Posted inଜାତୀୟ

ସ୍ପେସ୍‌ ଷ୍ଟେଶନ ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ଭାରତ ୨୦୩୦ ସୁଦ୍ଧା ନିଜସ୍ବ ସ୍ପେସ୍‌ ଷ୍ଟେଶନ ଲଞ୍ଚ୍‌ କରିବାକୁ ଯୋଜନା କରିଥିବା ଇସ୍ରୋ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌)ର ଅଧ୍ୟକ୍ଷ କେ. ଶିବନ୍‌ ପ୍ରକାଶ କରିଛନ୍ତି। ଉକ୍ତ ସ୍ପେସ୍‌ ଷ୍ଟେଶନର ଓଜନ ପାଖାପାଖି ୨୦ ଟନ୍‌ ହେବ ବୋଲି ଆକଳନ କରାଯାଇଛି। ଭାରତର ପ୍ରଥମ ମାନବଯୁକ୍ତ ମହାକାଶଯାନ ‘ଗଗନଯାନ ମିଶନ୍‌’ର ଏହାର ସମ୍ପ୍ରସାରିତ ଅଂଶ। ୨୦୨୨ରେ ଗଗନଯାନର ସମ୍ପୂର୍ଣ୍ଣ ସଫଳତା ପରେ ୫ରୁ ୭ବର୍ଷ ମଧ୍ୟରେ ଭାରତ ଏକ ପୃଥକ୍‌ ସ୍ପେସ୍‌ ଷ୍ଟେଶନ୍‌ ମହାକାଶରେ ସ୍ଥାପନ କରିବ। ଉକ୍ତ ଷ୍ଟେଶନ୍‌ରେ ମାଇକ୍ରୋଗ୍ରାଭିଟି ଏକ୍ସପେରିମେଣ୍ଟ (ଅଣୁମାଧ୍ୟାକର୍ଷଣ ପର୍ଯ୍ୟବେକ୍ଷଣ) କରାଯିବ ବୋଲି ଶିବନ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମହାକାଶଚାରୀମାନେ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ମହାକାଶରେ ଯେପରି ରହିପାରିବେ ତାହାକୁ ଦୃଷ୍ଟିରେ ରଖି ଏକ ପ୍ରାଥମିକ ଯୋଜନା ପ୍ରସ୍ତୁତ କରାଯାଉଛି। କିନ୍ତୁ ଗଗନଯାନର ସଫଳତା ପରେ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ। ଏହି ପ୍ରକଳ୍ପ ପାଇଁ କୌଣସି ଦେଶର ସହଯୋଗ ଲୋଡାଯିବ ନାହିଁ ବୋଲି ଶିବନ୍‌ କହିଛନ୍ତି।
ଏ ପର୍ଯ୍ୟନ୍ତ ଆମେରିକା, ରୁଷିଆ, ଚାଇନା ଏବଂ କେତେକ ରାଷ୍ଟ୍ର ସାମୂହିକ ଉଦ୍ୟମରେ ମହାକାଶରେ ସ୍ପେସ୍‌ ଷ୍ଟେଶନ୍‌ ସ୍ଥାପନ କରିଛନ୍ତି। ଏଥିସହିତ ସୂର୍ଯ୍ୟ ଓ ଶୁକ୍ର ସମ୍ପର୍କରେ ଅଧ୍ୟୟନ ପାଇଁ ଅନ୍ୟ ଦୁଇଟି ମିଶନ୍‌ ଯଥାକ୍ରମେ ୨୦୨୦ ଓ ୨୦୨୩ରେ ଲଞ୍ଚ୍‌ କରାଯିବା ବୋଲି ଶିବନ୍‌ ଘୋଷଣା କରିଛନ୍ତି।

ସ୍ପେସ୍‌ ଷ୍ଟେଶନର ଉଦ୍ଦେଶ୍ୟ

ସ୍ପେସ୍‌ ଷ୍ଟେଶନକୁ ଅର୍ବିଟାଲ ଷ୍ଟେଶନ୍‌ ବା ଅର୍ବିଟାଲ୍‌ ସ୍ପେସ୍‌ ଷ୍ଟେଶନ୍‌ ମଧ୍ୟ କୁହାଯାଏ। ଏହା ଏକ ସ୍ପେସ୍‌କ୍ରାଫ୍ଟ ଯାହା ମହାକାଶଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ସହାୟତା କରିଥାଏ। ଏହା ସାଧାରଣତଃ ଏକ କୃତ୍ରିମ ଉପଗ୍ରହ ଯାହାକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରାଯାଏ। ଏଠାରେ ଛୋଟ ସ୍ପେସ୍‌କ୍ରାଫ୍ଟକୁ ମଧ୍ୟ ଆଶ୍ରୟ ଦିଆଯାଏ। ଏ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ସ୍ପେସ୍‌ ଷ୍ଟେଶନ୍‌ ହେଉଛି ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ। ଏହାକୁ ସ୍ଥାୟୀ ଭାବରେ ସ୍ଥାପନ କରାଯାଇଛି। ପୂର୍ବରୁ ସ୍ଥାପିତ ସ୍ପେସ୍‌ ଷ୍ଟେଶନ ହେଉଛି ଆଲମାଜ ଓ ସାଲ୍ୟୁଟ୍‌ ସିରିଜ୍‌, ସ୍କାଏଲାବ, ମିର୍‌, ତିଆନ୍‌ଗଙ୍ଗ-୧ ଏବଂ ତିଆନ୍‌ଗଙ୍ଗ-୨। ଚାଇନା, ରୁଷିଆ, ଆମେରିକା ସମେତ କେତେକ ପ୍ରାଇଭେଟ କମ୍ପାନୀ ଆଗାମୀ ଦଶନ୍ଧିରେ ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।
ବର୍ତ୍ତମାନ ସ୍ପେସ୍‌ ଷ୍ଟେଶନକୁ ଏକ ଗବେଷଣା ପ୍ଲାଟଫର୍ମ ଭାବେ ବ୍ୟବହାର କରାଯାଉଛି। ମାନବ ଶରୀରରେ ମହାକାଶରେ ଦୀର୍ଘରହଣିର ପ୍ରଭାବ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଜାରି ରହିଛି। ସ୍ପେସ୍‌ ଷ୍ଟେଶନକୁ ଉଭୟ ସାମରିକ ଏବଂ ବେସାମରିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଉଛି।


All Right Reserved By Dharitri.Com

ଧୂଳିମାଟି ଖେଳ କମାଇବ ପାଠପଢ଼ା ବୋଝ

ସୁରତ: ସକାଳ ସାଢ଼େ ୬ରୁ ୭ଟା ଭିତରେ ଟ୍ୟୁଶନ୍‌। ୧୦ଟାରୁ ୪ଟା ସ୍କୁଲ। ଏହା ପରେ ପୁଣି ୫ଟାରୁ ଟ୍ୟୁଶନ୍‌। ଘରକୁ ଫେରି ହୋମ୍‌ଓ୍ବାର୍କ। ଏହା...

ଅଗଷ୍ଟ ୬ରେ ମୋଦିଙ୍କୁ ସାକ୍ଷାତ୍‌ କରିବେ ୟେଦୁରପ୍ପା

ନୂଆଦିଲ୍ଲୀ,୩।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ବିଏସ୍‌ ୟେଦୁରପ୍ପା ଆସନ୍ତା ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍‌ କରିବାର କାର୍ଯ୍ୟକ୍ରମ...

ଗୁଲାମ୍‌ନବୀ ଆଜାଦ୍‌ଙ୍କ କଶ୍ମୀର ଗସ୍ତ ବିଫଳ: ଶ୍ରୀନଗର ବିମାନ ବନ୍ଦରରେ ଅଟକ

ନୂଆଦିଲ୍ଲୀ,୮।୮: କଂଗ୍ରେସ ବରିଷ୍ଠ ନେତା ଗୁଲାମ୍‌ନବୀ ଆଜାଦ୍‌ ଗୁରୁବାର କଶ୍ମୀର ଗସ୍ତରେ ଯାଇଛନ୍ତି। ତେବେ ଏହା ବିଫଳ ହୋଇଛି। ତାଙ୍କୁ ଶ୍ରୀନଗର ବିମାନ ବନ୍ଦରରେ ଅଟକ...

ବିଜୟାଦଶମୀରେ ଭାରତକୁ ମିଳିଲା ପ୍ରଥମ ରାଫାଲ ବିମାନ, ‘ଓଁ’ ଲେଖି ପୂଜାର୍ଚ୍ଚନା କଲେ ରାଜନାଥ

ନୂଆଦିଲ୍ଲୀ,୮।୧୦: ବିଜୟାଦଶମୀ ଉପଲକ୍ଷେ ଭାରତକୁ ପ୍ରଥମ ଆର୍‌ବି-୦୦୧ ରାଫାଲ ବିମାନ ମିଳିଛି। ଚୁକ୍ତିନାମା ସ୍ବାକ୍ଷର ହେବାର ତିନି ବର୍ଷ ପରେ ବୁଧବାର ଭାରତକୁ ଫ୍ରାନ୍ସ ଯୁଦ୍ଧ...

ଯେଉଁଠାରେ କିନ୍ନର ହୁଅନ୍ତି ମା’

ରାଜସ୍ଥାନର ଅଜମେରରେ ଥିବା ମହମ୍ମଦ ସରିଫ ଦରଘାରେ ଘଟେ ଅନେକ ଚମତ୍କାର ଘଟଣା। ଯାହା ବିଶ୍ୱାସ ହେଉ ନ ଥିଲେ ବି ସତ ବୋଲି କୁହନ୍ତି...

ଅଗଷ୍ଟ ୧୦ରେ ହେବ ସିଡବ୍ଲ୍ୟୁସି ବୈଠକ

ନୂଆଦିଲ୍ଲୀ,୪।୮:କଂଗ୍ରେସ ଦଳ ବେଳକୁ ବେଳ ପତନ ଆଡକୁ ଗତି କରୁଥିବାରୁ ଏବେ ଚିନ୍ତା ବଢିଯାଇଛି। ଦଳରେ ଏବେ ମୁଖିଆଙ୍କ ଅଭାବକୁ ନେଇ ଆସନ୍ତା ୧୦ ତାରିଖରେ...

ଆଜମ ଖାନ୍‌ଙ୍କୁ ଝଟକା: ଅନ୍ତରୀଣ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ,୨୮।୮: ସମାଜବାଦୀ ପାର୍ଟି(ଏସ୍‌ପି)ର ଏମ୍‌ପି ଆଜମ ଖାନ୍‌ଙ୍କ ବଢ଼ୁଛି ଅଡ଼ୁଆ। ଜିଲା ଅଦାଲତ ଆଜମଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ଏହି...

୧୮ବର୍ଷ ପରେ ପିତାଙ୍କ ଋଣ ଶୁଝିଲେ ପୁଅ

ଜୟପୁର, ୧୦।୬: ରାଜସ୍ଥାନର ହନୁମାନଗଡ ଜିଲାରେ ଜଣେ ଯୁବକ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ମୃତ ପିତାଙ୍କ ୧୮ ବର୍ଷ ପୁରୁଣା ୫୫ ଲକ୍ଷ...

Leave a comment

Your email address will not be published. Required fields are marked *