ଚାଇନାରେ ହୋଇନି କୌଣସି ନୂଆ କରୋନା ସଂକ୍ରମଣ

ବେଜିଂ,୨୩।୫: ଜାନୁୟାରୀଠାରୁ ପ୍ରଥମ ଥର ପାଇଁ ଚାଇନାରେ କରୋନା ସଂକ୍ରମଣ ଶୂନରେ ପହଞ୍ଚିଛି। ଶନିବାର ଦେଶରେ କୌଣସି ନୂଆ କରୋନା ସଂକ୍ରମଣ ହୋଇ ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ରେ ପ୍ରକାଶ ପାଇଛି। କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଉହାନରେ ଫେବୃୟାରୀ ମଧ୍ୟଭାଗରେ କରୋନା ସଂକ୍ରମଣ ଶୀର୍ଷରେ ରହିଥିଲା। ପରବର୍ତ୍ତୀ ସମୟରେ ଏହା ଧୀରେଧୀରେ କମିବା ସହିତ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଦେଶରେ ୪ ହଜାର ୬୩୪ ଲୋକଙ୍କ ଜୀବନ କରୋନା ସଂକ୍ରମଣ ଯୋଗୁ ଯାଇଥିବା ସରକାରୀ ଭାବେ କୁହାଯାଉଛି। ଚାଇନାର ଜନସଂଖ୍ୟା ୧୪୦ କୋଟି ଥିବାବେଳେ ଅନ୍ୟ ଛୋଟ ଦେଶ ତୁଳନାରେ ଏଠାରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ତୁଳନାତ୍ମକଭାବେ କମ୍‌ ରହିଥିବା ମର୍ଣ୍ଣିଂ ପୋଷ୍ଟ୍‌ରେ ଉଲ୍ଲେଖ କରାଯାଇଛି।


All Right Reserved By Dharitri.Com

କରୋନା ନେଲାଣି ଲକ୍ଷେ ୬୫ ହଜାର ଜୀବନ: ଆମେରିକାରେ ମୃତକଙ୍କ ସଂଖ୍ୟା ୪୦,୦୦୦ ଟପିଲା

ଓ୍ବାଶିଂଟନ,୨୦।୪: ପୃଥିବୀ ସାରା କରୋନା ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ସୁଦ୍ଧା ପୃଥିବୀରେ ଲକ୍ଷେ ୬୫ ହଜାର ୨୨୯ କରୋନା ସଂକ୍ରମିତଙ୍କ...

ବଲାଙ୍ଗୀର ଜିଲାର ସଂକ୍ରମିତ ଦୁଇ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ୫୩ ଜଣଙ୍କ ସ୍ବାବ ନେଗେଟିଭ

ବଲାଙ୍ଗୀର ଅଫିସ, ୪ା୫: ବଲାଙ୍ଗୀର ଜିଲା ଲିଖିରିଆ ଗାଁର ୨ ଯୁବକ କରୋନା ପଜିଟିଭ ଜଣାପଡିବା ପରେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉଭୟଙ୍କ...

ଇଟାଲିରେ କରୋନା ମୃତ୍ୟୁ ସଂଖ୍ୟା ୧୫,୦୦୦ ଟପିଲା: ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷେରୁ ଅଧିକ

ରୋମ୍‌,୬।୪: ଇଟାଲିରେ କରୋନା ସଂକ୍ରମଣ ନେଇ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଇତିମଧ୍ୟରେ ଏଠାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୧୫,୮୮୭ରେ ପହଞ୍ଚିଛି। ସେହିପରି ସଂକ୍ରମିତଙ୍କ...

କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର...

ସଂକ୍ରମଣ ରୋକିବାକୁ ଏନ୍‌ଟିପିସିର ସତର୍କତା

ତାଳଚେର, ୨୯।୩(ନି.ପ୍ର.) – କରୋନାଜନିତ ସ୍ବାସ୍ଥ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା କଣିହଁାସ୍ଥିତ ଏନ୍‌ଟିପିସି ପକ୍ଷରୁ ଓଡ଼ିଶା ତଥା ଦେଶର ଅନ୍ୟ ରାଜ୍ୟକୁ ନିରବଚ୍ଛିନ୍ନ...

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୪(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଏକ ଭଲ ଖବର ଆସିଛି। କ୍ୟାପିଟାଲ ହସ୍ପିଟାଲରୁ ଶୁକ୍ରବାର ପୂର୍ବାହ୍ନରେ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଡିସ୍‌ଚାର୍ଜ ହୋଇଛନ୍ତି। ଏନେଇ ଟୁଇଟ୍‌...

ମଧୁସୂଦନ ନଗର, ଝାରପଡ଼ା ଆବଦ୍ଧ ଅଞ୍ଚଳ ଘୋଷଣା ନେଇ ଚାଲିଛି ଆଲୋଚନା

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ୍‌-୪ ଅନ୍ତର୍ଗତ ମଧୂସୂଦନ ନଗର ଓ ଝାରପଡ଼ା ଅଞ୍ଚଳରୁ ଜଣେ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ସମ୍ପୃକ୍ତ ଅଞ୍ଚଳକୁ...

ପ୍ରବେଶ ପଥ ଜଗିଛନ୍ତି ଗ୍ରାମବାସୀ

ଛେଣ୍ଡିପଦା,୫। ୪(ସ୍ବ.ପ୍ର.)- କରୋନା ସଂକ୍ରମଣରୁ ଗଁ।କୁ ସୁରକ୍ଷା ଦେବାକୁ ଛେଣ୍ଡିପଦା ବ୍ଲକ କଣଲୋଇ ଗ୍ରାମବାସୀ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା...

Leave a comment

Your email address will not be published. Required fields are marked *