ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଘଟଣା : କମାଣ୍ଡାଣ୍ଟଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର,୧୪।୬(ବ୍ୟୁରୋ): ଚନ୍ଦକାସ୍ଥିତ ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଦିଆଯାଉଥିବା ନେଇ ବୁଧବାର ଜଣେ ଟ୍ରେନି ଏସ୍‌ଆଇ ବିଶ୍ୱଜିତ୍‌ ବେହେରା ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ। ଏଥିସହ ଅନ୍ୟ କେତେଜଣ ମଧ୍ୟ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଥିଲେ। ତେବେ ଏସ୍‌ଓଜି କମାଣ୍ଡାଣ୍ଟ୍‌ ଅନିରୁଦ୍ଧ ସିଂଙ୍କ ବିରୋଧରେ ଆସିଥିବା ଦୁର୍ବ୍ୟବହାର ଓ ନିର୍ଯାତନା ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛି ପୋଲିସ ବିଭାଗ। ପୋଲିସ ଡିଜି ଆର୍‌.ପି. ଶର୍ମା ଛୁଟିରେ ଥିବାରୁ ଗୁରୁବାର ଘଟଣା ସଂକ୍ରାନ୍ତରେ କମାଣ୍ଡାଣ୍ଟ୍‌ ସିଂଙ୍କୁ ରିପୋର୍ଟ ତଲବ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ। ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପାଧ୍ୟାୟ କହିଛନ୍ତି।
ଅନ୍ୟପକ୍ଷରେ ନିର୍ଯାତନା ଘଟଣାକୁ ନେଇ ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୋଲିସ ବିଭାଗର ଭିତିରି ଗୁମର ପଦାକୁ ଆସିଛି। ଟ୍ରେନିଂ ସେଣ୍ଟରର ସମସ୍ତ ପରିଚାଳନା, ବିଭିନ୍ନ କାର୍ଯ୍ୟକ୍ରମ ଓ ଆର୍ଥିକ କାରବାର ଉପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନଜର ପଡିଛି। ମିଳିଥିବା ସୂଚନାନୁସାରେ, ଅଭିଯୋଗ ସଂକ୍ରାନ୍ତରେ ତନାଘନା ଆରମ୍ଭ ହୋଇଥିବାବେଳେ କମାଣ୍ଡାଣ୍ଟ୍‌ ସିଂ ମଧ୍ୟ ଏ ସଂକ୍ରାନ୍ତରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅଭିଯୋଗ ଆଣିଥିବା ଏସ୍‌ଆଇ ବେହେରାଙ୍କ ନାଁରେ ମଧ୍ୟ ମୌଖିକ ଭାବେ କେତେକ ଅଭିଯୋଗ କରିଛନ୍ତି। ଏସବୁ ଘଟଣାକୁ ନେଇ ଏସଆଇ ବେହେରା କହିଛନ୍ତି, ପୂର୍ବରୁ ଯେତେବେଳେ ଟ୍ରେନିଂ ପାଇଁ ଆସିଥିଲି ସେତେବେଳେ ମୋର ଲିଗାମେଣ୍ଟ ସମସ୍ୟା ରହିଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେଠାରୁ ତାଙ୍କୁ ଟ୍ରେନିଂ ନେବାକୁ ମନା କରାଯାଇଥିଲା। ଟ୍ରେନିଂ ସେଣ୍ଟରରେ କୌଣସି ପ୍ରକାର ଠକି ନାହାନ୍ତି କି ଲୁଚିକରି ଯାଇନାହାନ୍ତି। ଟ୍ରେନିଂ ସମୟରେ ୨ଟି ପ୍ରୋସିଡିଂ ଥିବା ନେଇ ଯେଉଁ ଅଭିଯୋଗ ଅଣାଯାଉଛି ତାହାର ବାସ୍ତବତା ଉପସ୍ଥାପନ କରାଯାଉ। ଟ୍ରେନିଂ ସମୟରେ କମାଣ୍ଡାଣ୍ଟ ସିଂ ଯେଭଳି ଭାବେ ଖରାପ ବ୍ୟବହାର କରିବା ସହ ନିର୍ଯାତନା ଦେଇଛନ୍ତି ତାହା ଠିକ୍‌ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଏସ୍‌ଓଜି ଟ୍ରେନିଂ ସେଣ୍ଟରରେ ନିର୍ଯାତନା ଦିଆଯାଉଥିବା ନେଇ କେନ୍ଦୁଝର ଜିଲା ଘଟଗାଁ ଥାନାର ଏସ୍‌ଆଇ ବେହେରା ମଧ୍ୟ କମାଣ୍ଟାଣ୍ଟ୍‌ ତଥା ଆଇପିଏସ୍‌ ଅଧିକାରୀ ଅନିରୁଦ୍ଧ ସିଂଙ୍କ ବିରୋଧରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓ ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କ ନିକଟକୁ ଅନ୍‌ଲାଇନ୍‌ରେ ଅଭିଯୋଗ ପଠାଇଛନ୍ତି।


All Right Reserved By Dharitri.Com

ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟରେ ବାଇକ୍‌ ରାଲି: ୨୫ ଜଣଙ୍କ ନାମରେ ଚାଲାଣ କାଟିଲା ପୋଲିସ

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ)- ବିଜେଡି ପ୍ରତିଷ୍ଠା ଦିବସରେ ବିନା ହେଲ୍‌ମେଟରେ ବାଇକ ରାଲି ମହଙ୍ଗା ପଡ଼ିଛି। କମିଶନରେଟ ପୋଲିସ ସିସି ଟିଭି ଫୁଟେଜକୁ ଯାଞ୍ଚ କରି ପ୍ରାଥମିକ...

ବିମାନର ଜରୁରୀ ଅବତରଣ ସତ୍ତ୍ୱେ ଅସୁସ୍ଥ ଯାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର,୮।୯(ବ୍ୟୁରୋ): ଚେନ୍ନାଇରୁ କୋଲକାତା ଯାଉଥିବା ସ୍ପାଇସ-୬୨୩ ଜେଟ୍‌ ବିମାନ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି। ଜଣେ ଯାତ୍ରୀଙ୍କ ଅସୁସ୍ଥତା ଯୋଗୁ ବିମାନଟିକୁ...

ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ଅଭୂତପୂର୍ବ ସମର୍ଥନ: ୪୦ ଦିନରେ ୭୫ ପ୍ରତିଶତ ଜମି ସଂଗ୍ରହ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ଶ୍ରୀମନ୍ଦିର ନିମନ୍ତେ ନିରାପତ୍ତା ବଳୟ ସୃଷ୍ଟି ପାଇଁ ଏହାର ୭୫ ମିଟର ପରିସରରେ ଥିବା ସ୍ଥାବର ସମ୍ପତ୍ତି ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ନଦୀକୁ ବିପଦ ବର୍ଜ୍ୟପାଣି

ଭୁବନେଶ୍ୱର,୩।୧୨: (ବ୍ୟୁରୋ): ଓଡ଼ିଶାରେ ବଡ଼ ନଦୀ ସମେତ ଉପନଦୀକୁ ମିଶାଇ ପ୍ରାୟ ୩୩ଟି ନଦୀ ବିଭିନ୍ନ ଜିଲା ଦେଇ ପ୍ରବାହିତ ହେଉଛି। ଜଳବାୟୁ ପରିବର୍ତ୍ତନ ସହ...

ରାଜ୍ୟରେ ୧୩ ନିଗମ କ୍ଷତିରେ ଚାଲିଛି: ଖର୍ଚ୍ଚ କମାଇବା ପାଇଁ ସ୍ବେଚ୍ଛାକୃତ ଅବସର ଯୋଜନା

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ ୩୬ଟି ନିଗମ ଅଛି। ସେଥିରେ ୧୦,୪୭୩ ପଦବୀ ଖାଲି ରହିଛି। ନିଗମଗୁଡ଼ିକ ମଧ୍ୟରୁ ୨୩ଟି ଲାଭ କରୁଥିବା ବେଳେ ୧୩ଟି କ୍ଷତିରେ ଚାଲୁଛି।...

ସ୍କୁଲ ବ୍ୟାଗ୍‌ ଓଜନ ସମ୍ପର୍କିତ ଜନସ୍ବାର୍ଥ ମାମଲା: ୪ ସପ୍ତାହରେ ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ

କଟକ ଅଫିସ,୬।୮: ରାଜ୍ୟରେ ସ୍କୁଲ ଛାତ୍ରୀଛାତ୍ରଙ୍କ ବ୍ୟାଗ ଓଜନକୁ ନେଇ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ୪ମାସ ମଧ୍ୟରେ ଉକ୍ତ ନିୟମ କଡ଼ାକଡ଼ି...

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ଇସ୍ତଫା ଦାବିକଲା ଭାଜପା

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ଦାୟିତ୍ୱ। ଏହା ବିଜେଡିର ରାଜନୈତିକ ପଦବୀ ନୁହେଁ । ଯାଜପୁର ଜିଲାର ପିଇଓ ସ୍ମିତାରାଣୀ...

ଚର୍ଚ୍ଚାରେ କଂଗ୍ରେସ ସାଂଗଠନିକ ନେତୃତ୍ୱ: ଯୁବ ସଭାପତି ଚୟନକୁ ନେଇ ବଢୁଛି ଅଡୁଆ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ପୁଣିଥରେ କଂଗ୍ରେସର ସାଙ୍ଗଠନିକ ନେତୃତ୍ୱକୁ ନେଇ ବିବାଦ ଦେଖିବାକୁ ମିଳିଛି। ଗୋଟିଏ ପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱରୁ ହଟାଇବା ପାଇଁ...

Leave a comment

Your email address will not be published. Required fields are marked *