କୋଭିଡ୍‌-୧୯ କାର୍ଯ୍ୟରେ ନିୟୋଜିତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଜୀବନଗଲା 

ଆନନ୍ଦପୁର,୨୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଗଁପୁର ପଞ୍ଚାୟତ ବରାଙ୍ଗ ଅଙ୍ଗନଓ୍ବାଡ଼ି କେନ୍ଦ୍ର-୧ର କାର୍ଯ୍ୟରତ କର୍ମୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶନିବାର ସକାଳେ ଅଙ୍ଗନଓ୍ବାଡି କର୍ମୀ ପୁଷ୍ପଲତା ଜେନା ତାଙ୍କ ପୁଅଙ୍କ ସହିତ ବାଇକ୍‌ ଯୋଗେ ନୂଆମାଳିଆ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ଯାଉଥିବା ସମୟରେ ରାସ୍ତାରେ ଥିବା ଏକ ହମ୍ପ୍ସରେ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଗୁରୁତର ଅବସ୍ଥାରେ ଅଙ୍ଗନଓ୍ବାଡି କର୍ମୀ  ଏବଂ ତାଙ୍କ ପୁଅକୁ ପ୍ରଥମେ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଅନ୍ୟପଟେ ପୁଅ ଚିକିତ୍ସାଧୀନ ଅଛନ୍ତି।


All Right Reserved By Dharitri.Com

ପାରାଭାଡ଼ି ପାହାଡ଼ରେ ବେଆଇନ ଖନନ

ଚଣ୍ଡିଖୋଲ,୧୩।୩(ଡିଏନଏ): ପ୍ରାଚୀନ ବୌଦ୍ଧ କିର୍ତ୍ତୀରାଜି ପରିପୂର୍ଣ୍ଣ ପାରାଭାଡ଼ି ପାହାଡ଼ ଏବେ ବିପଦରେ। ଏହି ପାହାଡ଼କୁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ହାତକୁ ନେଇଥିବାବେଳେ ଏଠାରୁ ବିଶ୍ୱପ୍ରସିଦ୍ଧ ଖୀ.ପୂ....

୧୪ ଗ୍ରାମ ବ୍ରାଉନସୁଗାର ଜବତ: ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଖୋର୍ଦ୍ଧା ଅଫିସ,୨୭ା୯: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ସ୍ବପ୍ନେଶ୍ୱର ମନ୍ଦିର ନିକଟରୁ ଗୁରୁବାର ଗିରଫ କରିଥିବା କୋରାପୁଟ ଜିଲା ଜୟପୁରର ଟି....

ବାଟବଣା ମା, ପୁଅ ଝାଡ଼ଖଣ୍ଡରୁ ବରଗଡ଼

ବରଗଡ଼ ଅଫିସ୍‌,୭।୫- ଝାଡ଼ଖଣ୍ଡ ରାଜ୍ୟ ସିମଡେଗା ଅଞ୍ଚଳର ଜଣେ ମହିଳା ତାଙ୍କ ଶିଶୁପୁତ୍ରଙ୍କୁ ଧରି ବାଟବଣା ହୋଇ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳକୁ ଚାଲି...

ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ତୁମୁଡିବନ୍ଧ,୩୦ା୧୧(ଡି.ଏନ୍‌.ଏ.): ଜଣେ ନାବାଳିକା(୧୪)ଙ୍କୁ ବଳାତ୍କାର କରାଯାଇଥିବା ନେଇ ତୁମୁଡ଼ିବନ୍ଧ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ପୋଲିସ ନଂ.୮୫/୧୯ରେ ମାମଲା ରୁଜୁକରି ନାବାଳିକାଙ୍କ ପଡୋଶୀ ଶମ୍ଭୁ...

୨୪୩ ବିଦେଶ ଫେରନ୍ତାଙ୍କ ହୋମ୍‌ କ୍ୱାରାଣ୍ଟାଇନ ଅବଧି ସରିଲା

ଛତ୍ରପୁର,୧ା୪(ଡି.ଏନ୍‌.ଏ.)- କରୋନା ଭୂତାଣୁ ପ୍ରତିହତ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟରୁ ଫେରିଥିବା ଲୋକଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିଲା। ତାଙ୍କ ଘରେ ବାହାରେ...

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୨୫ା୬- ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମ ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗ ହୋଇଛି ା ୫ ବର୍ଷିଆ ପାଠ୍ୟକ୍ରମରେ ନିୟମିତ ପରୀକ୍ଷା ପରିଚାଳନା...

ଆୟୁଷ ରାଜ୍ୟର ସର୍ବକନିଷ୍ଠ ୱେବ୍‌ ଡିଜାଇନର

ନାକଟିିଦେଉଳ, ୧।୭ (ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜାମୁଯୋରି ପଞ୍ଚାୟତର ଦୁର୍ଗମ କୁଡ଼ାନାଳୀ ଗ୍ରାମର ସରୋଜ ରାଉତ ଓ ରଶ୍ମିତା ରାଉତଙ୍କ ୧୨...

ବୁଲା କୁକୁରଙ୍କ ପାଇଁ ଦରଦ

ରାଉରକେଲା ଅଫିସ,୧୧ା୪: ପେଶାରେ ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ। ହେଲେ ମନରେ ତାଙ୍କର ଜୀବେ ଦୟା ନୀତି ଭରି ରହିଛି। କରୋନା ପାଇଁ ଲକ୍‌...

Leave a comment

Your email address will not be published. Required fields are marked *