ୍ମୀର ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଛନ୍ତି ବ୍ରିଟିଶ ଏମ୍‌ପି ବବ୍‌ ବ୍ଲାକ୍‌ମ୍ୟାନ୍‌। ସେ କହିଛନ୍ତି, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଭାରତର ଅଭିନ୍ନ ଅଙ୍ଗ।...

କରୋନା ଭାଇରସ: ଚାଇନାର ହୁବଇ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୨୧ଶହ ଟପିଲା

ବେଜିଂ,୨୧।୨: ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ମଧ୍ୟ ବ୍ୟାପିସାରିଛି। ତେବେ ଚାଇନାର ହୁବଇ ଅଞ୍ଚଳରେ...

ଅଷ୍ଟ୍ରେଲିଆ ନିର୍ବାଚନ: ଭୋଟ ନ ଦେଲେ ଦେବାକୁ ପଡିବ ଏକ ହଜାର ଟଙ୍କା ଜରିମାନା

କାନବେରା,୧୮।୫: ଅଷ୍ଟ୍ରେଲିଆରେ ଶନିବାର ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତେବେ ୧୯୨୪ରୁ ସରକାର ଏଠାରେ ମତଦାନକୁ ଅନିର୍ବାଜ୍ୟ କରିବା ଫଳରେ ଏଠାରେ...

ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କଲା ପାକିସ୍ତାନ କୋର୍ଟ

ଇସଲାମାବାଦ୍‌, ୧୭।୬: ପାକିସ୍ତାନର ରାଓ୍ବଲପିଣ୍ଡିର ଏକ କୋର୍ଟ ଜଣେ ମାନସିକ ରୋଗଗ୍ରସ୍ତ ଯୁବକଙ୍କ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି କରିଛି। ଯୁବକଙ୍କୁ ଫାଶିଦଣ୍ଡ ଦିଆଯିବ ବୋଲି...

ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଲେ ଦକ୍ଷିଣ ଆଫ୍ରିକା ସୁନ୍ଦରୀ

ଆଟଲାଣ୍ଟା,୯।୧୨: ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁନଜୀ ୨୦୧୯ର ମିସ୍‌ ୟୁନିଭର୍ସ ବା ବିଶ୍ୱ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ରବିବାର ଆମେରିକାର ଆଟଲାଣ୍ଟାଠାରେ ଆୟୋଜିତ ଉତ୍ସବରେ ସେ...

ଅସ୍ତ୍ର ବାଣିଜ୍ୟ ଚୁକ୍ତିରୁ ଓହରିବ ଆମେରିକା

ଇଣ୍ଡିଆନାପୋଲିସ୍‌,୨୮ା୪: ଅନ୍ତର୍ଜାତୀୟ ଅସ୍ତ୍ର ବ୍ୟବସାୟ ରାଜିନାମା (ଏଟିଟି)ରୁ ଆମେରିକା ଓହରିଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ୨୦୧୩ରେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ...

Leave a comment

Your email address will not be published. Required fields are marked *