ଅଗଷ୍ଟ ପୂର୍ବରୁ ମିଳିପାରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ବର୍ତ୍ତମାନ ସାରା ଦେଶରେ ବିମାନ ସେବା ବନ୍ଦ ରହିଛି। ଚଳିତ ମାସ ୨୫ ତାରିଖରୁ ଘରୋଇ ବଜାରରେ ବିମାନ ସେବା ପୁଣି ଥରେ ଶୁଭାରମ୍ଭ କରିବା ଲାଗି ସରକାର ନିକଟରେ ଘୋଷଣା କରିଛନ୍ତି। ସେହିଭଳି ଅଗଷ୍ଟ ପୂର୍ବରୁ ଅନ୍ତର୍ଜାତୀୟ ବିମାନ ସେବା ଲୋକଙ୍କୁ ମିଳିପାରେ। ଏହାପୂର୍ବରୁ ଉକ୍ତ ସେବା ଯୋଗାଇଦେବାକୁ ସରକାର ଚେଷ୍ଟା କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଶନିବାର ସୂଚନା ଦେଇଛନ୍ତି। ସ୍ଥିତିକୁ ଦେଖି ସରକାର ସବୁ ପ୍ରକାର ପଦକ୍ଷେପ ନେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। କରୋନା ଭାଇରସ୍‌ ଜନୀତ ଲକ୍‌ଡାଉନ ଲାଗି ସରକାର ମାର୍ଚ୍ଚ ୨୫ଠାରୁ ସବୁ ଫ୍ଲାଇଟ ସେବାକୁ ବନ୍ଦ କରିଦେଇଛନ୍ତି। ବନ୍ଦେ ଭାରତ ମିଶନ ଦ୍ୱାରା ବର୍ତ୍ତମାନ ସୁଦ୍ଧା ୫୦ ହଜାର ଲୋକଙ୍କୁ ବିଦେଶରୁ ଫେରାଇ ଅଣାଯାଇଛି। ପରିବର୍ତ୍ତିତ ଆଇନ ଅନୁସାରେ ଲୋକଙ୍କୁ ବିମାନ ସେବା ଉପଲବ୍ଧ ହେଉଛି।


All Right Reserved By Dharitri.Com

୨୦୨୪ ଯାଏ ୬.୬% ରହିବ ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ,୩-୧୧: ୨୦୨୦-୨୪ ଯାଏ ଭାରତର ଜିଡିପି ଅଭିବୃଦ୍ଧି ବାର୍ଷିକ ୬.୬% ହାରରେ ବୃଦ୍ଧି ଘଟିବ। ଏହା ୨୦୧୩-୧୭ ମଧ୍ୟରେ ହୋଇଥିବା ହାରାହାରି ୭.୩% ଅଭିବୃଦ୍ଧି ହାର...

ବଛାବଛା ସ୍ଥାନକୁ ବିମାନ ସେବା ଦେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୪: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ପକ୍ଷରୁ ବଛାବଛା ସ୍ଥାନକୁ ମେ ୪ରୁ ବିମାନ ସେବା ପ୍ରଦାନ କରାଯିବ। ଚାହିଦା ଭିତ୍ତିରେ ଏହି ସେବା...

ଜୁଲାଇ ସୁଦ୍ଧା ପିଏମ୍‌ କିଷାନରେ ୭୦ ମିଲିୟନ ଚାଷୀ ଯୋଡି ହେବେ

ନୂଆଦିଲ୍ଲୀ,୨୧-୭: କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଘୋଷଣା ହୋଇଛି। ତେବେ ଏହି ଯୋଜନାରେ ଏବେ ଅଧିକ...

୬ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଲା ଟଙ୍କା

ନୂଆଦିଲ୍ଲୀ,୨୦-୮: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଧାରା ଲାଗି ରହିଛି। ସୋମବାର ଏହା ୨୯ ପଇସା ହ୍ରାସ ସହ ୬ ମାସର ସର୍ବନିମ୍ନ ସ୍ତର...

୫୬ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସ୍ଥିତି ଅତ୍ୟଧିକ ଖରାପ

ନୂଆଦିଲ୍ଲୀ,୧୬-୭: ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦେଶରେ ରାଷ୍ଟ୍ରାୟତ୍ତ କମ୍ପାନୀଙ୍କ ସଂଖ୍ୟା ଗତ ୩ ବର୍ଷରେ ବଢ଼ିଚାଲିଛି। ୨୦୧୫-୧୬ରେ ଏହି ସଂଖ୍ୟା ୪୮ ଥିବା ବେଳେ ୨୦୧୭-୧୮ରେ...

ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ରୁକୋ କାର୍ଯ୍ୟକ୍ରମ

ଭୁବନେଶ୍ୱର,୪-୧୦: ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ୧୦୦ ସହରରେ ରନ୍ଧନ ତୈଳର ପୁନଃବ୍ୟବହାର ଲାଗି ସଚେତନତା କାର୍ଯ୍ୟକ୍ରମ ରୁକୋ ଶୁଭାରମ୍ଭ...

ସପ୍ତାହେ ସୁଦ୍ଧା ସମ୍ପୂର୍ଣ୍ଣ ଠିକ୍‌ ହେବ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ

ଭୁବନେଶ୍ୱର,୨୮-୫: ଫନୀ ଯୋଗୁ ରାଜ୍ୟରେ ବିଏସ୍‌ଏନ୍‌ଏଲ୍‌ ନେଟଓ୍ବର୍କ କ୍ଷତିଗ୍ରସ୍ତ ହୋଇଛି। ନେଟଓ୍ବର୍କ ପୁନରୁଦ୍ଧାର କାର୍ଯ୍ୟ ତ୍ୱରିତ ଭିତ୍ତିରେ ଜାରି ରହିଛି। ଏଭଳି ସ୍ଥିତିରେ ଗ୍ରାହକମାନେ ଲ୍ୟାଣ୍ଡ...

ବ୍ୟାଙ୍କିଙ୍ଗ୍‌ ଶିଳ୍ପ ସମସ୍ୟାକୁ ନେଇ ଅଭିଜିତ ବାନାର୍ଜୀଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୨୩-୧୦: ଭାରତର ବ୍ୟାଙ୍କିଙ୍ଗ ଶିଳ୍ପରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ନେଇ ନୋବେଲ ବିଜେତା ଅଭିଜିତ ବାନାର୍ଜୀ ଉଦବେଗ ପ୍ରକାଶ କରିଛନ୍ତି। ଉକ୍ତ କ୍ଷେତ୍ର ସମସ୍ୟା...

Leave a comment

Your email address will not be published. Required fields are marked *