ବଢୁଛି ଆମେରିକା ଅତି ଧନୀଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୨୪।୫: କରୋନା ପାଇଁ ସାରା ବିଶ୍ୱ ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଭୂତାଣୁକୁ ରୋକିବା ଲାଗି ବିଭିନ୍ନ ଦେଶ ଲକ୍‌ଡାଉନ ହେବା ଯୋଗୁ ଆର୍ଥତ୍କ କାର୍ଯ୍ୟକଳାପ ଠପ୍‌ ହୋଇ ପଡ଼ିଛି। କରୋନାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ମହାମାରୀ ଘୋଷଣା କରିଛି। ଏଭଳି ସମୟରେ ବାଣିଜ୍ୟ କାରବାର କ୍ଷତି ହେଉଥିବା ବେଳେ ଛଟେଇ ଭଳି ଘଟଣା ସାମ୍ନାକୁ ଆସିଛି। ମାତ୍ର ଆମେରିକାର ଅତି ଧନୀଙ୍କ ମୋଟ ମିଳିତ ସମ୍ପତ୍ତି କଥା ବିଚାରକୁ ନେଲେ ଏଥିରେ ବୃଦ୍ଧି ଘଟୁଥିବା ଜଣାପଡ଼ିଛି। ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ଏବଂ ଟେସ୍‌ଲାର ମୁଖ୍ୟ ଏଲୋନ ମସ୍କଙ୍କ ଭଳି ବ୍ୟକ୍ତିବିଶେଷଙ୍କ ସମ୍ପତ୍ତି ପ୍ରାୟ ୧୦% ବୃଦ୍ଧି ଘଟିଛି। ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ପଲିସି ଷ୍ଟଡିଜ୍‌ (ଆଇପିଏସ୍‌) ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଏଭଳି ତଥ୍ୟ ରହିଥିବା ଜଣାପଡ଼ିଛି।
ଗୋଟିଏ ପଟେ ଆମେରିକାର ଅତି ଧନୀଙ୍କ ସମ୍ପତ୍ତି ବଢୁଥିବା ବେଳେ ପ୍ରାୟ ୨୨ ନିୟୁତ ଲୋକ ବେକାରି ପାଇଁ ସରକାର ସୁବିଧା ସୁଯୋଗ ପ୍ରଦାନ କରନ୍ତୁ ବୋଲି ଫାଇଲିଂ କରିଥିବା ରଏଟର୍ସ ପକ୍ଷରୁ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ବିଶ୍ୱ ମାନ୍ଦାବସ୍ଥା ସହ ଜୁଝୁଥିବା ବେଳେ କରୋନା ଏହି ସମସ୍ୟାକୁ ଆହୁରି ବଢାଇ ଦେଇଛି। ଲୋକମାନେ ବର୍ତ୍ତମାନ ଘରୁ କାମ କରୁଛନ୍ତି। ଟେକ୍ନୋଲୋଜି ଏବଂ ଭିଡିଓ କନ୍‌ଫରେନ୍ସିଂ ଆପ୍‌ଗୁଡ଼ିକର ଚାହିଦା ବଢ଼ିଛି। ଫଳରେ କମ୍ପାନୀଗୁଡ଼ିକର ବିଲିୟନେୟାର ପ୍ରତିଷ୍ଠାତାଙ୍କ ନେଟ୍‌ଓ୍ବର୍ଥ ବଢୁଥିବା ଦେଖାଯାଉଛି। ଚଳିତ ବର୍ଷ ଜାନୁୟାରୀରୁ ଏପ୍ରିଲ ଯାଏ ଆମେରିକାର ୩୪ ବିଲିୟନାରୀଙ୍କ ସମ୍ପତ୍ତିରେ ଏଭଳି ବୃଦ୍ଧି ଦେଖାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ଆଇପିଏସ୍‌ ରିପୋର୍ଟ ମୁତାବକ, ୮ ବିଲିୟନେୟାରଙ୍କ ମୋଟ ସମ୍ପତ୍ତିରେ ୧ ବିଲିୟନ ଲେଖାଏ ବୃଦ୍ଧି ଘଟିଛି। ଜେଫ୍‌ ବେଜୋସ, ଜୁମ୍‌ ଭିଡିଓ କମ୍ୟୁନିକେଶନ୍ସ ଇଙ୍କ୍‌ର ପ୍ରତିଷ୍ଠାତା ଏରିକ୍‌ ଉଆନ, ଏଲନ ମସ୍କ ରହିଛନ୍ତି। ଟେସ୍‌ଲାରେ ୧୮.୫% ଅଂଶଧନ ରହିଛି ା ଚଳିତ ବର୍ଷ ଆରମ୍ଭରୁ କମ୍ପାନୀର ଶେୟାରରେ ୭୩% ବୃଦ୍ଧି ଘଟିଛି। ଜେଫ୍‌ ବେଜୋସ ଆମାଜନର ୧୫.୧% ଷ୍ଟକ୍‌ ହାସଲ କରିଥିବା ବେଳେ ଏଥିରେ ୩୧% ବୃଦ୍ଧି ଘଟିଥିବା ଜଣାପଡ଼ିଛି। ଲୋକମାନେ ବର୍ତ୍ତମାନ ଘରେ ରହୁଥିବାରୁ ଅନ୍‌ଲାଇନ ଅର୍ଡରରେ ବୃଦ୍ଧି ଦେଖାଯାଇଛି। ଗତ ଦଶନ୍ଧିରେ ୟୁଏସ୍‌ ବିଲିୟନେୟାରଙ୍କ ସମ୍ପତ୍ତିରେ ୮୦.୬% ବୃଦ୍ଧି ହୋଇଥିଲା।


All Right Reserved By Dharitri.Com

ଆସିଲା ମାରୁତି ସୁଜୁକି ଏକ୍ସଏଲ୍‌୬

ଭୁବନେଶ୍ୱର, ୨୪-୮(ବ୍ୟୁରୋ): ମାରୁତି ସୁଜୁକି ପକ୍ଷରୁ ନୂଆ ଏକ୍ସଏଲ୍‌୬ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସ୍ଥାନୀୟ ରାଜଭବନ ରୋଡ ସ୍ଥିତ ନେକ୍ସା ଶୋ’ରୁମରେ ଏହାର...

ଏସ୍‌ବିଆଇ ଲାଇଫର ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ

ଭୁବନେଶ୍ୱର,୧୮-୪: ଏସ୍‌ବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ସ୍ଥାନୀୟ ଇନଫୋସିଟି ଇନଫିନିଆ ଟାଓ୍ବାରରେ ନୂଆ ଆଞ୍ଚଳିକ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଛି। ଏସ୍‌ବିଆଇ ଲାଇଫର ଏମ୍‌ଡି ତଥା ସିିଇଓ...

ଭେଣ୍ଡର ବକେୟା ଶୀଘ୍ର ପ୍ରଦାନ ନେଇ ରାଷ୍ଟ୍ରାୟତ୍ତ ସଂସ୍ଥାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୯-୯: ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହି ଧାରାରେ ଆସନ୍ତା ମାସ ୧୫ ସୁଦ୍ଧା...

ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ଆସିବ ପ୍ୟାକେଜ

ନୂଆଦିଲ୍ଲୀ,୬-୧୧: ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ସରକାର ନୂଆ ପ୍ୟାଜେକ ଘୋଷଣା କରିବେ। ଏହି କ୍ଷେତ୍ର ସାମ୍ନାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର...

ପୀୟୂଷ ଗୋୟଲଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୫: ଗୁରୁବାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ତାଙ୍କର ନୂଆ ମନ୍ତ୍ରୀମଣ୍ଡଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋଦିଙ୍କ ପ୍ରଥମ ପାଳିରେ ରେଳ ମନ୍ତ୍ରଣାଳୟ...

ଆଜିଠୁ ଇ-ଟିକେଟରେ ଆଦାୟ ହେବ ସର୍ଭିସ ଚାର୍ଜ; ଅଣ ଏସିରେ ୧୫, ଏସିରେ ୩୦ଲାଗିବ

ନୂଆଦିଲ୍ଲୀ,୧-୯: ରବିବାରଠାରୁ ଆଇଆର୍‌ସିଟିସିରୁ ଇ-ଟିକେଟ କିଣିବା ମହଙ୍ଗା ହେବ। ସେପ୍ଟେମ୍ବର ପହିଲାରୁ ଇ-ଟିକେଟ ଉପରେ ସର୍ଭିସ ଚାର୍ଜ ଆଦାୟ କରାଯିବ ବୋଲି ରେଲଓ୍ବେ ପକ୍ଷରୁ ପୂର୍ବରୁ...

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି...

ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୭୦ ହଜାର ଆବେଦନ

ନୂଆଦିଲ୍ଲୀ,୧୨-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ହଜାର...

Leave a comment

Your email address will not be published. Required fields are marked *