ବାପାଙ୍କ ଏଟିଏମ୍‌ କାର୍ଡ ଆଣିବାକୁ ଯାଇ ଫେରିଲେନି ୩ ଭାଇ: ସୁଡଙ୍ଗରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ

ଆର୍‌.ଉଦୟଗିରି,୨୩।୫: ଗଜପତି ଜିଲା ଅନ୍ତର୍ଗତ ଅଡବା ଥାନାର ବିରିକୋଟ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ଭିତରେ ଥିବା ସୁଡଙ୍ଗ ଭିତରକୁ ଯାଇ ୩ ଭାଇଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବିକ୍ରୀ ମାଝୀ, ସଞ୍ଜୀବ ମାଝୀ ଓ ଜିତୁ ମାଝୀ ।

ସୂଚନାନୁଯାୟୀ, ଶୁକ୍ରବାର ରାତିରେ ଘର ଭିତରେ ଥିବା ସୁଡ଼ଙ୍ଗ ଭିତରୁ ତାଙ୍କ ବାପା ଏଟିମ୍‌ କାର୍ଡ ଆଣିବାକୁ ସଞ୍ଜୀବକୁ କହିଥିଲେ। ସଞ୍ଜୀବ ସୁଡଙ୍ଗ ଭିତରକୁ ଏଟିମ୍‌ ଆଣିବାକୁ ଯାଇଥିଲେ। କିନ୍ତୁ ସେ ନ ଫେରିବାରୁ ବିକ୍ରମ ସଞ୍ଜୀବଙ୍କୁ ଡାକିବାକୁ ଯାଇଥିଲେ। କିନ୍ତୁ ସଞ୍ଜୀବ ଅଚେତ ଅବସ୍ଥାରେ ପଡିଥିବା ଦେଖି ବିକ୍ରମ ସେଠାକୁ ଯାଇ ଚେତା ହରାଇ ବସିଥିଲେ। ଦୁଇଭାଇ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ଜିତୁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ସେ ମଧ୍ୟ ଅଚେତ ହୋଇଯାଇଥିଲେ। ଶେଷରେ ଭଉଣୀ ଏହା ଜାଣିପାରି ପରିବାରଲୋକଙ୍କୁ ଜଣାଇଥିଲେ। ପରେ ପରିବାରଲୋକେ ତିନି ଭାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିରିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦେଖି ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ହେଲେ ସେତେବେଳକୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଘଟଣା ଜଣାପଡ଼ିବା ପରେ ଅଡବା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଥିବା ଜଣାପଡ଼ିଛି। ଅପରପକ୍ଷେ ତିନିଭାଇଙ୍କ ଏଭଳି ମୃତ୍ୟୁ ସନ୍ଦେହ ଉପୁଜାଉଛି ବୋଲି ଚର୍ଚ୍ଚା ହେଉଛି।


All Right Reserved By Dharitri.Com

ବିଶୋଧନ ହେବ ୧୫ ଗଁ।

ଓଡ଼ାପଡ଼ା, ୨୮।୪(ଡି.ଏନ.ଏ.) ମହାମାରୀ କରୋନାର ମୁକାବିଲା ପାଇଁ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ୧୫ ଗଁାକୁ ସମ୍ପୂର୍ଣ୍ଣ...

କଲେଜ ପାଚେରି କାର୍ଯ୍ୟ ନିମ୍ନମାନର ଅଭିଯୋଗ: କାମ ବନ୍ଦକଲେ ସଚେତନ ନାଗରିକ

ଜମନକିରା,୮।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ସଦର ମହକୁମା ଯୁକ୍ତ ୩ ମହାବିଦ୍ୟାଳୟରେ ନିର୍ମାଣାଧୀନ ପାଚେରି କାମ ନିମ୍ନମାନର ଅଭିଯୋଗ କରି ଜମନକିରା ସଚେତନ ନାଗରିକ...

କୋରାପୁଟ ଜିଲାରେ ୬୪୭.୪ ମିମି ବର୍ଷା ରେକର୍ଡ: କୋଟପାଡ ବ୍ଲକରେ ସର୍ବାଧିକ ୧୩୫ ମିମି

କୋରାପୁଟ,୩।୯(ସ୍ବ.ପ୍ର): କୋରାପୁଟ ଜିଲାରେ ମଙ୍ଗଳବାର ୬୪୭.୪ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ା ସେଥିମଧ୍ୟରୁ ଜିଲାର କୋଟପାଡ଼ ବ୍ଲକରେ...

ଅସହାୟଙ୍କ ପାଖରେ ପହଞ୍ଚିଲା ସ୍ବେଚ୍ଛାସେବୀ ଟିମ

ଲୋଇସିଂହା, ୭।୪(ଡି.ଏନ.ଏ)-ମହାମାରୀ କରୋନା ପାଇଁ ସାରା ଦେଶରେ ଲକଡାଉନ ଯୋଗୁ ଅସହାୟ, ଭିନ୍ନକ୍ଷମ ଓ ଶ୍ରମିକ ବର୍ଗର ଲୋକେ ଅସୁବିଧାରେ ପଡିଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ...

ଉଦ୍ଧାର ହରିଣ ଜଙ୍ଗଲରେ ଛଡ଼ାଗଲା

ଭଞ୍ଜନଗର,୨୪।୪(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ବନାଞ୍ଚଳର ବୁଦିଲି ଗ୍ରାମକୁ ଗୁରୁବାର ସକାଳେ ଏକ ହରିଣ ପଶି ଆସିଥିଲା। ହରିଣଟିକୁ କୁକୁର ଗୋଡ଼ାଇଥିଲେ। ଖବରପାଇ...

୨ ବହିଷ୍କୃତ ହେଲେଣି, ୧୪ ଜଣଙ୍କ ନାମରେ ମାମଲା

କବିସୂର୍ଯ୍ୟନଗର,୧୭ା୨: ଗଞ୍ଜାମ ଜିଲାରେ ନକଲି ଶିକ୍ଷକ ଧରପଗଡ଼ ଜୋରଦାର ଚାଲିଛି। କବିସୂର୍ଯ୍ୟନଗର ଏନ୍‌ଏସି ଓ ବ୍ଲକରେ ମଧ୍ୟ ଜାଲ ସାର୍ଟିଫିକେଟ ଦେଇ ଶତାଧିକ ଶିକ୍ଷକ ଶିକ୍ଷକତା କରୁଥିବା...

କନ୍ୟା ଭ୍ରୂଣ ହତ୍ୟା ରୋକିବାକୁ ଗୁରୁତ୍ୱ: ପ୍ରସବ ବିବରଣୀ ଦେବେ ଘରୋଇ କ୍ଲିନିକ୍‌

ଅନୁଗୋଳ ଅଫିସ, ୩୧।୮ – ଜିଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମରେ କଡାକଡି ପାଳନ ହେବ ଲିଙ୍ଗ ନିରୂପଣ ନିରୋଧୀ ସମ୍ପର୍କିତ ପିସିଆଣ୍ଡପିଏନ୍‌ଡିଟି ଆଇନ।...

ବଟି ମାଗିବାକୁ କେନ୍ଦ୍ରକରି ଥାନାରେ ଏତଲା

ଗଞ୍ଜାମ,୧ା୨(ଡି.ଏନ.ଏ.)-ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମରେ ସରକାରଙ୍କ ବସୁଧା ଯୋଜନାରେ ଗ୍ରାମ୍ୟ ଜଳ ଯୋଗାଣ ପକ୍ଷରୁ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ...

Leave a comment

Your email address will not be published. Required fields are marked *