ବନସ୍ତେ ଡାକିଲା ଗଜ…

ଉତ୍ସବ ମୁଖର କେନ୍ଦୁଝର

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରର ସଂସ୍କୃତି ସହ ରଜ ଓତଃପ୍ରୋତ ଭାବେ ଜଡ଼ିତ। ଏଥିଲାଗି ପିଲାଠୁ ବୁଢ଼ାଯାଏ ସମସ୍ତଙ୍କ ମନରେ ଭରିଥାଏ ଉନ୍ମାଦନା।ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଦୋଳି ଖେଳି ଓ ନାଚଗୀତ କରି ରଜ ପାଳିଥାନ୍ତି।

‘ବନସ୍ତେ ଡାକିଲା ଗଜ, ବରଷକୁ ଥରେ ଆସିଛି ରଜ, ଆସିଛି ରଜଲୋ ଘେନି ନୂଆ ସଜବାଜ’। ହଁ ଆଜି ପହିଲି ରଜ। କୃଷିଭିତ୍ତିକ ଏହି ପର୍ବକୁ ଗଁ।ଠୁ ସହର ପ୍ରତିଟି ଓଡ଼ିଆ ପରିବାର ପାଳିଥାନ୍ତି। ବିଶେଷକରି କେନ୍ଦୁଝର ଜିଲାରେ ରଜ ପର୍ବ ନିଆରା ଢଙ୍ଗରେ ପାଳିତ ହୋଇଥାଏ।
ଆଦିବାସୀ ଅଧ୍ୟୁଷିତ କେନ୍ଦୁଝରର ସଂସ୍କୃତି ସହ ରଜ ଓତଃପ୍ରୋତ ଭାବେ ଜଡ଼ିତ। ପୂର୍ବରୁ ଜିଲାରେ ୩ରୁ ୭ ଦିନ ଧରି ପାଳିତ ହେଉଥିଲା ଏହି ପର୍ବ। ଏହି ଦିନଗୁଡିକରେ ନୂଆ ବସ୍ତ୍ର ପିନ୍ଧି ପିଠାପଣା ଖାଇ ଦୋଳି ଖେଳି ଓ ନାଚଗୀତ କରି ରଜ ପାଳିଥାନ୍ତି। ପିଲାଠୁ ବଡ଼ ଯାଏ ସମସ୍ତଙ୍କ ମନରେ ଭରିଦିଏ ଉନ୍ମାଦନା। ଏହି ଦିନରେ ପରିବାର ଲୋକେ ଯେଉଁଠି ବି ଥାଆନ୍ତୁନା କାହିଁକି ଏକାଠି ହୋଇଥାନ୍ତି ବୋଲି ବରିଷ୍ଠ ଅଧ୍ୟାପକ ଡ. ଅନିଲ କୁମାର ଦାସ କୁହନ୍ତି।
‘ବିଶେଷକରି ରଜ ପର୍ବ ମହିଳାମାନଙ୍କ ଆନନ୍ଦର ପର୍ବ। ମହିଳାମାନେ ଏହି ତିନିଦିନ ଘରର କୌଣସି କାମ କରନ୍ତି ନାହିଁ। ଏଣୁ ଏଥିପାଇଁ ପୂର୍ବରୁ ପିଠାପଣା ଆଦିର ବ୍ୟବସ୍ଥା କରିଥାନ୍ତି। ଏପରି କି ଆଗରୁ ପାଣି ମଧ୍ୟ ସଂଗ୍ରହ କରିଥାନ୍ତି। ରଜରେ ନୂଆ ଲୁଗା ପିନ୍ଧି, ଗୋଡ଼ରେ ଅଳତା ଲଗାଇ ଆଉ ଓଠକୁ ଲାଲ୍‌ କରିବା ପାଇଁ ଖିଲିପାନ ଖାଇ ପୁଚି, ବାଗୁଡି ଆଦି ଖେଳ ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି ନୃତ୍ୟଗୀତ ଗାଇ ଦୋଳି ଖେଳରେ ମଜ୍ଜିଯାଆନ୍ତି ବୋଲି କୁହନ୍ତି ବରିଷ୍ଠ ସାହିତି୍ୟକ ରାମକୃଷ୍ଣ ମହାପାତ୍ର।
କାଠରେ ଦୋଳି ନିର୍ମାଣ କରାଯାଇଥାଏ। ‘ଆଗରୁ ପ୍ରତ୍ୟେକ ଗ୍ରାମର ଆମ୍ବତୋଟା ବା ଘରେ ଘରେ ଦୋଳି ହେଉଥିଲା। କିନ୍ତୁ ଜଙ୍ଗଲ ଧ୍ୱଂସ ପାଇବା ଯୋଗୁ ଏହି ପର୍ବ ଆଗଭଳି ପାଳନ ହୋଇପାରୁନାହିଁ ା ଏହାର ସ୍ବରୂପ ବଦଳିଯାଇଛି ବୋଲି ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପୁଟୁଳିଆ, ବୀଣାଝରି, ବିସ୍ତାପାଳ, ଜଳବଙ୍ଗ, ସୀତାବିଞ୍ଜ ଭଳି କେତେକ ଗ୍ରାମ ତଥା ଆନନ୍ଦପୁର ଅଞ୍ଚଳରେ ସ୍ଥାନୀୟ ସଙ୍ଗଠନ ଉଦ୍ୟମରେ ମେଳା ଆୟୋଜନ କରାଯାଉଛି। ବିଭିନ୍ନ ପ୍ରକାର ଦୋଳି ସହିତ ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ସେହିପରି ଜିଲାର ଗୋବର୍ଦ୍ଧନ, ଜାମୁଜୋଡି, ପଟିଲୋ, ବଲାଣୀପଶି, ଜଘିଂରା, ଚମ୍ପୁଆ, ଉଖୁଣ୍ଡା, ଜାଲି, ନୟାଗଡ଼ ଆଦି ଗ୍ରାମରେ ରଜ ପର୍ବ ଧୁମ୍‌ଧାମ୍‌ରେ ପାଳନ ହେଉଛି।
ସେହିପରି ସଦର ବ୍ଲକର ପୁଟୁଳିଆର ବୃହତ୍‌ ରାମଦୋଳି, ଘଟଗାଁ ବ୍ଲକର ବୀଣାଝରିରେ ବହୁ କିସମର ଦୋଳି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେଠାରେ ଦୋଳିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାର ରଜଗୀତ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ତାସ୍‌, ଲୁଡୁ, ବାଗୁଡି ଆଦି ଖେଳ ପ୍ରତିଯୋଗିତା ହୋଇଥାଏ। ସଦର ବ୍ଲକର ବିସ୍ତାପାଳରେ ଆଦିବାସୀ ସଂପ୍ରଦାୟର ମହିଳା ଓ ପୁରୁଷଙ୍କ ରାତିତମାମ ନୃତ୍ୟଗୀତ, ସଦର ବ୍ଲକର ଜଳବଙ୍ଗରେ ରଜବତୀ ବିବାହ ନିଆରା ପରମ୍ପରା ବହୁ ବର୍ଷରୁ ଚାଲିଆସୁଛି। ମାଟିରେ ରଜବତୀ ଓ ବର ମୂର୍ତ୍ତି ତିଆରି କରି ମହିଳାମାନେ ପାରମ୍ପରିକ ରୀତିନୀତିରେ ବାହାଘର କରିଥାନ୍ତି, ଯାହାକୁ ଦେଖିବାକୁ ବହୁ ଲୋକଙ୍କ ଭିଡ଼ ଜମେ। ସେହିପରି ଜିଲାର ପୌରାଣିକ ପୀଠ ସୀତାବିଞ୍ଜରେ ଏହି ଦିନରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ।ଦୋକାନ ବଜାର ଓ ମୀନାବଜାର ବସେ। ଯଦିଓ ଏଠାରେ ଦୋଳିର ବ୍ୟବସ୍ଥା ନାହିଁ, ତଥାପି ଏହି ପୀଠକୁ ଲୋକେ ମାତା ସୀତା, ଲବ ଓ କୁଶଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶନ କରିବାକୁ ଆସିଥାନ୍ତି।
-ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


All Right Reserved By

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବଡବିଲ, ୨୩।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ଥାନା ସେଡିଂ ଅଞ୍ଚଳର ସୁଜାତା କାରୁଆ ନାମ୍ନୀ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଯୌତୁକ ନିର୍ଯାତନା ସହି...

ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି ହାତୀ

ଚମ୍ପୁଆ, ୧୬।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ଉପାନ୍ତ ଚମ୍ପୁଆ ସେକ୍ସନ ଅଧୀନ ବନାଞ୍ଚଳରେ ମାସେ ହେବ ହାତୀ ଉପଦ୍ରବ ଜାରିିରହିଛି। ସେମାନେ ଦିନରେ ଝାଡଖଣ୍ଡ ବନାଞ୍ଚଳରେ...

ଧାନ ତଳି ଉପରେ ୨ ଫୁଟର ପାଣି

ପଦ୍ମପୁର, ୫।୭ (ଡି.ଏନ.ଏ.) – ବିଳମ୍ବିତ ମୌସୁମୀ ବର୍ଷା ପରେ ନଦୀ ଜଳ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତର...

ପଞ୍ଚୁପାଲିରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ

ବାଲିଆପାଳ, ୨୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ପଞ୍ଚୁପାଲିସ୍ଥିତ ପରିଚାଳନା ସଙ୍ଗଠନ ଏବଂ ଓଁଙ୍କାର ପୂଜ୍ୟପୂଜା ସାହିତ୍ୟ ପରିଷଦ ପକ୍ଷରୁ ରବିବାର ମଦ ବିରୋଧରେ ସଚେତନତା ପଦାଯାତ୍ର...

ବାହାନଗାରେ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ବାହାନଗା,୨୩।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ରେଳଷ୍ଟେଶନ ନିକଟ ଲୋପ ଲାଇନ୍‌ରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ...

ଘରୁ ବାହାରିଲା ୩୫ ନାଗଛୁଆ

ଧାମନଗର, ୨୭।୬ (ଡି.ଏନ.ଏ.) – ଧାମନଗର ଗୋଖାଦିକି ସାହିର ଲକ୍ଷ୍ମୀଧର ମଳିକଙ୍କ ମାଟିଘରୁ ବୁଧବାର ୩୫ଟି ନାଗ ଛୁଆ ଉଦ୍ଧାର କରାଯାଇଛି। ଦୁଇ ତିନିଦିନ ଧରି...

ବେଆଇନ ମୋରମ ଖଣି ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)- ସଦର ତହସିଲ ଅନ୍ତର୍ଗତ ତୁଳସୀଚଉରା ଗ୍ରାମରେ ଶନିବାର ମୋରମ ଖଣିରେ ଘଟିଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜସ୍ବ ବିଭାଗର...

ରଙ୍ଗ ମିସ୍ତ୍ରୀ କାମ କରି ସୁନାଗହଣା ନେଇ ଚମ୍ପଟ, ଯାଜପୁର ରେଳଷ୍ଟେଶନରୁ ଅଭିଯୁକ୍ତ ଗିରଫ

ଢେଙ୍କିକୋଟ, ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ତୋରାଣିପୋଖରୀ ଗ୍ରାମର ପ୍ରଶ୍ନଜିତ୍‌ ମିଶ୍ରଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *